ଗଠନ ହେଲା ବରଗଡ଼ ନାଗରିକ ସୁରକ୍ଷା ସଙ୍ଘ...
ବରଗଡ଼,୧୦/୦୯ (ବିଜୟ କୁମାର ସାହୁ): ବରଗଡ଼ ସହରରେ ଜିଲ୍ଲା ପ୍ରଶାସନ ତରଫରୁ ବେଆଇନ ଉଛେଦ ତଥା ଅନ୍ୟାନ୍ୟ ଅନ୍ୟାୟ ପୁର୍ଣ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଈଁ ଗଠନ କରାଗଲା ବରଗଡ଼ ନାଗରିକ ସୁରକ୍ଷା ସଙ୍ଘ।
Ad..
ଅସ୍ଥାୟୀ ଭାବରେ ଉକ୍ତ ସଂଘର ଆବାହକ ଭାବରେ ବରିଷ୍ଠ ଆଇନଜୀବି ଲିପ୍ସିତ ମିଶ୍ରଙ୍କୁ ମନୋନୀତ କରାଯାଇଥିବା ବେଳେ ପୂର୍ବତନ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଏବଂ ଶ୍ରୀ ନିପନ କୁମାର ଦାସଙ୍କୁ ଉପଦେଷ୍ଟା, ସହରର ସମସ୍ତ ଅଞ୍ଚଳର ବିଭିନ୍ନ ବ୍ୟବସାୟିକ, ସାମାଜିକ ସଂଗଠନର ସଭାପତି ମାନଙ୍କୁ ସହ ଆବାହକ ଭାବରେ ମନୋନୀତ କରାଯାଇଅଛି।
Ad..
ଏହି ସଙ୍ଘ ଆଗାମୀ ଦିନରେ ପ୍ରଶାସନର ବିଭିନ୍ନ ଅନ୍ୟାୟ ମୂଳକ କାର୍ଯ୍ୟକଳାପ ତଥା ସ୍ବେଛାଚାରିତା ବିରୁଦ୍ଧରେ ସ୍ଵରାଉତ୍ତୋଳନ କରିବ ଏହାସହିତ ରାଜ୍ୟସରକାରଙ୍କ ବିଭାଗୀୟ ମନ୍ତ୍ରୀ ଏବଂ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ସହିତ ସମନ୍ମୟ ସ୍ଥାପନ କରି ଜିଲ୍ଲା ପ୍ରଶାସନର ଏତାଦୃଶ୍ୟ କାର୍ଯ୍ୟକଳାପ ବିଷୟରେ ଅବଗତ କରିବ।
Ad..
ଆବଶ୍ୟକ ସ୍ଥଳେ ସାମୁହିକ ସ୍ୱାର୍ଥ ପାଈଁ ଆଇନର ଆଶ୍ରୟ ନେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଅଛି। ଆଗ୍ରଗାମୀ ଯୁବକ ସଂଘର ସଭାଗୃହରେ ଅନୁଷ୍ଠିତ ଆଜିର ସଭାରେ ସହରର ବିଭିନ୍ନ ସଂଘର ପ୍ରତିନିଧି ମାନଙ୍କ ସହିତ ବ୍ୟବସାୟକରି ଜୀବନ ଜୀବିକା ନିର୍ବାହ କରୁଥିବା ଶତାଧିକ ବ୍ୟକ୍ତି ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।
Ad..
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
nagrik suraksha Sangh
odisha daily current affairs





