ବିଜେଡିର ଆନ୍ଦୋଳନ ଚେତାବନୀ ; ଦିନକ ପୂର୍ବରୁ ସରକାର ଙ୍କ ମତ ପରିବର୍ତ୍ତନ !...

ବିଜେଡିର ଆନ୍ଦୋଳନ ଚେତାବନୀ ; ଦିନକ ପୂର୍ବରୁ ସରକାର ଙ୍କ ମତ ପରିବର୍ତ୍ତନ !...


ବରଗଡ଼,୧୭/୦୮ : ବରଗଡ଼ ଜିଲ୍ଲା ରେ ଚାଷୀ ପଞ୍ଜିକରଣ କୁ ସରଲିକରଣ କରିବା ଦାବିରେ ଜିଲ୍ଲାବ୍ୟାପୀ କୃଷକ ସଂଗଠନ ଆନ୍ଦୋଳନ ଚେତାବନୀ ଦେଇ କେତେବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିବା ବେଳେ... 

Ad..


କେତେବେଳେ ରାସ୍ତା ରୋକ କରୁଛି ଯାହା କୁ ନେଇ ବିରୋଧି ମଧ୍ୟ ଆନ୍ଦୋଳନ କରିବାକୁ ଘୋଷଣା କରିଥିବା ବେଳେ ବରଗଡ଼ ଜିଲ୍ଲା ର ବିଜେପି ବିଧାୟକମାନେ ସରକାର ଙ୍କ ଠାରେ ଦାବି ଉଠାଇବା ଓ ସରକାର ଗୁରୁତ୍ବ ସହ ବିଚାର କରି ସରକାରୀ ନିଷ୍ପତ୍ତି ପରିବର୍ତ୍ତନ କରିଥିବା ସୂଚନା ବରଗଡ଼ ଚାଷୀ ମହଲରେ ଆନନ୍ଦ ଖେଲାଇଛି । 

   Ad..


ସରକାର ଖରିଫ୍ ପଞ୍ଜିକରଣ କରିବାକୁ ଅବଧି ଘୋଷଣା କରିବା ଦିନ ଠାରୁ ବରଗଡ଼ ଜିଲ୍ଲା ରେ ଚାଷୀ ଅସନ୍ତୋଷ ଦେଖାଦେଇ ଆନ୍ଦୋଳନ ଜାରି ରହିଛି। ଚଳିତ ଖରିଫ ପଞ୍ଜୀକରଣ ନୀତି ଜଟିଳ ହୋଇଥିବା ଅଭିଯୋଗ କରି ବିଭିନ୍ନ ଚାଷୀ ସଂଗଠନ ସମେତ ବିରୋଧୀ ରାଜନୈତିକ ଦଳ ଗୁଡିକ ସରକାରଙ୍କୁ ଘେରି ବସିଥିଲେ। 

Ad..


ଏହାକୁ ନେଇ ଏବେ ମଧ୍ୟ ଚାଷୀ ଅସନ୍ତୋଷ ଲାଗି ରହିଥିବା ବେଳେ ରାଜନୈତିକ ଦଳ ଗୁଡିକ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଘୋଷଣା କରିଛନ୍ତି। 

Ad..


ଏହି କ୍ରମରେ ଚାଷୀ ପଞ୍ଜୀକରଣ ସରଳୀକରଣ ଦାବି ସହିତ ବିଭିନ୍ନ କୃଷି, କୃଷକ ସମସ୍ୟା ନେଇ ୧୮ ସୋମବାର ବିଜେଡି ପକ୍ଷରୁ ବରଗଡ଼ରେ ବିଶାଳ କୃଷକ ବିକ୍ଷୋଭ କାର୍ଯ୍ୟକ୍ରମ ରହିଛି ବୋଲି ପ୍ରେସମିଟ ମାଧ୍ୟମରେ ବିଜେଡି ଘୋଷଣା କରିଥିବା ବେଳେ  ବିରୋଧୀ ଦଳର ଆନ୍ଦୋଳନ ଚାପରେ ରାଜ୍ୟ ସରକାର ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରେ କିଛି ପରିବର୍ତ୍ତନ ଆଣିଛନ୍ତି ବୋଲି ଆଲୋଚନା ହେଉଛି। 

Ad..


ଚାଷୀ ପଞ୍ଜୀକରଣ ପାଇଁ ଏଣିକି ଚାଷୀ ମାନଙ୍କୁ ଚାଷଜମି ଏବଂ ନିଜ ବଂଶାବଳୀ ନେଇ ଉଦ୍ଦିଷ୍ଟ ଆବେଦନ ଫର୍ମରେ କେବଳ ସ୍ବ ଘୋଷଣା ଦେବାକୁ ପଡିବ ବୋଲି ରାଜ୍ୟ ସରକାରଙ୍କ ଖାଦ୍ୟ, ଯୋଗାଣ ଏବଂ ଖାଉଟୀ କଲ୍ୟାଣ ବିଭାଗ ପକ୍ଷରୁ ଏକ ଚିଠି ଜାରି ହୋଇଛିଯାହାକୁ ନେଇ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଗଣମାଧ୍ୟମରେ ବିଭାଗୀୟ ଚିଠି କୁ ପ୍ରେରଣ କରି ସୂଚନା ଦେଇଛନ୍ତି। 

ସେହିପରି ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଚାଷୀ ପଞ୍ଜୀକରଣ ଏବଂ ୩୦ତାରିଖ ପର୍ଯ୍ୟନ୍ତ ପ୍ରାଥମିକ କୃଷି ସମବାୟ ସମିତି ଦ୍ବାରା ପଞ୍ଜୀକୃତ ଚାଷୀଙ୍କ ଡିଜିଟାଲାଇଜେଶନ ଅବଧିକୁ ବୃଦ୍ଧି କରାଯାଇଥିବା ମଧ୍ୟ ସରକାରୀ ଘୋଷଣା ହୋଇଛି। 

ବିଜେଡି ର ଆନ୍ଦୋଳନ ଡ଼ାକରା ର ଗୋଟିଏ ଦିନ ପୂର୍ବରୁ ସରକାର ମତ ପରିବର୍ତ୍ତନ ବରଗଡ଼ ଜିଲ୍ଲା ରାଜନୈତିକ ଦୃଷ୍ଟିକୋଣ ରୁ କୃଷକ ଙ୍କୁ କେତେ ପ୍ରଭାବିତ କରିବ ତାହା ଆସନ୍ତା ପଞ୍ଚାୟତ ନିର୍ବାଚନ ହିଁ କହିବ ବୋଲି ସାଧାରଣ ରେ ଆଲୋଚନା ହେଉଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post