ସିନ୍ଧେକେଲାକୁ ଏନଏସି ମାନ୍ୟତା ଦାବିକୁ ନେଇ ୧୨ଘଣ୍ଟିଆ ବନ୍ଦ ପାଳନ ସଂପୂର୍ଣ୍ଣ...
ବଙ୍ଗୋମୁଣ୍ଡା,୧୩/୦୯ : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଗ୍ରାମ ପଞ୍ଚାୟତ କୁ ଏନଏସି ମାନ୍ୟତା ଦାବିକୁ ନେଇ ସ୍ଥାନୀୟ ନାଗରିକ ମଞ୍ଚ ପକ୍ଷରୁ ଆଜି ଶୁକ୍ରବାର ବନ୍ଦ ଡାକରା ଦିଆଯାଇଥିଲା।
Ad..
ଯେଉଁଥିରେ ଦୋକାନ ବଜାର ଠାରୁ ଆରମ୍ଭକରି ସ୍କୁଲ କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ ତଥା ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା। ସୂଚନାଯୋଗ୍ୟ ଯେତତ୍କାଳୀନ ବିଜେଡି ସରକାର ଶାସନ ରେ ଥିଲା ବେଳେ ସିନ୍ଧେକେଲା କୁ ଏନଏସି ଘୋଷଣା କରିଥିଲେ।
Ad..
କିନ୍ତୁ ବର୍ତ୍ତମାନ ବିଜେପି ସରକାର ଶାସନ କୁ ଆସିଲା ପରେ ସିନ୍ଧେକେଲା କୁ ଅଣଦେଖା କରି ଏନଏସି ଘୋଷଣା ରୁ ବାଦ ଦେଇଥିବାରୁ ଜନ ଅସନ୍ତୋଷ ଦେଖା ଦେଇଥିଲା ଏଣୁକରି ପୁଣିଥରେ ସିନ୍ଧେକେଲା କୁ ଏନଏସି ଘୋଷଣା କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ତଥା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।
Ad..
ତହସିଲଦାର ଅନୁପସ୍ଥିତ ଥିବାରୁ ସିନ୍ଧେକେଲା ଆର ଆଇ ପହଞ୍ଚି ଦାବିପତ୍ର ଗ୍ରହଣ କରିବା ସହ ଉପ ରସ୍ତଅଧିକାରୀ କୁ ଅବଗତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ନାଗରିକ ମଞ୍ଚ ସଭାପତି ସୁରେଶ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଆନ୍ଦୋଳନରେ ଗିରିରାଜ ସିଂ ମାଝୀ ପହଞ୍ଚି ସିନ୍ଧେକେଲା ଯୋଗ୍ୟତା ଦୃଷ୍ଟିରୁ ଏନଏସି ପାଇଁ ଜରୁରୀ ବୋଲି କହିଥିଲେ।
Ad..
ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ ନାଏକ , ଯୁବ ବିଜେଡି ନେତା ଅମିତ ସାହୁ , ଅଵସର ପ୍ରାପ୍ତ ଶିକ୍ଷକ ନୀଳକଣ୍ଠ ତ୍ରିପାଠୀ , ମନୋଜ ଅଗ୍ରୱାଲ , ରାଜେନ୍ଦ୍ର ସାହୁ , ତୁଳସୀ ସୁନା , ରାଜୀବ ସାହୁ , ଅମରେନ୍ଦ୍ର ନନ୍ଦ,ଲଳିତ ସାହୁ , ପବିତ୍ର ରଣା...
Ad..
ଗଗନ ବିହାରୀ ଛୁରା , ତୁଲାରମ ସାହୁ , ଆନନ୍ଦ ରଣା , ରାଜେନ୍ଦ୍ର ଛୁରା , ବାବୁଲଲ ଜୈନ , ଅନାଦି ନାଏକ , ଗୋପୀନାଥ ପୁଟେଲ , ଶିବ ନାଏକ , ବୈକୁଣ୍ଠ ପୁଟେଲ , ପ୍ରକାଶ ଜୈନ , ଡିସ୍କୋ ଜୈନ , ବୁଧ ଚନ୍ଦନ, ନୂତନ ସାହୁ , ବିଷ୍ଣୁ ଜୁଏଡ଼ ପ୍ରମୁଖ ସାମିଲ ହୋଇଥିଲେ।
Tags:
bangomunda
kantabanji
latest news
latest update
NAC demand
odisha daily current affairs
odisha news
sindhekela







