ଜିଲ୍ଲା ଉପନିବନ୍ଧକ ଅଫିସ ସମ୍ମୁଖରେ ସଂଯୁକ୍ତ କୃଷକ ସଙ୍ଗଠନ ଧାନ ପଞ୍ଜିକରଣ ର ସରଳ କରିବା ପାଇଁ ଧାରଣା ପ୍ରଦର୍ଶନ...

ଜିଲ୍ଲା ଉପନିବନ୍ଧକ ଅଫିସ ସମ୍ମୁଖରେ ସଂଯୁକ୍ତ କୃଷକ ସଙ୍ଗଠନ  ଧାନ ପଞ୍ଜିକରଣ ର ସରଳ କରିବା ପାଇଁ  ଧାରଣା ପ୍ରଦର୍ଶନ...


ବରଗଡ଼,୦୭/୦୮ : ନୂତନ ଧାନବିକ୍ରି ପଞ୍ଜିକରଣ ର ଜଟିଳତା ହଟିନାହିଁ କି ଚାଷି ଆନ୍ଦୋଳନ ଦବି ନାହିଁ। ଜିଲ୍ଲା ଉପନିବନ୍ଧକ ଅଫିସ ସମ୍ମୁଖରେ ସଂଯୁକ୍ତ କୃଷକ ସଙ୍ଗଠନ  ଧାନ ପଞ୍ଜିକରଣ ର ସରଳ କରିବା ପାଇଁ  ଧାରଣା ପ୍ରଦର୍ଶନ କରାଯାଇଛି। 

Ad..


ନୂତନ ପଞ୍ଜିକରଣ ବ୍ୟବସ୍ଥା ରେ ବଂଶାବଳି ତିଆରୀ କରିବା ବାଧ୍ୟତାମୂଳକ ନିଷ୍ପତ୍ତି କୁ ସଂଗଠନ ଦୃଢ ସ୍ୱରରେ ବିରୋଧ କରିଅଛୁଅଛି। ଏହାଦ୍ୱାରା ଭାଇଭାଇ, ଭାଇଭଉଣୀ ମଧ୍ୟରେ ପାରିବାରିକ କଳହ ଲାଗିବା ସ୍ୱାଭାବିକ ହୋଇଯିବ। 

     Ad..


ଅନ୍ୟ ପଟେ ଉତ୍ତରାଧିକାରୀ ଅନୁସାରେ ମହିଳାମାନେ ମଧ୍ୟ ଜମି ଭାଗ ପାଉଥିବାରୁ ଚାଷ ନ କରି ଧାନ କାର୍ଡ ତିଆରୀ କରିପାରିବେ ଫଳରେ ଚାଷକରିଥିବା ଚାଷି ଧାନ ବିକ୍ରି କରିପାରିବ ନାହିଁ ଏବଂ ଧାନ ଚାଷ ନ କରି କେବଳ ବଂଶୀୟ ଆଧାରରେ ଧାନ କାର୍ଡ କରିଥିବା ରୁ ସେହି ଧାନ କାର୍ଡ  ଚଢା ଦରରେ ବିକ୍ରୀହେବ। 

Ad..


ଫଳରେ ଖାଦ୍ୟ ସଙ୍କଟ ଦେଖା ଦେବ, କୃଷି ଅର୍ଥନୀତି ଉପରେ ପ୍ରଭାବ ପଡିବ,ଅନେକ ନକଲି ଚାଷି ହେବେ ଅବ୍ୟବସ୍ଥା ଚରମ ସୀମା ଲଙ୍ଘିବ ଏଣୁ ସ୍ୱ ଘୋଷଣା ନାମା ରେ ପଞ୍ଜିକରଣ ହେଲେ କୌଣସି ନକଲି ଚାଷି ହେବେ ନାହିଁ ଏବଂ ଯେଉଁଠି ଅଭିଯୋଗ ଅଛି ସେ କ୍ଷେତ୍ରରେ  ସହମତି ପତ୍ର ମଗାଯାଉ ବୋଲି ସଂଗଠନ ଦାବୀ କରିଛି। 

Ad..


