ଗାଇସିଲେଟ ମହାବିଦ୍ୟାଳୟରେ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା, ଆତ୍ମଦାହ ସଚେତନତା କାର୍ଯ୍ୟକ୍ରମ ଓ ସଂସ୍କୃତ ଦିବସ ପାଳିତ...

ଗାଇସିଲେଟ ମହାବିଦ୍ୟାଳୟରେ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା, ଆତ୍ମଦାହ ସଚେତନତା କାର୍ଯ୍ୟକ୍ରମ ଓ ସଂସ୍କୃତ ଦିବସ ପାଳିତ...


ବରଗଡ଼,୧୪/୦୮ : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ମାର୍ଗଦର୍ଶନ ଓ ଖେଳ ଶିକ୍ଷକ ହେମନ୍ତ ପଣ୍ଡାଙ୍କ ନେତୃତ୍ଵରେ ଆୟୋଜିତ...

      Ad..


ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଏକ ବିଶାଳ ଶୋଭାଯାତ୍ରା ମହାବିଦ୍ୟାଳୟ ପରିସରରୁ ବାହାରି ଡାକ୍ତରଖାନା, ବସଷ୍ଟାଣ୍ଡ , ସହିଦ ଛକ ଦେଇ ପରିକ୍ରମା କରିଥିଲା। 

   Ad..


ପ୍ରାୟ ୭୦୦ ରୁ ଅଧିକ ଛାତ୍ରଛାତ୍ରୀ ମାନେ ବ୍ୟାପକ ଉତ୍ସାହ ଓ ଦେଶଭକ୍ତି ର ସହ ହାତରେ ତ୍ରିରଙ୍ଗା ପତାକା ନେଇ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ । ପୁରୁଣା ମହାବିଦ୍ୟାଳୟ  ସାମନାରେ ଏକ ଉଦବୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

   Ad..


ଉକ୍ତ କାର୍ଯ୍ୟକ୍ରମରେ  ମହାବିଦ୍ୟାଳୟର  ବରିଷ୍ଠ ପ୍ରାଧ୍ୟାପକ ମନୋଜ କୁମାର ପଣ୍ଡା, ପ୍ରଦୀପ କୁମାର ପଧାନ, ଅରୁଣ କୁମାର ପାଣିଗ୍ରାହୀ, ନାରାୟଣ ମିଶ୍ର , ଉମାକାନ୍ତ ସାହୁ , ଅଧ୍ୟାପକ ବାଚସ୍ପତି ପଧାନ, ମାନସ କୁମାର ଦାଶ, ପ୍ରତୀକ୍ଷା ଡନସନା , ବୀଣାପାଣି ତାଣ୍ଡି, ନମିତା ସାହୁଙ୍କ ସହିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରିବୃନ୍ଦ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Ad..


ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କୁ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା ପରେ  ଆତ୍ମଦାହ ରୋକିବା ପାଇଁ ସଚେତନତା ସମ୍ପର୍କରେ  ଏକ ସଭା ଅନୁଷ୍ଠିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ ଭିଷ୍ମଦେବ ମାଝୀ,ଥାନାଧିକାରୀ ଶଶିଭୂଷଣ ମିଶ୍ର,ଥାନା ଏ.ଏସ୍.ଆଇ ରିତାଞ୍ଜଳି ଖମାରୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ। 

ଏତଦ୍  ବ୍ୟତୀତ ସଂସ୍କୃତ ବିଭାଗ ଆନୁକୂଲ୍ୟରେ ସଂସ୍କୃତ ସପ୍ତାହ ସମାରୋହ ମହାବିଦ୍ୟାଳୟରେ  ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି।

ବିଭାଗୀୟ ମୁଖ୍ୟ ନାରାୟଣ ମିଶ୍ରଙ୍କ ପରିଚାଳନାରେ ହୋଇଥିବା ସଭାରେ ଅତିଥି ଭାବରେ ପ୍ରାଧ୍ୟାପକ ମନୋଜ କୁମାର ପଣ୍ଡା , ପ୍ରଦୀପ କୁମାର ପଧାନ ଓ ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡା ଯୋଗଦେଇ ସଂସ୍କୃତ ଭାଷାର ମହତ୍ଵ ଓ ତାର ପ୍ରସାରଣ ପାଇଁ ଉଦବୋଧନ ଦେଇଥିଲେ।

ଅଧ୍ୟାପିକା ନମିତା ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ  ଛାତ୍ରଛାତ୍ରୀ ମାନେ ସଂସ୍କୃତ କବିତା ଆବୃତ୍ତି  ଓ ଶ୍ଳୋକ ଉଚ୍ଚାରଣ କରି ପୁରସ୍କୃତ ହୋଇଥିଲେ । ପରିଶେଷରେ ଅଧ୍ୟାପିକା ସୋନାଲିକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post