ସଂସ୍କୃତ ବଞ୍ଚିଲେ ସଂସ୍କୃତି ବଞ୍ଚିବ : ଅତାବିରା ବ୍ଲକ ସ୍ତରୀୟ ସଂସ୍କୃତ ଦିବସ ରେ ମତ ପ୍ରକାଶ...

ସଂସ୍କୃତ ବଞ୍ଚିଲେ ସଂସ୍କୃତି ବଞ୍ଚିବ : ଅତାବିରା ବ୍ଲକ ସ୍ତରୀୟ ସଂସ୍କୃତ ଦିବସ ରେ ମତ ପ୍ରକାଶ...


ବରଗଡ଼,୦୧/୦୯ (ବିଜୟ କୁମାର ସାହୁ) : ସଂସ୍କୃତ ଭାଷା ଭାରତୀୟ ସଂସ୍କୃତି ର ମୂଳାଧାର ସଂସ୍କୃତ ବଞ୍ଚିଲେ ଆମ ସଂସ୍କୃତି ବଞ୍ଚିବ ବୋଲି ଅତାବିରା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଟିତ ବ୍ଲକ ସ୍ତରୀୟ ସଂସ୍କୃତ ଦିବସ ପାଳନ ଅବସର ରେ ବିଶିଷ୍ଟ ବକ୍ତା ଗଣ ମତ ପ୍ରକାଶ ପାଇଛି।

        Ad..


ବ୍ଲକ ସଭାପତି ଦିଲ୍ଲୀପ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ସୁଧୀର ରଥ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ଯୋଗ ଦେଇ ସଂସ୍କୃତ ଭାଷା ର ମହନୀୟତା ପ୍ରତିପାଦନ କରିଥିଲେ।

        Ad..


ସମ୍ମାନିତ ଅତିଥି ଭାବେ ଏବିଇଓ କାର୍ତ୍ତିକ ବାଗ ପ୍ରଧାନ ଶିକ୍ଷକ ମନୋଜ ହରିପାଲ ,ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ କପିଳ ବାଗ ଲବ ସାହୁ ପ୍ରମୁଖ ଯୋଗ ଦେଇ ଥିବା ବେଳେ ଉତ୍କଳ ସଂସ୍କୃତ...

Ad..


ଶିକ୍ଷକ ମହାସଂଘ ଯୁଗ୍ମ ସଂପାଦକ ଗୋପବନ୍ଧୁ ପୁରୋହିତ ଯୋଗ ଦେଇ ସଂସ୍କୃତ ଭାଷା ସଂସ୍କୃତି ର  ମୂଳାଧାର ବୋଲି ଉଲ୍ଲେଖ କରି ସଂସ୍କୃତ ପ୍ରତି ଆଦର ରହିବା ଉଚିତ୍ ବୋଲି ମତ ବ୍ୟକ୍ତ କରିଥିଲେ ।

Ad..


ଏହି ଅବସର ରେ ସଂସ୍କୃତ ନାଟକ ,ନୃତ୍ୟ ସଙ୍ଗୀତ ଓ ବକୃତା ପ୍ରତିଯୋଗିତା ଅନୁଷ୍ଟିତ ହୋଇ ଥିଲା ।ବିଚାରକ ଭାବେ ଘନଶ୍ୟାମ ପଣ୍ଡା,କିରଣ ବିଶ୍ଵାଳ, ମୋହନ ମେହେର,ଅରୁଣ ପଣ୍ଡା ପ୍ରମୁଖ ଯୋଗ ଦେଇ ମୂଲ୍ୟାଙ୍କନ କରିଥିଲେ ।

Ad..


କାର୍ଯ୍ୟକ୍ରମ ପରିଚାଳନା ରେ ପଦ୍ମାଲୟା ଭୋଇ, ସଗାରିକା ଦାସ,ମିଳି ଦାସ,ଜ୍ୟୋତିର୍ମୟ ,ସୁଷମା ସାହୁ,ଶୁଭଶ୍ରୀ ବାରିକ,ସରିତା ପଣ୍ଡା ପ୍ରମୁଖ ଙ୍କ ସମେତ ଅତାବିରା ବ୍ଲକ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।ଶେଷରେ ମେଦିନୀ କାନ୍ତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post