ଏହି ଦାବୀ ମୁତାବକ ବାଲେଶ୍ୱର ଜିଲ୍ଲା ପାଳ ଗତ କାଲି ଚିଠି କରି କେବଳ ସ୍ୱାଘୋଷଣା ନାମାରେ ଧାନ ପଞ୍ଜିକରଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି ତାହାହେଲେ ବରଗଡ଼ କାହିଁକି ନୁହେଁ ବୋଲି ସଂଗଠନ ପ୍ରଶ୍ନ କରିଛି। 

ଦିନ 10 ଟାରୁ ଅଫିସ ସମ୍ମୁଖରେ ଧାରଣା ସଂଗଠନ ବାସୀଥିବାରୁ ଉପନିବାନ୍ଧକ ଆସି ପ୍ରଥମ ପର୍ଯ୍ୟାୟ ରେ ଆଲୋଚନା କଲେ ପରେ ଶହ ଉପଜିଲ୍ଲାପାଳ ମଧ୍ୟ ଆସି ଆଲୋଚନା ରେ ଭାଗନେଇଥିଲେ ହେଲେ ସଂଗଠନ ସେହି ଗୋଟିଏ ଦାବିରେ ଅଟଳ ରହିବାରୁ ଆଲୋଚନା ବିଫଳ ହୋଇଥିଲା।

ପୁଣି 3 ଟା ସମୟରେ ଡିଆରସିଏସ ଯୁଗଳ ଦାସ ଆସି ପୂର୍ଣ୍ଣାଙ୍ଗ ଆଲୋଚନା କଲା ପରେ ଆଜି ସାନ୍ଧ୍ୟ 7 ଟା ସମୟରେ ଜିଲ୍ଲାପାଳ ଙ୍କ ସହିତ କଥା ହୋଇ ଯେକୌଣସି ସାନଧାନ ର ବାଟ ବାହାର କରାଯିବ ବୋଲି ପ୍ରତିଶୃତି ଦେଲା ପରେ ସଂଗଠନ ପ୍ରତିନିଧି ମାନେ ଧାରଣା 4 ଟା ରେ ଉଠିଥିଲେ। 

ଏହି ଧାରଣା ପୂର୍ବରୁ ସରକଣ୍ଡା, ସୋହେଲା, ଘେଁସ, ସନିମାଲ ଏବଂ ଭେଡେନ ସୋସାଇଟି ତାଲା ବନ୍ଦ କରି କର୍ମୀମାନେ ବରଗଡ଼ ଆସିଥିଲେ। ଏହି ଧାରଣା କାର୍ଯ୍ୟକ୍ରମ ରେ ସର୍ବଶ୍ରୀ ଉତ୍ପନ୍ନ ଭୋଇ, ଅଜିତ ଶତପଥୀ, ରମେଶ ମହାପାତ୍ର, ନରେନ୍ଦ୍ର ଭୋଇ, ସୁଦାମ ପାତ୍ର, ତପନ ମିଶ୍ର, କାରଣ ସାହୁ, ସୁବାସ ପଧାନ...

ସାମନ୍ତ ସାହୁ, ପ୍ରଭାତ ସାହୁ, କୁଞ୍ଜ ପଧାନ, ରୋହିତ ପଧାନ, ସୁବାସ ସାମନ୍ତରାୟ, ଶାନ୍ତନୁ ମାଝୀ, ସୁରେନ ସାହୁ, ରବିଶଙ୍କର ପଧାନ, ଡୋଳାମଣି ମେହେର,ଈଶାନ୍ତ ଭୋଇ, ସୁରେଶ ନିକେଣ୍ଟି, ନିରଞ୍ଜନ ପଧାନ, ସୁବାସ ବିଶ୍ୱାଳ, ବୁଦ୍ଧଦେବ ନନ୍ଦ, ପି ପାପାରାଓ, ସଂକ୍ରାନ୍ତି, ଦଶରଥ ଭୋଇ, ଅମୁଲ୍ୟ ସ୍ୱାଇଁ ଏବଂ କୋଶଲ ସେନାର ବୀରବଳ ମହାକୁଡ଼ ଯୋଗଦେଇଥିଲେ। 

ସଂଗଠନ ପକ୍ଷରୁ ଯଦି ଦାବୀ ମୁତାବକ କୌଣସି ନିଷ୍ପତ୍ତି ନିଆନଯାଏ ତାହାହେଲେ ପର୍ଯ୍ୟାୟ କ୍ରମେ ଆନ୍ଦୋଳନ କୁ ଆହୁରୀ ଦୁର୍ବାର କରାଯିବ ବୋଲି ଚେତାବନୀ ଦେଇଛନ୍ତି।



Report : Bijay ku sahu 

Edited by k.s thakur...

Post a Comment

Previous Post Next Post