ବଳଙ୍ଗା ପୀଡ଼ିତାଙ୍କ ସଂପନ୍ନ ହେଲା ଶେଷକୃତ୍ୟ...

ବଳଙ୍ଗା ପୀଡ଼ିତାଙ୍କ ସଂପନ୍ନ ହେଲା ଶେଷକୃତ୍ୟ...


ଭୁବନେଶ୍ଵର,୦୪/୦୮ : ଆଜି ବଳଙ୍ଗା ପୀଡ଼ିତାଙ୍କ ସଂପନ୍ନ ହେଲା ଶେଷକୃତ୍ୟ। ସମସ୍ତ ରୀତିନୀତିରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ପୀଡ଼ିତାଙ୍କ ଗାଁ ବାୟାବରର କବରସ୍ତାନରେ ଦିଆଗଲା କବର। 

       Ad..


ବାୟାବର ଗାଁରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହା ସହ ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ରହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।

Ad..


ବିଳମ୍ବିତ ରାତିରେ ବଳଙ୍ଗାରେ ପହଞ୍ଚିଲା ମରଶରୀର । ପୋଡ଼ିଯାଇ ଜୀବନ ସହ ୧୪ ଦିନ ଧରି ସଂଗ୍ରାମ କରି ଶନିବାର ଦିଲ୍ଲୀ ଏମ୍‌ସରେ ପ୍ରାଣ ହରାଇଥିଲେ ପୀଡ଼ିତା।  ଗତକାଲି ରାତି ପ୍ରାୟ ୧୧ଟା ୧୫ ସମୟରେ ପୀଡିତାଙ୍କ ମୃତ ଦେହ ଭୁବନେଶ୍ବରରେ ପହଞ୍ଚିଥିଲା। 

    Ad..


ପୀଡିତାଙ୍କ ଶେଷ ଦର୍ଶନ ପାଇଁ ବିମାନବନ୍ଦରରେ ଅନେକ ନେତା ମନ୍ତ୍ରୀଙ୍କ ଭିଡ ଜମିଥିଲା । ଏହା ପରେ ମହାପ୍ରୟାଣ ଗାଡି ତାଙ୍କ ମରଶରୀରକୁ ଗାଁକୁ ଅଣାଯାଇଥିଲା।

Ad..


ସୂଚନାଯୋଗ୍ୟ, ବଳଙ୍ଗା ଥାନା ବାୟାବର ନାବାଳିକା ଜଣକ ଗତମାସ ୧୯ ତାରିଖରେ ନିଜ ସାଙ୍ଗ ଘରକୁ ଯାଉଥିଲା । ଏହି ସମୟରେ ସେଠାରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା।




Edited by k.s thakur...

Post a Comment

Previous Post Next Post