"ଆସ ସ୍କୁଲ ଯିବା" ବ୍ଲକ ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ; ସ୍କୁଲ ଫେରିବେ ୧୦୨୪ ଛାତ୍ର ଛାତ୍ରୀ...
ବରଗଡ଼,୦୭/୦୮ : ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବରଗଡ଼ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼ ସୁରେନ୍ଦ୍ର କୁମାର ସାହୁ ଙ୍କ ଆବାହକତ୍ବ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବ୍ରେସିଅସ ଡୁଙ୍ଗ ଡୁଙ୍ଗ ଙ୍କ ଅଧ୍ୟକ୍ଷତା ରେ "ଆସ ସ୍କୁଲ ଯିବା" ବ୍ଲକ ସ୍ତରୀୟ କମିଟି ର ଗୁରୁତ୍ବ ପୂର୍ଣ୍ଣ ବୈଠକ ଅନୁଷ୍ଟିତ ହୋଇ ଯାଇଛି।
Ad..
ଏହି ବୈଠକ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼ ସୁରେନ୍ଦ୍ର କୁମାର ସାହୁ ବରଗଡ଼ ବ୍ଲକ ରେ ୧୦୨୪ ଜଣ ଛାତ୍ର ଛାତ୍ରୀ ସ୍କୁଲ ବାହାରେ ରହିଥିବା ବିଷୟ ସୂଚନା ପ୍ରଦାନ କରି ଥିବା ବେଳେ ସେମାନେ କିପରି ସ୍କୁଲ କୁ ଫେରିବେ ସେଥି ପାଇଁ ବ୍ଲକ ଶିକ୍ଷା ବିଭାଗ ତରଫରୁ କରାଯାଇଥିବା...
Ad..
ମାଇକ୍ରୋ ପ୍ଲାନ୍ ସମ୍ବନ୍ଧ ରେ ସୂଚନା ପ୍ରଦାନ କରିବା ସହ ଏହି ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ର ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ୧୦ ଟି ଟିମ୍ ଗଠନ କରାଯାଇଥିବା ସୂଚନା ପ୍ରଦାନ କରିଥିଲେ।
Ad..
ସ୍କୁଲ ବାହାରେ ଥିବା ପ୍ରତି ଛାତ୍ରଛାତ୍ରୀ ଙ୍କ ଘରକୁ ଘର ପରିଦର୍ଶନ କରାଯିବା ସହ ସ୍କୁଲ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯିବ ବୋଲି ଉଲ୍ଲେଖ କରିଥିଲେ।
Ad..
ଏହି ଅବସର ରେ ସି ଡି ପି ଓ ରେଣୁକା ଷଡ଼ଙ୍ଗୀ ,ଜିଲ୍ଲା ମଙ୍ଗଳ ଅଧିକାରୀ ଆଲୋକ ବାରିକ,ଜର୍ଜ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶାଶ୍ଵତୀ ଦାଶ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ସୁନା ପ୍ରମୁଖ ଙ୍କ ସମେତ ସମସ୍ତଏବିଇଓ ,ସି ଆର୍ ସି ସି ବୃନ୍ଦ ଉପସ୍ଥିତ ରହି...
କିପରି ସ୍କୁଲ ବାହାରେ ଥିବା ବରଗଡ଼ ବ୍ଲକ ର ୧୦୨୪ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ର ମୁଖ୍ୟ ସ୍ରୋତ ରେ ସାମିଲ କରାଯାଇ ପୁଣି ବିଦ୍ୟାଳୟ କୁ ଫେରାଇ ଅଣାଯାଇ ପାରିବ ସେ ବିଷୟ ରେ ବିସ୍ତୃତ ଆଲୋଚନା କରିଥିଲେ ।
Report : Bijay ku sahu
Edited by k.s thakur...





