ଲେଙ୍ଗୁ ମିଶ୍ରଙ୍କ ୩୧ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ...

ଲେଙ୍ଗୁ ମିଶ୍ରଙ୍କ ୩୧ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ...


ବରଗଡ଼,୧୨/୦୯ (ବିଜୟ କୁମାର ସାହୁ) : ପ୍ରତିଶୋଧର ରାଜନୀତି ଆଜି ଭାରତୀୟ ରାଜନୀତିକୁ କଳୁଷିତ କରିବା ସମୟରେ ଲେଙ୍ଗୁ ମିଶ୍ରଙ୍କ ରାଜନୀତିର ପ୍ରାସଙ୍ଗିକତା ଆଜି ଅଧିକ ରହିଛି। ସେ ଏକ ଚେତନା। 

Ad..


ତାଙ୍କର ଜୀବନ ଥିଲା ନିହାତି ସାଧାରଣ ଅଥଚ କର୍ମ ଅସାଧାରଣ। ସେ ନିଜେ ଥିଲେ ଦୁଃସ୍ଥ ମାତ୍ର ନିପୀଡ଼ିତ ଅବହେଲିତଙ୍କ ପାଇଁ ସର୍ବଦା ସଂଗ୍ରାମରତ। ସେ ଖୁବ୍ ହୃଷ୍ଟପୃଷ୍ଟ ପଞ୍ଚହତା ନଥିଲେ। କିନ୍ତୁ ଥିଲେ ଅକୁତୋଭୟ ନିର୍ଭୀକ। 

         Ad..


ସେ ଥିଲେ ଭିନ୍ନ ଉପାଦାନରେ ଗଢା ଏକ ଭିନ୍ନ ମଣିଷ ଅଥଚ ତାଙ୍କୁ ଛୁଇଁ ହେଉଥିଲା ଅନୁଭବ କରିହେଉଥିଲା। ସେହି ଭିନ୍ନ ମଣିଷ ଥିଲେ ଜନସାଥୀ ଲେଙ୍ଗୁ ମିଶ୍ର। ଆମେ ତାଙ୍କୁ ଆମ ଭିତରେ ଉଜ୍ଜୀବିତ କରି ରଖିପାରିବା - କିଛି ସମୟ ଅନ୍ୟମାନଙ୍କ ପାଇଁ ଚିନ୍ତା କରି, କିଛି ଶ୍ରମ ଅନ୍ୟ ପାଇଁ ବିନିଯୋଗ କରି ବୋଲି ଜନସାଥୀ ଲେଙ୍ଗୁ ମିଶ୍ର ଙ୍କ ଆଜି ୩୧ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। 

Ad..


ବରଗଡ଼ ମହିଳା ସମିତି ପକ୍ଷରୁ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଧାନସଭାରେ ବିରୋଧୀ ଦଳର ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ। 

Ad..


ସେ ତାଙ୍କ ଶ୍ରଦ୍ଧାଞ୍ଜଳି ରେ କହିଥିଲେ, ଏ ଅଞ୍ଚଳର ମଣିଷ ପାଇଁ, ମାଟି ପାଇଁ କିଛି କରିଯିବାର ପ୍ରଚଣ୍ଡ ସଂକଳ୍ପ ସହିତ ପ୍ରତିଟି ଦୁଃଖୀ ମଣିଷର ଲେଙ୍ଗୁ ମିଶ୍ର ଥିଲେ ଅନ୍ତରର ବନ୍ଧୁ। ଯିଏକି ରାଜନୈତିକ ଜୀବନକୁ ବାଦ୍ ଦେଇ ସାମାଜିକ କ୍ଷେତ୍ରରେ ସବୁବେଳେ ଏକ ଜନ ସଚେତନତା ସୃଷ୍ଟି କରୁଥିଲେ। 

Ad..


ସାମାଜିକ ପ୍ରତିଷ୍ଠା କ୍ଷେତ୍ରରେ ସେ ନିଜକୁ ସବୁବେଳେ ସଂକୀର୍ଣ୍ଣ ରାଜନୀତିରୁ ଉର୍ଦ୍ଧ୍ବରେ ରଖୁଥିଲେ। ତାହାହିଁ ଲେଙ୍ଗୁ ମିଶ୍ରଙ୍କ ବ୍ୟକ୍ତିତ୍ଵ ଏବଂ ତାଙ୍କ ଭଳି ମଣିଷର ବୈଶିଷ୍ଟ୍ୟ ବୋଲି ଶ୍ରୀ ଆଚାର୍ଯ୍ୟ ଦର୍ଶାଇ ଆଜିର ରାଜନୀତିରେ, ଆଜିର ସମାଜ ଜୀବନରେ ସେହି ଗୁଣର ଅବକ୍ଷୟ...

