ବରଗଡ଼ ଜିଲ୍ଲା ରେ ଶୀତଳଭଣ୍ଡାର ଅଭାବ ରୁ ରାସ୍ତା କଡ଼ରେ ପନିପରିବା...
ବରଗଡ଼,୦୫/୦୮ : ଚାଷ ବହୁଳ ବରଗଡ଼ ଜିଲ୍ଲା ରେ ଶୀତଳ ଭଣ୍ଡାର ଅଭାବ ଯୋଗୁଁ ବେଳେବେଳେ ଦାମିକା ପରିବା ରାସ୍ତା କଡ଼ରେ ଫିଙ୍ଗା ଯାଉଥିବା ଭଲି ଘଟଣା ଦେଖିବାକୁ ମିଳିଥାଏ।
Ad..
ବରଗଡ଼ ଜିଲ୍ଲା ର ଚାଷୀ ହାଡ଼ଭଙ୍ଗା ପରିଶ୍ରମ କରି ପରିବା ଚାଷ କରୁଥିବା ବେଳେ ଶେଷରେ ସାମାନ୍ୟ ଲାଭ ଟିକକ ପାଇବା ପାଇଁ ଆଶା ରଖିଥାଏ ହେଲେ ଦରବୃଦ୍ଧି ଦୃଷ୍ଟି ରୁ ଯଦି ବଜାର ରେ ବିକ୍ରି ନ ହେଲା ଶେଷରେ ରାସ୍ତା କଡ଼ରେ ଫିଙ୍ଗା ଯିବା କୁ ବାଧ୍ୟ ହୋଇଥାଏ ଚାଷୀ।
Ad..
ଚାଷୀ ଓ ଚାଷ ବହୁଳ ବରଗଡ଼ ଜିଲ୍ଲା ରେ ଶୀତଳ ଭଣ୍ଡାର ଅଭାବ ଯେଗୁ ପ୍ରତି ଚାଷୀ ଙ୍କ ଚାଷ ରେ ବଡ କ୍ଷତି ହେଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଭଟଲି ନିର୍ବାଚନମଣ୍ଡଳୀ ର କସୁର ଗାଁ ରାସ୍ତା କଡ଼ରେ। ସୋହେଲା ଠାରୁ ଭଟଲି ଯିବା ରାସ୍ତା ରେ କସୁର ଗାଁ ରହିଛି।
Ad..
ଏହି ଗାଁ ଶେଷ ମୁଣ୍ଡ ରେ ଥିବା ନାଳ ଡେଇଁଲେ ରାସ୍ତା କଡ଼ରେ ବ୍ୟାପକ ମାତ୍ରାରେ ଟମାଟର ଗତଥର ଚାଷ ସମୟରେ ଫିଙ୍ଗା ଯାଇଥିଲା। କିଏ ଫିଙ୍ଗି ଥିଲା ଜଣା ପଡିନଥିବା ବେଳେ ବିକ୍ରି ହୋଇପାରି ନ ଥିବା ରୁ ଫିଙ୍ଗା ଯାଇଥିବା ସ୍ଥାନୀୟ ଅଂଚଳବାସୀ କହୁଥିଲେ ଯାହା ସେ ସମୟରେ ଟମାଟୋ ଦର ବୃଦ୍ଧି ଘଟିଥିବା ବେଳେ ମାତ୍ରାଧିକ ଟମାଟର ରାସ୍ତା କଡ଼ରେ ପଡ଼ିଥିବା ଦୃଶ୍ୟ ଚାଷୀ ଙ୍କୁ ବଡ ବିଚଳିତ କରୁଥିଲା।
Ad..
ଚାଷ ବହୁଳ ବରଗଡ଼ ଜିଲ୍ଲା ରେ ଧାନଚାଷ ସମେତ ବଡ ପରିମାଣରେ ପନିପରିବା ଚାଷ ହେଉଛି। ଜିଲ୍ଲାର ଭଟଲି, ଅମ୍ବାଭନା, ବିଜେପୁର, ବରପାଲି , ସୋହେଲା ସମେତ ମରୁଡି ପ୍ରପିଡିତ ପଦ୍ମପୁର, ପାଇକମାଳ ଓ ଝାରବନ୍ଧ ଅଂଚଳରେ ମଧ୍ୟ ପନିପରିବା ସମେତ ଫଳ ଚାଷ ହେଉଛି ହେଲେ ଆବଶ୍ୟକତା ଥିବା ଶୀତଳଭଣ୍ଡାର ଅଭିବ ଯୋଗୁଁ ଚାଷୀ ଓ ଚାଷ ରେ ବଡ ଖ୍ଯୟଖ୍ଯତି ହେଉଛି।
ସରକାରୀ ସ୍ତରରେ ବରଗଡ଼ ଜିଲ୍ଲା ରେ ଶୀତଳଭଣ୍ଡାର ତିଆରି କରିବା ପାଇଁ ଚାଷୀ ମହଲରେ ଦୃଢ଼ ଦାବି ହେଉଛି। ବରଗଡ଼ ଜିଲ୍ଲା ର ପନିପରିବା ରାଜଧାନୀ ଭୁବନେଶ୍ବର,କଟକ, ବ୍ରହ୍ମପୁର ସମେତ ଛତିଶଗଡ଼ ଓ ଆନ୍ଧ୍ର ଅଂଚଳକୁ ପରିବା ଯୋଗାଣ ହେଉଛି।
ଯାହାକି ଶୀତଳଭଣ୍ଡାର କାର୍ଯଖ୍ଯମ ହେଲେ ଜିଲ୍ଲା ର ବହୁ ଚାଷୀ ଅଣ୍ଡରରେଟ ର ଶିକାର ରୁ ବଞ୍ଚିତ ହେବା ସହ ଅଧିକ ଲାଭବାନ ହୋଇ ପାରିବେ ।
Report : Bijay ku sahu
Edited by k.s thakur...





