ଚାଷୀ ପଞ୍ଜୀକରଣ ପାଇଁ ଦରକାର ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର; ପ୍ରକାଶ ପାଇଲା ବିଜ୍ଞପ୍ତି...
ଭୁବନେଶ୍ଵର,୧୭/୦୮ : ଚାଷୀ ଭାଇଙ୍କ ପାଇଁ ଖୁସି ଖବର। ଚାଷୀ ପଞ୍ଜୀକରଣ ପାଇଁ ଆଉ ଦରକାର ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର। ଏଣିକି ସେଲ୍ଫ ଡିକ୍ଲାରେସନ ବା ନିଜସ୍ବ ଘୋଷଣାନାମାରେ ହୋଇପାରିବ ଚାଷୀଙ୍କ ନାମ ପଞ୍ଜୀକରଣ।
Ad..
ଏଥିପାଇଁ ଯୋଗାଣ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଛି ଯୋଗାଣ ବିଭାଗ ।ପୂର୍ବରୁ ବଂଶାନୁକ୍ରମିକ ପ୍ରମାଣପତ୍ର ବାଧ୍ୟତାମୂଳକ ଥିବାରୁ ଚାଷୀ ପଞ୍ଜୀକରଣରେ ଅନେକ ସମସ୍ୟା ଭୋଗୁଥିଲେ।
Ad..
ଚାଷୀ ଯେପରି ନିଜ ଅଧିକାର ପାଇବାରୁ ବଞ୍ଚିତ ନହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ସରକାର ନିଜସ୍ବ ଘୋଷଣାନାମାରେ ପଞ୍ଜୀକରଣକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ।
Ad..
Edited by k.s thakur...




