ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ଓ ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁର ନିର୍ବାଚନ ପ୍ରଭାରୀ ଦାୟିତ୍ବ...

ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ଓ ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁର ନିର୍ବାଚନ ପ୍ରଭାରୀ ଦାୟିତ୍ବ...

ଭୁବନେଶ୍ଵର,୨୫/୦୯ : ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି । ବୈଜୟନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ । ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁ ଇଲେକ୍ସନ୍‌ ଇନଚାର୍ଜ ଦାୟିତ୍ବ ଦିଆଯାଇଛି ଓ ମୁରଲୀଧର ମୋହୋଲ ନିର୍ବାଚନ ସହ-ପ୍ରଭାରୀ ଦାୟିତ୍ବ ଦିଆଯାଇଛି । 

Ad..


ପୂର୍ବରୁ ଦିଲ୍ଲୀର ସଂଗଠନ ଓ ନିର୍ବାଚନ ଇନଚାର୍ଜ ଥିଲେ ବୈଜୟନ୍ତ । ଏହା ସହ ଆସାମ ଓ ୟୁପିରେ ସଂଗଠନ ଇନ୍‌ଚାର୍ଜ ଭାବେ ଦାୟିତ୍ବ ତୁଲାଇଥିଲେ ବୈଜୟନ୍ତ । 

Ad..


ଏହା ସହ ଭୂପେନ୍ଦ୍ର ଯାଦବ ହେଲେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଭାରୀ । ଏହି ନିଯୁକ୍ତି ତତ୍କାଳ ପ୍ରଭାବରୁ ଲାଗୁ ହୋଇଛି ।ଏହା ବ୍ୟତୀତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସହ ପ୍ରଭାରୀ ଭାବେ ବିପ୍ଳବ କୁମାର ଦେବଙ୍କୁ ଦାୟିତ୍ୱ ଦିଆଯାଇଛି।

Ad..


ସେହିପରି ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ବଡ ଦାୟିତ୍ୱ । ବିହାର ନିର୍ବାଚନ ପାଇଁ ତାଙ୍କୁ ପ୍ରଭାରୀ ନିଯୁକ୍ତି କରିଛି ଦଳ ବିଜେପି । 

Ad..


ଏହା ବାଦ୍ ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ସିଆର ପାଟିଲଙ୍କୁ ମଧ୍ୟ ସହ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି ।ଆସନ୍ତା ନଭେମ୍ବର ସୁଦ୍ଧା ହୋଇପାରେ ବିହାର ନିର୍ବାଚନ । 

Ad..


ଏହା ସହ ଆସନ୍ତା ବର୍ଷ ମାର୍ଚ୍ଚ ବେଳକୁ ପଶ୍ଚିମବଙ୍ଗ ନିର୍ବାଚନ ଓ ଆସନ୍ତା ବର୍ଷ ଏପ୍ରିଲ-ମେ’ ବେଳକୁ ତାମିଲନାଡୁ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି ଜୋରଦାର କଲେଣି ।

Ad..






Edited by k.s thakur...


Post a Comment

Previous Post Next Post