ମା’ ସମଲେଇଙ୍କ ପାଇଁ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ, ୨୮ ଅଗଷ୍ଟରେ ଲାଗି ହେବ ନବାନ୍ନ...
ସମ୍ବଲପୁର,୧୭/୦୮ : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଆଜି ଲଗ୍ନ ଧାର୍ଯ୍ଯ କରାଯାଇଛି। ଆସନ୍ତା ୨୮ ତାରିଖରେ ଦିନ ୧୦ଟା ୩୩ରୁ ୧୦ଟା ୫୫ ସମୟ ଭିତରେ ମାଆ ସମଲେଶ୍ବରୀଙ୍କ ପାଖରେ ଲାଗି ହେବ ନବାନ୍ନ।
Ad..
ଏଥିପାଇଁ ଆଜି ସମ୍ବଲପୁରର ବସିଥିବା ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ପରେ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ ଲୋକମାନେ ନିଜ ନିଜର ଇଷ୍ଟ ଦେବୀଙ୍କ ନିକଟରେ ନବାନ୍ନ ଲାଗି କରିବେ ।
Ad..
ନୂଆଁ ସରିଆ ଧାନରୁ ପ୍ରସ୍ତୁତ ଚୁଡା, ପିଠା, କ୍ଷୀରି ଓ ସାରୁପତ୍ର ଭଜା ଭୋଗ ଲାଗି କରାଯିବ । ଏହାପରେ ଜୁହାର ଭେଟ ଓ ସାସ୍କୃତିକ କାର୍ଯ୍ୟକ୍ରମ ନୂଆଁଖାଇ ଭେଟଘାଟ ଆରମ୍ଭ ହେବ ।
Edited by k.s thakur...
Tags:
latest news
latest update
nuakhai date fixed
odisha daily current affairs
samaleswari temple
Sambalpur



