ସେପ୍ଟେମ୍ବରରୁ ଓଡ଼ିଶାରେ ଆରମ୍ଭ ହେବ SIR...

ସେପ୍ଟେମ୍ବରରୁ ଓଡ଼ିଶାରେ ଆରମ୍ଭ ହେବ SIR...


ଭୁବନେଶ୍ଵର,୧୯/୦୮ : ବିହାରରେ ଚାଲିଥିବା ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)କୁ ନେଇ ଦେଶର ରାଜନୀତି ଚଳଚଞ୍ଚଳ। ବିରୋଧୀ ଦଳ ଏହି ପ୍ରସଙ୍ଗରେ ଏକାଠି ହେବା ସ‌ହ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଆକ୍ଷେପ କରୁଥିଲା ବେଳେ ରବିବାର ମୁଖ୍ୟ ନିର୍ବାଚନ କମିଶନ ଏହାର ଜବାବ ମଧ୍ଯ ରଖିସାରିଛନ୍ତି । 

Ad..


ଆଉ ଏହି ଚର୍ଚ୍ଚା ଭିତରେ ସୋମବାର ରାଜ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନ ଏକ ବଡ଼ ସୂଚନା ଦେଇଛନ୍ତି। କହିଛନ୍ତି ଆସନ୍ତା ମାସରୁ ଅର୍ଥାତ୍ ସେପ୍ଟେମ୍ବରରୁ ଓଡ଼ିଶାରେ ଆରମ୍ଭ ହେବ ଏସ୍‌ଆଇଆର୍।

Ad..


ଶେଷଥର ପାଇଁ ୨୦୦୨ ମସିହାରେ ରାଜ୍ୟରେ ଭୋଟର ତାଲିକା ସଂଶୋଧନ କରାଯାଇଥିଲା । ଆଉ ପାଖାପାଖି ୨୩ ବର୍ଷ ପରେ ପୁଣି ଏହି ପ୍ରକ୍ରିୟା ଆରମ୍ଭ ହେବ । ଗୋପାଳନ କହିଛନ୍ତି ଯେ ଏହି ପ୍ରକ୍ରିୟା ପରେ ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ଜାନୁଆରୀ ୭ ତାରିଖରେ ପ୍ରକାଶ ପାଇବ। 

Ad..


ରାଜ୍ୟରେ ଏସ୍‌ଆଇଆର୍ ଆରମ୍ଭ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ଭୋଟର ତ୍ରୁଟିକୁ ନେଇ ବିଜୁ ଜନତା ଦଳ ଏବଂ କଂଗ୍ରେସ ଆପତ୍ତି ଜଣାଇଥିଲେ। ଏହି ଦୂର ରାଜନୈତିକ ଦଳ ସମେତ ଅନ୍ୟ ଦଳମାନେ ଯେଉଁ ଅଭିଯୋଗ ଉଠାଇଥିଲେ ତା’ର ସମାଧାନ କରାଯାଇଛି। 

Ad..


ବିଜୁ ଜନତା ଦଳର ଅଭିଯୋଗ ପ୍ରସଙ୍ଗରେ ଦୁଇ ଦୁଇଥର ଉତ୍ତର ପ୍ରଦାନ କରାଯାଇଛି । ରାଜନୈତିକ ଦଳମାନେ ଭିତ୍ତିହୀନ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତାକୁ ଦୁର୍ବଳ ନକରିବାକୁ ସେ ଅନୁରୋଧ କରିଛନ୍ତି। କହିଛନ୍ତି ଯେ ଏହା ଦ୍ୱାରା ଜନସାଧାରଣଙ୍କ ବିଶ୍ବାସ ମଧ୍ଯ ଦୁର୍ବଳ ହେଉଛି।

Ad..


ଗୋପାଳନ କହିଛନ୍ତି ଯେ ନିରପେକ୍ଷ ନିର୍ବାଚନ ପାଇଁ କମିଶନ ପ୍ରତିଶ୍ରୁତିବଦ୍ଧ । ତେଣୁ ଭୋଟର ତାଲିକାର ସଠିକତା ଏବଂ ଏହାର ସ୍ବଚ୍ଛତା ବୃଦ୍ଧି ପାଇଁ ପଦକ୍ଷେପ ସରୂପ ଏସ୍‌ଆଇଆର୍ ଆରମ୍ଭ କରାଯିବ । ଏହା ସଂଶୋଧନର ଏକ ଅଂଶ ।

ଏ ଅବସରରେ ସେ ଭୋଟ ଚୋରି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ଏପିକ୍ ନମ୍ବରକୁ ନେଇ ଆସିଥିବା ଅଭିଯୋଗ ପ୍ରସଙ୍ଗରେ ସେ କହିଛନ୍ତି ଯେ ଓଡ଼ିଶାରେ ୭ହଜାର ଏପିକ୍ ନମ୍ବର ଥିବା ଭୋଟର କାର୍ଡକୁ ପରିବର୍ତ୍ତନ କରାଯାଇ ନୂଆ ଭୋଟର କାର୍ଡ ଦିଆଯାଇଛି। 

କେବଳ ୫ହଜାର ଏପିକ୍ ନମ୍ବର ବାଙ୍କୀରେ ଥିଲା । ଏହି ନମ୍ବରଗୁଡ଼ିକ ଗୁଜରାଟ ଭୋଟରଙ୍କ ସହ ମିଶୁଥିଲା। ବାକି ୨ ହଜାର ଏପିକ୍ ନମ୍ବର କର୍ଣାଟକ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସହ ମିଶୁଥିଲା । ଏଗୁଡ଼ିକ ବଦଳାଯାଇଛି । ସେ ସ୍ପଷ୍ଟ କରିଛନ୍ତି ଯେ କେବଳ ଏପିକ୍ ନମ୍ବରରେ କେହି ଭୋଟ୍ ଦେଇପାରିବେ ନାହିଁ । ବର୍ତମାନ ସ୍ଵତନ୍ତ୍ର ଏପିକ୍ ନମ୍ବର ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଦାନ  କରାଯିବ।




Edited by k.s thakur...

Post a Comment

Previous Post Next Post