ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ ରାଗିଂ ବିରୋଧୀ ସପ୍ତାହର ଉଦଯାପନୀ ଉତ୍ସବ...
ପଦ୍ମପୁର,୧୮/୦୮ : ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ସମ୍ମେଳନ କକ୍ଷରେ ଅଧ୍ୟକ୍ଷ ଶ୍ରୀ ଖଗେଶ୍ୱର ଦାଶଙ୍କ ଅଧ୍ୟକ୍ଷତାରେ ଜାତୀୟ ରାଗିଂ ବିରୋଧୀ ସପ୍ତାହର ଉଦଯାପନୀ ଉତ୍ସବ ପାଳିତ ହୋଇଅଛି।
Ad..
ଶ୍ରୀ ଦାଶ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ଜାତୀୟ ରାଗିଂ ବିରୋଧୀ ସପ୍ତାହ ପାଳନର ଉଦ୍ଦେଶ୍ୟଗୁଡିକ ଉପରେ ଆଲୋକପାତ କରିଥିଲେ।
Ad..
କଲେଜର ରାଗିଂ ବିରୋଧୀ ସେଲର ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ମିଶ୍ର ବିଭିନ୍ନ ପ୍ରକାରର ରାଗିଂକୁ ଉଦାହରଣ ସହିତ ଉପସ୍ଥାପନ କରି ଏହି କାର୍ଯକ୍ରମର ସଂଯୋଜନା କରିଥିଲେ।
Ad..
ମୁଖ୍ୟ ଅତିଥି ଭାବରେ ଆଡଭୋକେଟ୍ ଦିପ୍ତିମୟୀ ଶତପଥୀ ଯୋଗ ଦେଇ ରାଗିଂ ରେ ସଂପୃକ୍ତ ଥିବା ନୀତି, ନିୟମ ତଥା ସାମ୍ବିଧାନିକ ଆଇନ ବିଷୟରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କ ଉତ୍ତମ ଭବିଷ୍ୟତ ଗଠନ ଦିଗରେ ରାଗିଂ କିପରି ସମସ୍ୟା ସୃଷ୍ଟି କରେ ତାହାକୁ ଉପସ୍ଥାପନ କରି ଏହାକୁ ରୋକିବା ପାଇଁ ପରାମର୍ଶ ଦେଇଥିଲେ।
Ad..
ଆନ୍ତରିକ ଅଭିଯୋଗ କମିଟିର ମୁଖ୍ୟ ଶ୍ରୀମତୀ ଝୁନୁ ପରିଡ଼ା ରାଗିଂ କୁ ରୋକିବା ପାଇଁ ବିଭିନ୍ନ ଉପାୟ ଗୁଡ଼ିକୁ ବିଶ୍ଳେଷଣ କରି ଛାତ୍ରଛାତ୍ରୀମାନଙ୍କୁ ଏହାଠାରୁ ଦୂର ରହିବା ପାଇଁ ପରାମର୍ଶ ଦେଇଥିଲେ।
Ad..
ଶକ୍ତିଷ୍ରୀ ସଂଯୋଜିକ ଶ୍ରୀମତୀ ଶର୍ମିଲା ପଣ୍ଡା ନିଜ ଅଭିଭାଷଣ ରଖି ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ସମସ୍ତେ ଆଣ୍ଟି-ରାଗିଂ ଶପଥ ପାଠ କରିଥିଲେ ଏବଂ ଏହା ପାଇଁ ଏକ ରାଲି ମଧ୍ୟ ଅନୁଷ୍ଠିତ ହେଇଥିଲା।
ଶ୍ରୀ ପ୍ରଭାତ କୁମାର ମହାପାତ୍ର, ଶ୍ରୀ ତାରା ପ୍ରସାଦ ଶତପଥୀ, ଶ୍ରୀ ନବକୃଷ୍ଣ ମିଶ୍ର, ଶ୍ରୀ ପ୍ରମୋଦ କୁମାର ତ୍ରିପାଠୀ, ଶ୍ରୀ ପ୍ରମୋଦ କୁମାର ପାନିଗ୍ରାହି, ଶ୍ରୀମତୀ ପୂର୍ଣ୍ଣିମା ଦୋରା, ବୁନି ସାହୁଙ୍କ ସମେତ ସମସ୍ତ ଅଧ୍ୟାପକ-ଅଧ୍ୟାପିକା, ପ୍ରଧ୍ୟାପକ-ପ୍ରଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
Report : Bijay ku sahu
Edited by k.s thakur...






