ଜୁଏହୁଲା ପକ୍ଷରୁ ଗୁରୁଭଗବାନ ସାହୁ ସ୍ମୃତିରେ ନୂଆଁଖାଇ ଭେଟଘାଟ...
ବରଗଡ଼/ବରପାଲି,୦୧/୦୯ (ବିଜୟ କୁମାର ସାହୁ) : ଗତକାଲି ବରଗଡ଼ ଜିଲ୍ଲା ବରପାଲି ଅର୍ନ୍ତଗତ ବିଶିପାଲି ଠାରେ ଜୁଏହୁଲା ପକ୍ଷରୁ ଗୋଟିଏ ଦିନରେ ନୁଆଁଖାଇ ପାଳନ ପଛର ମହାନାୟକ ଲୋକ ମହୋତ୍ସବର ଜନକ କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ନୂଆଁଖାଇ ଭେଟଘାଟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
Ad..
ସରଜୁ କୁଅଁରଙ୍କ ପ୍ରାରମ୍ଭିକ ସଙ୍ଗୀତ ପରେ ଅତିଥି ପରିଚୟ ଓ ସ୍ବାଗତ ଅଭିଭାଷଣ ଦେଇଥିଲେ ଅଧ୍ୟକ୍ଷ ଅରକ୍ଷିତ ଚନ୍ଦ୍ର ମହାନନ୍ଦ, ଦିଲିପ କୁମାର ସାହୁଙ୍କ ସଭାପତିତ୍ବରେ ଆଶିଷ ପ୍ରଧାନଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ବିଜେପୁର ବିଧାୟକ ସନତ ଗଡତିଆ...
Ad..
ସମ୍ମାନିତ ଅତିଥି ଶିକ୍ଷାବିତ ଗୋବିନ୍ଦ ପ୍ରଧାନ, ଡ଼ ମନୋରଞ୍ଜନ ବାଗ, ବିଜେପି ନେତା ପ୍ରଶାନ୍ତ କୁମାର ସାହୁ, ଇନ୍ଦ୍ରମଣି କୁମ୍ଭାର, ମୂଖ୍ୟବକ୍ତା ଅଧ୍ୟାପିକା ବୈଜୟନ୍ତୀ ସାହୁ ପ୍ରମୁଖ ଯୋଗଦାନ କରି ଯାନବାହାନ ଚଳାଚଳ ନଥିବା ସମୟରେ ଚାଲି ଚାଲି ପଶ୍ଚିମ ଓଡ଼ିଶାରେ ନାଟକ...
Ad..
ମାଧ୍ୟମରେ ଆମ କଳା ସଂସ୍କୃତିର ପ୍ରଚାର ପ୍ରସାର ସହିତ ଗୋଟିଏ ଦିନରେ ନୁଆଁଖାଇ ପାଳନ ପାଇଁ ଦୀର୍ଘ ବର୍ଷ ନିରବଚ୍ଛିନ୍ନ ଅବିଶ୍ବସନିୟ ଉଦ୍ୟମ ଉପରେ ଆଲୋଚନା କରିଥିଲେ, ଗ୍ରାମବାସିଙ୍କ ଅନୁରୋଧରେ ଗୁରୁଙ୍କ ଅନ୍ୟତମ କର୍ମଭୂମି ବିଶିପାଲିରେ ଗୁରୁ ଭଗବାନ ସାହୁଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ।
Ad..
ସଂଗିତା ଦିପ ଏବଂ ସନ୍ତୋଶିନୀ ନାଗଙ୍କ ସଂଯୋଜନାରେ "ଗୋଟିଏ ଦିନରେ ନୁଆଁଖାଇ ଏବଂ ଗୁରୁ ଭଗବାନ ସାହୁ"ଶିର୍ଷକ କବିତା ଆସରରେ କବି ଉଦ୍ଧବ ବାରୀକ, ଟିକେଲାଲ ରାଉତ,ସୁଦାମ ସାହୁ,ବିକ୍ରମ ସାହୁ,ମନୋଜ ବାଗ, ସୁଦାମ ସୁନା,ଫଗୁନୁ କୁମ୍ଭାର...
Ad..
ରମେଶ ଚନ୍ଦ୍ର ସାହୁ,ରୋଷନ ସାହୁ, କବିତା ରାଣୀ ଝାଙ୍କର ସମେତ ବହୁ କବି କବିତା ପାଠ କରିଥିଲେ, ଦଣ୍ଡ ରତ୍ନ ବିପିନ୍ ଜାଲଙ୍କୁ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ ଏବଂ ବରିଷ୍ଠ କବି ଭିକାରୀ ଚରଣ ପ୍ରଧାନଙ୍କୁ ଗୁରୁ ଭଗବାନ ସାହୁ ସ୍ମାରକୀ ସମ୍ମାନରେ ସମ୍ମାନୀତ କରିବା ସହିତ ବହୁ ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଥିଲା।
Ad..
ଏହି ଅବସରରେ ଇନ୍ଦ୍ରମଣି କୁମ୍ଭାରଙ୍କ ଲୋକକଳା ସଂସ୍କୃତି ପୁସ୍ତକ ଉନ୍ମୋଚନ ହୋଇଥିଲା, ବିଳମ୍ବିତ ରାତି ପର୍ଯ୍ୟନ୍ତ ବିରାଟ ଜନସମାଗମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଧନ୍ୟବାଦ ଅର୍ପଣ କରିଥିଲେ।
ଅନିଲ କୁମାର ସ୍ଵାଇଁ, କାର୍ଯ୍ୟକ୍ରମ ଆୟୋଜନରେ ଶୈଳବାଳା ମହାନନ୍ଦ,ଗଣେଶ ରାମ ମହାନନ୍ଦ, ସୁଦାମ ସାହୁ, ସୁରେନ୍ଦ୍ର କୁମ୍ଭାର, ଲିଙ୍ଗରାଜ ସିକା ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।
Report : Bijay ku sahu
Edited by k.s thakur...







