ତାଲପାଲିରେ ମୋଦୀଙ୍କ ଜନ୍ମଦିନ ପାଳନ : ଏକ ପେଡ ମାଁ କେନାମ ଓ ଶିବମନ୍ଦିର ରେ ପୂଜା ଅର୍ଚ୍ଚନା...

ତାଲପାଲିରେ  ମୋଦୀଙ୍କ ଜନ୍ମଦିନ ପାଳନ : ଏକ ପେଡ ମାଁ କେନାମ ଓ ଶିବମନ୍ଦିର ରେ ପୂଜା ଅର୍ଚ୍ଚନା...


ବରଗଡ଼,୧୭/୦୯ (ବିଜୟ କୁମାର ସାହୁ): ବରଗଡ ଜ଼ିଲ୍ଲା ଗାଇସିଲେଟ ବ୍ଲକ ଗୁଦେରପାଲି ମଣ୍ଡଳ ତାଲପାଲି ଠାରେ ଦେଶର ଜସସ୍ବୀ  ପ୍ରଧାନ ମନ୍ତ୍ରୀ ରାଷ୍ଟ୍ରନାୟକ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିବସ ପାଳିତ ହୋଇଯାଇଛି । 

Ad..


ଏହି ଅବସରରେ ଏକ ପେଡ଼, ମା’ କି ନାମ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟ କ୍ରମରେ  ଗାଇସିଲାଟ ବ୍ଲକ ତରଫରୁ ତାଲପାଲି  ପୋଖରୀ ଠାରେ ଏକ ପେଡ ମାଁ କେ ନାମ ଯୋଜନା ଅନ୍ତର୍ଗତ ବୃକ୍ଷରୋପଣ ଅନୁଷ୍ଠିତ ହୋଇଥିଲା । 

        Ad..


ସ୍ଥାନିୟ ସରପଂଚ ସଂଜିବ ସାହୁ . ନୋଡାଲ ଅଫିସର ସୁନିଲ ସାହୁ  ପି ଇ ଓ ଡିଲେଶ୍ବର ସାହୁ, ଏ. ଡି. ଓ ବାସୁଦେବ ପଧାନ, ସତ୍ୟ ସାହୁ, ଖୁସିନ୍ଦ୍ର ସାହୁ, ଉପସ୍ଥିତ ଥିଲେ । ସାଂପ୍ରତିକ ସମୟରେ ଅବକ୍ଷୟ ମୁଖି ପରିବେଶର ସୁରକ୍ଷା ହେଲେ ହିଁ ଭାର ମାତା . ଧରିତ୍ରୀ ମାତାର ସୁରକ୍ଷା ସଂଭବ । 

Ad..


ବୃକ୍ଷ ରୋପଣ ହିଁ ଏହାର ଏକମାତ୍ର ମାଧ୍ୟମ । ଅନ୍ୟଥା ଅସମ୍ଭବ  । ଏଣୁ ପରିବେଶ ସୁରକ୍ଷା କରିବାକୁ ମାଆ ପାଇଁ ଗଛଟିଏ ଏକ ଆହ୍ବାନ , ଏହା ଏକ ଆନ୍ଦୋଳନ । 

Ad..


ଏଣୁ ଦେଶର ଜସସ୍ବୀ ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମ ଦିନ ପାଳନ ଅବସରରେ  କେନ୍ଦ୍ର ସରକାର ଓ  ଓଡିଶାରେ ଶାସନ ଦାୟିତ୍ବ ନେଇଥିବା ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନ କ୍ରମେ ବୃକ୍ଷ ରୋପଣ କରିବା ସହିତ ବୃକ୍ଷର ସୁରକ୍ଷା ଏକାନ୍ତ ଜରୁରି ବୋଲି ବିନାୟକ ପ୍ରସାଦ ଗୁରୁ ମତ ଦେଇଥିଲେ। 

Ad..


ପରେ ତାଲପାଲି ସ୍ଥିତ କାସଦି ବିଶ୍ବନାଥ ମନ୍ଦିର ଠାରେ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଦିର୍ଘାୟୁ ଓ ପୂର୍ଣ ସୁସ୍ଥତା କାମନା କରି ବିଜେପି ତରଫରୁ  ମହିଳା ଓ ପୁରୁଷ କର୍ମକର୍ତ୍ତା ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ। 

Ad..


ମହାଦେବଙ୍କ ମିକଟରେ ପୂଜା ଅର୍ଚନା ଓ ମହାମୃତ୍ୟୁଂଜୟ ମନ୍ତ୍ରରେ ପୂଜା କରିଥିଲେ ମନ୍ଦିର ପୂଜକ ତପିରାଜ ମହାପାତ୍ର।ପରେ ତାଲପାଲି ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ  ସ୍ଥାନିୟ ଚିକିତ୍ସା ଅଧିକାରି ଡା.ସୁମିତ କୁମାର ମିଶ୍ର  ଓ  କର୍ମଚାରି ତଥା ବିଜେପି କର୍ମକର୍ତ୍ତା  କରିଥିଲେ। 

Ad..



କାର୍ଯ୍ୟକ୍ରମରେ ପୂର୍ବତନ ମଣ୍ଡଳ ସଭାପତି ବିପିନ ବିହାରି ସାହୁ,ବିନାୟକ ଗୁରୁ,ଝସକେତନ ସାହୁ,ଭଗବାନ ପୁଟେଳ, ଶଂକର ମହାନ୍ତି,ବାବୁଲାଲ ସା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଗାଇସିଲେଟ ବ୍ଲକ ର ବିଭିନ୍ନ ଗ୍ରାମ ମାନଙ୍କ ମଧ୍ୟ ପାଳନ କରାଯାଇ ଥିଲା।




Report : Bijay ku sahu

Edited by k.s thakur...

Post a Comment

Previous Post Next Post