Ad..


ଆମେ ଲକ୍ଷ୍ୟ କରି ଆସୁଛୁଁ ବୋଲି ଦର୍ଶାଇ ସମାଜରୁ ଆଳସ୍ୟ ପରାୟଣ ଓ ବିଘଟନକୁ ପ୍ରତିହତ କରିବା ପାଇଁ ପ୍ରତିଶୋଧ ରାଜନୀତି ବଦଳରେ ଲେଙ୍ଗୁ ମିଶ୍ରଙ୍କ ପ୍ରତିରୋଧ ଓ ପ୍ରତିବାଦର ରାଜନୀତି ସଂପର୍କରେ ଯୁବ ସମାଜ ଜାଣିବା ଆବଶ୍ୟକ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ। 

ଜନସାଥୀ ଲେଙ୍ଗୁ ମିଶ୍ର ସ୍ମୃତି ସମିତିର ସଭାପତି ଡ଼ ପ୍ରଦୀପ ହୋତା ସଭାରେ ଅଧ୍ୟକ୍ଷତା କରିଥିଲେ। ସେ ତାଙ୍କ ଅଭିଭାଷଣରେ କହିଥିଲେ, ଓଡ଼ିଶାର ତାଦାନିନ୍ତନ ନେତାମାନେ ସେ ଯେକୌଣସି ଦଳର ହୁଅନ୍ତୁ ସବୁ ଦଳର ରାଜ୍ୟ ସ୍ତରୀୟ ନେତୃବର୍ଗ ଲେଙ୍ଗୁ ମିଶ୍ରଙ୍କୁ ଜାଣିଥିଲେ। ସେ ପ୍ରକୃତରେ ଜନ ସମାଜର ବନ୍ଧୁ ଥିଲେ। 

ସେହି ଜନ ସମାଜର ମଙ୍ଗଳ ପାଇଁ ଯଦି ଆମେ ଦୃଢ଼ ପ୍ରତିଜ୍ଞ ହେବା ଏବଂ ନିଃସ୍ୱାର୍ଥପର ଭାବରେ କାର୍ଯ୍ୟ କରିବା, ଦାରିଦ୍ର୍ୟର କଷାଘାତ ଯଦି ଆମ ଚରିତ୍ରକୁ କଳୁଷିତ କରିପାରିବ ନାହିଁ ସେଇଠି ହିଁ ହେବ ମନୁଷ୍ୟ ପଦବାଚ୍ୟ ଏବଂ ତାହାହିଁ ହେବ ସ୍ୱର୍ଗତ ମିଶ୍ରଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଡ଼ ହୋତା କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଗୀତା ମିଶ୍ର, ବିଶିଷ୍ଟ କୃଷକ ନେତା କିଶୋର ଦେବତା, ବାପୁଜୀ ଭିନ୍ନକ୍ଷମ ବିଦ୍ୟାଳୟର କିଶୋର ସାହୁ, ମହିଳା ସମିତିର ସଦସ୍ୟା ଅନିମା ଚକ୍ରବର୍ତ୍ତୀ ପ୍ରମୁଖ ସ୍ୱର୍ଗତ ଲେଙ୍ଗୁ ମିଶ୍ରଙ୍କ ସ୍ମୃତି ଚାରଣ କରିଥିଲେ। 

ପ୍ରାରମ୍ଭରେ ସମିତିର ସଭାନେତ୍ରୀ ଅଞ୍ଜନା ଦାସ ସ୍ଵାଗତ ଭାଷଣ, ସମ୍ପାଦିକା ସୁଧାଂଶୁବାଳା ଦାଶ ଅତିଥି ପରିଚୟ ପ୍ରଦାନ ଏବଂ ଶେଷରେ ପଦ୍ମିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବାହ୍ନ କାର୍ଯ୍ୟକ୍ରମରେ ଲେଙ୍ଗୁ ମିଶ୍ର ଛକ ଏବଂ ଷ୍ଟାଡିୟମ୍ ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଦୀପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ବରଗଡ଼ ଓକିଲ ସଂଘର ସଭାପତି ଭିଷ୍ମଦେବ ସରାଫ, ବରିଷ୍ଠ ଓକିଲ ଶ୍ୟାମ ସୁନ୍ଦର ଅଗ୍ରୱାଲା, ନାଗରିକ ମଞ୍ଚର ସମ୍ପାଦକ ଭବାନୀ ସାହୁ, ବରଗଡ଼ ମହିଳା ସମିତିର ସଦସ୍ୟା ଗଣ ତଥା ବିଭିନ୍ନ ବର୍ଗର ନାଗରିକ, କ୍ରୀଡା ସଂସଦର ସଦସ୍ୟା ସମବେତ ହୋଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post