କଣ୍ଟାବାଞ୍ଜି କୁ ଜିଲ୍ଲା ମାନ୍ୟତା ଦାବି କୁ ନେଇ ବୈଠକ ଅନୁଷ୍ଠିତ...
କଣ୍ଟାବାଞ୍ଜି,୧୭/୦୯ : କଣ୍ଟାବାଞ୍ଜି କୁ ଜିଲ୍ଲା ମାନ୍ୟତା ଦାବି ଦୀର୍ଘ ଦିନରୁ ହୋଇ ଆସୁଥିଲେ ସୁଦ୍ଧା ପୁର୍ବତନ ରାଜ୍ୟ ସରକାର ଏଥିପ୍ରତି କୌଣସି ପ୍ରକାରର କର୍ଣ୍ଣପାତ କରି ନ ଥିଲେ। ଏହାକୁ ନେଇ ଜିଲ୍ଲା ସଙ୍ଘର୍ଷ ସମିତି ପକ୍ଷରୁ ବାରମ୍ବାର ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ସଫଳତା ମିଳିପାରି ନାହିଁ।
Ad..
କଣ୍ଟାବାଞ୍ଜିକୁ ଭୌଗଳିକ ଦୃଷ୍ଟି କୋଣରୁ ଦେଖିଲେ, ସବୁ ଦିଗରୁ କଣ୍ଟାବାଞ୍ଜି ଜିଲ୍ଲା ପାଇଁ ଉପଯୁକ୍ତ ରହିଛି । ଏହାକୁ ଜିଲ୍ଲା ମାନ୍ୟତା ଦେଲେ ରାଜ୍ୟ ସରକାରଙ୍କ କୌଣସି ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ପଡ଼ିବ ନାହିଁ ।
Ad..
ଏଠାରେ ଏନଏସି ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ଯେକୌଣସି କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ଦରକାର ତାହା ସବୁ ଉପଲବ୍ଧ ରହିଛି। ଜନସଂଖ୍ୟା ଦୃଷ୍ଟିକୋଣରୁ ମଧ୍ୟ ଏକ ଜିଲ୍ଲାରେ ଯେତେ ଜନସଂଖ୍ୟା ରହିବା ଉଚିତ ତାହା ମଧ୍ୟ ବେଶ୍ ରହିଛି।
Ad..
କଣ୍ଟାବାଞ୍ଜି ଠାରୁ ବଲାଙ୍ଗିର ଯିବାକୁ ହେଲେ ଅନେକ ଗ୍ରାମାଞ୍ଚଳର ଲୋକଙ୍କୁ ପ୍ରାୟ ୧୦୦ କିଲୋମିଟର ଠାରୁ ମଧ୍ୟ ଅଧିକ ଦୂରତା ପଡ଼ିଥାଏ। ତେଣୁ ସମୟ ନଷ୍ଟ ହେବା ସହ,ଯଦି କୌଣସି ରୋଗୀକୁ ବଲାଙ୍ଗିର ମେଡ଼ିକାଲ ନେବା ବେଳେ ରାସ୍ତାରେ ଅନେକ ରୋଗୀଙ୍କ ମୃତ୍ୟୁ ଘଟି ସାରିଛି।
Ad..
ଏହି ସବୁ ସମସ୍ୟାକୁ କେନ୍ଦ୍ର କରି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ମଙ୍ଗବାର ଅଗ୍ରେସେନ ଭବନ ଠାରେ ଜରୁରୀ ବୈଠକ ହୋଇଥିଲା। ଜିଲ୍ଲା ସଂଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଉପ ସଭାପତି ବ୍ରଜଶ୍ୟାମ ଗୁରୁ...
Ad..
କୁଞ୍ଜ ବିହାରୀ ବେହେରା,ଅଜୟ ଶର୍ମା, କୈଳାସ ଦୀପ, ରାମ ଚନ୍ଦ୍ର ସାହୁ, ଦାମ ସାହୁ,ଦେବରାଜ ଯାଦବ, ଦେବାର ବାରିକ, ପ୍ରେମ ବାଗ ଓ ଅନେକ ଜନସାଧାରଣ ଉପସ୍ଥିତ ଥିଲେ। ଯଦି ଆଗାମୀ ଦିନରେ ଜିଲ୍ଲା ଦାବି ପୂରଣ ନହୁଏ ତେବେ ବଡ଼ ଧରଣର ଆନ୍ଦୋଳନ କରାଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି।
Ad..
Edited by k.s thakur...
Tags:
district demand
kantabanji
kantabanji jila samgharsh samiti
latest news
latest update
meeting
odisha daily current affairs
odisha news







