ପୁରୀ ଠାରେ "ଆଦି କଳା" ଜାତୀୟ ସମ୍ମାନ ରେ ସମ୍ମାନିତ ହେଲେ ବରଗଡ଼ ର ବିଭିନ୍ନ ବର୍ଗର ୯ ଜଣ କଳାକାର...

ପୁରୀ ଠାରେ "ଆଦି କଳା" ଜାତୀୟ ସମ୍ମାନ ରେ ସମ୍ମାନିତ ହେଲେ ବରଗଡ଼ ର  ବିଭିନ୍ନ ବର୍ଗର ୯ ଜଣ କଳାକାର...


ବରଗଡ଼,୦୪/୦୮ : ଐତିହ୍ୟ କଳା ସଂସ୍କୃତି ସଂପନ୍ନ ବରଗଡ଼ ଜିଲ୍ଲା ।ଏହି ଜିଲ୍ଲା ର ବିଶିଷ୍ଟ ସଙ୍କୀର୍ତ୍ତନ କଳାକାର ଗୁରୁ ପ୍ରମୋଦ ଦାଶ,ଗଣ୍ଡା ବଜା ର ଢୋଲ ବଜନିଆ ଶତରଙ୍ଗି ବାଗ,ଓ ଅନିରୁଦ୍ଧ ପାଇକ...

Ad..


ମାନ୍ଦଲ ବାଦକ ଖଗେଶ୍ବର ସାହୁ ,ଲୋକ କଳା କରମ ସାନି ଗାୟକ ନରେନ୍ଦ୍ର କଣ୍ଟା ଓ ସୁଶାନ୍ତ ବାରିକ ,ଲୋକ ନୃତ୍ୟ ନିର୍ଦ୍ଦେଶକ ରାଜେଶ ବାରିକ ମୁହୁରୀ ବାଦକ ବାବୁଲାଲ ଲୁହା,ବିଶିଷ୍ଟ କଣ୍ଠ ଶିଳ୍ପୀ ସୁନୀତା ପଟ୍ଟନାୟକ ପ୍ରମୁଖ... 

Ad..


ନଅ ଜଣ ବିଭିନ୍ନ ବର୍ଗ ର କଳାକାର ପୁରୀ ଅନ୍ନପୂର୍ଣ୍ଣା ଥିଏଟର ଠାରେ ଭାରତ ସରକାର ଙ୍କ ପଞ୍ଜୀକୃତ ସଂସ୍ଥା କଳଚର ଡେଭଲପମେଣ୍ଟ ଫାଉଣ୍ଡେସନ ଆନୁକୁଲ୍ୟରେ  ଅନୁଷ୍ଟିତ ଏକ ସ୍ବତନ୍ତ୍ର  କାର୍ଯ୍ୟକ୍ରମ ରେ  ସମ୍ମାନ ଜନକ "ଆଦି କଳା" ଜାତୀୟ କଳା ସମ୍ମାନ ପ୍ରଦାନ କରାଯାଇଛି।

Ad..


ଆନ୍ତର୍ଜାତୀୟ ନୃତ୍ୟ ପରିଷଦ ର ସଦସ୍ୟ ଡ ଉପେନ୍ଦ୍ର କୁମାର ଶର୍ମା ଙ୍କ ଉପସ୍ଥିତି ରେ ଏହା ପ୍ରଦାନ କରାଯାଇଥିଲା ।ତେବେ ଏହି ସମ୍ମାନ ରେ ସମ୍ବର୍ଦ୍ଧିତ ହେବା ପରେ ପଶ୍ଚିମ ଓଡ଼ିଶା ର ବିଭିନ୍ନ କଳା ସଂଗଠନ ତରଫରୁ ସମ୍ବର୍ଦ୍ଧିତ କଳାକାର ମାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post