କାଠ ବୋଝେଇ ମହିନ୍ଦ୍ରା ମ୍ୟାକ୍ସ ପିକଅପ ଗାଡ଼ି ଜବତ...
ବରଗଡ଼,୦୪/୦୮ : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୋଡ଼େନ ଥାନା ଅନ୍ତର୍ଗତ ଦହିତା କଲେଜ ଠାରେ କେନ୍ଦୁ ଗଣ୍ଡି ଚୋରି କରି ନେଉଥିବା (ଓଆର ୦୫ ଏଇ ୮୩୨୫) ମହିନ୍ଦ୍ରା ମ୍ୟାକ୍ସ ପିକଅପ ଗାଡ଼ିକୁ ବନ ବିଭାଗ ଜବତ କରିଛି।
Ad..
ତେବେ ଜବତ କାଠ ୨୫୦୦ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧,୨୫,୦୦୦ ଟଙ୍କା ବୋଲି ରେଞ୍ଜର ଶ୍ରୀଯୁକ୍ତ ରଞ୍ଜିତ ସିଂ ବାବୁ ସୂଚନା ଦେଇଛନ୍ତି।
Ad..
ମିଳିଥିବା ସୂଚନା ଅନୁଯାୟୀ ପାଟଣାଗଡ଼ ରୁ ପଦ୍ମପୁର ରାସ୍ତାରେ ଏକ ପିକପ ଯୋଗେ ମୂଲ୍ୟବାନ କେନ୍ଦୁ କାଠ ଚାଲାଣ ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ବନାଞ୍ଚଳ ଅଧିକାରୀ ରଞ୍ଜିତ ସିଂ ବାବୁ...
Ad..
ବନପାଳ ସରୋଜ କୁମାର ସାହୁ, ରାଧାକାନ୍ତ କୁମ୍ଭାର,ପଦ୍ମିନୀ ଭୋଇ, ସ୍କ୍ୱାର୍ଡ ମାନ ଠେଟୁଆ,ତରଣି ଦାଶ,ସୁଧାଂଶୁ ଶେଖର ଭଇଁସାଲ ପ୍ରମୁଖ ରାତି ୧୨ଟା ସମୟରେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ପିକଅପ ଗାଡ଼ିକୁ ଜବତ କରିଥିବା ବେଳେ ଅନ୍ଧାର ରାତିର ସୁଯୋଗ ନେଇ ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା।
Ad..
ଉକ୍ତ ଗାଡିକୁ ପଦ୍ମପୁର ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଥିଲା । ତେବେ ଗାଡ଼ିରେ ଡ଼୍ରାଇଭର ମୋବାଇଲ ଫୋନ ଛାଡି ଯାଇଥିବାରୁ ମୋବାଇଲ ଲକ୍ ଖୋଲିଲା ପରେ ଅଧିକ ସୂଚନା ମିଳିପାରିବ ବୋଲି ରେଞ୍ଜ ଅଫିସର ସୂଚନା ଦେଇଥିବା...
ବେଳେ ଖୁବ୍ ଶୀଘ୍ର ଗାଡି ମାଲିକ ଓ କାଠ ମାଫିଆ ମାନଙ୍କୁ ଚିହ୍ନଟ କରି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାୁଷ୍ଠାନ ଗ୍ରହଣ କରାଯିବା ସହ UD CASE NO 2 OF 2025/26 ରେ ମାମଲା ରୁଜୁ କରାଯାଇ ଅଧିକରୁ ଅଧିକ ତଦନ୍ତ ଜାରି ରଖିଥିବା ରେଞ୍ଜର ସୂଚନା ଦେଇଛନ୍ତି।
Report : Bijay ku sahu
Edited by k.s thakur...





