ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଉପଲକ୍ଷେ କନିଷ୍ଠ ବିଭାଗ ତର୍କ ପ୍ରତିଯୋଗିତା...
ବରଗଡ଼,୦୪/୦୮ : ଆସନ୍ତା ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ କନିଷ୍ଠ ବିଭାଗ ତର୍କ ପ୍ରତିଯୋଗିତା ଅନୁଷ୍ଟିତ ହୋଇ ଯାଇଛି ।
Ad..
ଶିକ୍ଷକ ଡ଼ ଡୋଳା ମଣି ସାହୁ ଓ ହିଂମାଶୁ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଟିତ ଏହି ପ୍ରତି ଯୋଗିତା ରେ ବିଚାରକ ଭାବରେ ଅବସର ପ୍ରାପ୍ତ ଶିକ୍ଷକ କପିଳ ବାଗ ,ବିବେକାନନ୍ଦ ଅଦାବର୍,ଉଦ୍ଧବ ଦେବତା ପ୍ରମୁଖ ଯୋଗ ଦେଇଥିଲେ।
Ad..
ତର୍କ ପ୍ରତିଯୋଗିତା ର ବିଷୟ ବସ୍ତୁ "ଶିକ୍ଷା ରେ ପ୍ରଯୁକ୍ତି ବିଦ୍ୟାର ପ୍ରଭାବ" ରଖାଯାଇଥିବା ବେଳେ ବିଭିନ୍ନ ବିଦ୍ୟାଳୟ ୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏହି ପ୍ରତି ଜୋଗିତା ରେ ଅଂଶ ଗ୍ରହଣ କରିଥିଲେ ।
Ad..
ତେବେ ସିମେଣ୍ଟ ନଗର ବିକାଶ ସ୍କୁଲ ଛାତ୍ରୀ ଆରାଧ୍ୟା ତ୍ରିପାଠୀ ପ୍ରଥମ ସ୍ଥାନବୈଦିକ ଇଣ୍ଟରନେସନାଲ ସ୍କୁଲ ଛାତ୍ର ସାଇ ସମର୍ଥ ପାଢ଼ୀ ଦ୍ବିତୀୟ ସ୍ଥାନ ଏଚିଭର ଦି କନସେପଟ ସ୍କୁଲ ର ଛାତ୍ର ଭବ୍ୟାଂଶ ସାହୁ ତୃତୀୟ ସ୍ଥାନ ଅଧିକାର କରି ବିଜୟୀ ଘୋଷିତ ହୋଇଥିଲେ ।
Ad..
ତେବେ ଆସନ୍ତା ସ୍ଵାଧୀନତା ଦିବସ ଅବସର ରେ କୃତି ପ୍ରତିଯୋଗୀ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପୁରସ୍କୃତ କରାଯିବ ବୋଲି ଆୟୋଜକ କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଛି।
Report : Bijay ku sahu
Edited by k.s thakur...





