କଣ୍ଟାବାଞ୍ଜି ଶ୍ରୀ ରାଧା କୃଷ୍ଣ ମନ୍ଦିର ପ୍ରାଙ୍ଗଣ ରେ ବିଶ୍ଵ ହିନ୍ଦୁ ପ୍ରତିଷ୍ଠା ଦିବସ ପାଳନ...
କଣ୍ଟାବାଞ୍ଜି,୧୭/୦୮ : ଆଜି କଣ୍ଟାବାଞ୍ଜି ଶ୍ରୀ ରାଧା କୃଷ୍ଣ ମନ୍ଦିର ପ୍ରାଙ୍ଗଣ ରେ ବିଶ୍ଵ ହିନ୍ଦୁ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ବିଶ୍ବ ହିନ୍ଦୁ ପରିଷଦ ପ୍ରାନ୍ତ ମାତୃ ଶକ୍ତି ପ୍ରମୁଖ ସରସ୍ଵତୀ ନନ୍ଦ,ବିଶ୍ବ ହିନ୍ଦୁ ପରିଷଦ ଟିଟିଲାଗଡ଼ ଜିଲ୍ଲା ସଭାପତି ମୋହନଲାଲ ଶର୍ମା,ସମ୍ପାଦକ ନନ୍ଦ ମହଲା,ସହ ସମ୍ପାଦକ ତିରଥ ସିଂ ଠାକୁର ସହ ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟ ତଥା ଅନେକ ହିନ୍ଦୁ ଯୋଗ ଦେଇଥିଲେ।
Ad..
ବିଶ୍ଵ ହିନ୍ଦୁ ପରିଷଦ ସୂଚନା ଅନୁସାରେ, ବିଶ୍ବ ର ସବୁ ଠୁ ବଡ଼ ହିନ୍ଦୁ ସଂଗଠନ ବିଶ୍ବ ହିନ୍ଦୁ ପରିଷଦ ର ସ୍ଥାପନା ୧୯୬୪ ମସିହା ପବିତ୍ର ଜନ୍ମାଷ୍ଟମୀ ତିଥିରେ ବମ୍ବେ ର ସନ୍ଦିପନୀ ସାଧନାଳୟ ରେ ସ୍ଵାମୀ ଚିନ୍ମୟାନନ୍ଦ ଜୀ ଙ୍କ ର ଅଧ୍ଯକ୍ଷତାରେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ଦ୍ବିତୀୟ ସରସଂଘଚାଳକ ପ.ପୂ. ଶ୍ରୀ ଗୁରୁଜୀ ଙ୍କ ମାର୍ଗ ଦର୍ଶନ ରେ ୨୯ ଅଗଷ୍ଟ ରେ ହୋଇଥିଲା।
Ad..
ବିଶ୍ବହିନ୍ଦୁ ପରିଷଦ ର ଉଦ୍ଦେଶ୍ୟ - ହିନ୍ଦୁ ସମାଜ କୁ ସଂଗଠିତ ସମାଜ ର କରିବା , ହିନ୍ଦୁ ଧର୍ମ ର ରକ୍ଷା ଓ ହିନ୍ଦୁ,ଧାର୍ମିକ, ସାମାଜିକ, ସାଂସ୍କୃତିକ ବିଷୟ ରେ କାମ କରିବା।
Ad..
୧୯୬୯ ମସିହାରେ କର୍ଣ୍ଣାଟକ ର ଉଡୁପୀ ଠାରେ ବିଶାଳ ସନ୍ଥ ସତ୍ତ୍ବେଳନ ହୋଇଥିଲା । ସେଥିରେ ଛୁଆଁ ଅଛୁଆଁ ର ହିନ୍ଦୁ ସମାଜରେ କୌଣସି ସ୍ଥାନ ନାହିଁ ବୋଲି ସମସ୍ତେ ନାରା ଦେଇଥିଲେ।
Ad..
୧୯୮୪ ମସିହା ରେ ରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନ ପାଇଁ ରାମ ଜାନକୀ ରଥ ଜନ ସଚେତନ ପାଇଁ ବାହାରି ଥିଲା। ତତ୍କାଳୀନ ସରକାର ସେହି ରଥକୁ ସୁରକ୍ଷା ଦେବା ପାଇଁ ଆମେ ସକ୍ଷମ ନୁହେଁ ବୋଲି କହିବାରୁ ସାଧୁ ସନ୍ଥ ମାନଙ୍କର ମାର୍ଗ ଦର୍ଶନ ରେ ଶ୍ରୀ ବିନାୟକ କଟିୟାର ଜୀଙ୍କର ଅଧ୍ଯକ୍ଷତା ରେ ହଜାର ହଜାର ହିନ୍ଦୁ ଯୁବକ ସରଜୁ ନଦୀ ର ଜଳ ନେଇ ସଂକଳ୍ପ କରି ନିଜର ଜୀବନ କୁ ବଳିଦାନ ଦେଇ ରାମଜାନକୀ ରଥର ସୁରକ୍ଷା ଦେଇଥିଲେ।
Ad..
ବଜରଙ୍ଗ ଦଳ...
ବଜରଙ୍ଗ ଦଳ ବିଶ୍ୱହିନ୍ଦୁ ପରିଷଦର ଅନ୍ତର୍ଗତ ଏକ ଯୁବା ସଙ୍ଗଠନ ଅଟେ।ଏହାର ଇଷ୍ଟଦେବ ଶ୍ରୀ ହନୁମାନ ଜୀ ଅଟନ୍ତି। ବଜରଙ୍ଗ ଦଳର ଜନ୍ମ ଶ୍ରୀରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନ ରୁ ହେଲା ଏବଂ ଯୁବକ ମାନଙ୍କର ଏକ ବିଶାଳ ସଙ୍ଗଠିତ ଶକ୍ତି ଦ୍ବାରା ରାମ ଜନ୍ମଭୂମି ଆନ୍ଦୋଳନ ର ମଜବୁତ୍ ସୁରକ୍ଷା ପାଳନ କରିବାର ଭୂମିକା ନିର୍ବାହନ କଲା।
ଦୁର୍ଗା ବାହିନୀ - ମାତୃଶକ୍ତି...
ଦୁର୍ଗାବାହିନୀ ବିଶ୍ୱହିନ୍ଦୁ ପରିଷଦ ଭିତରେ ତରୁଣୀ ମାନଙ୍କର (୧୫ରୁ ୩୫ବର୍ଷ ) ଏକ ସଙ୍ଗଠନ ଅଟେ। ସେବା, ସୁରକ୍ଷ ଓ ସଂସ୍କାର ଏହାର ଧେୟ ବାକ୍ୟ ଅଟେ। ଦୁର୍ଗାବାହିନୀ ଏହି ଧେୟକୁ ନେଇ ସମାଜରେ ନବଜାଗରଣ କରିବା, ରାଷ୍ଟ୍ର ଏବଂ ସଂସ୍କୃତିର ସମ୍ବଦ୍ଧନା ପାଇଁ କାର୍ଯ୍ୟ କରୁଅଛି ।
୩୫ ବର୍ଷରୁ ବଡ଼ ଭଉଣୀ ମାନଙ୍କୁ ନେଇ ନଇ ମାତୃଶକ୍ତି ଙ୍ଗଠନ କାମ କରୁଅଛି। ଦୁର୍ଗାବାହିନୀର ଜନ୍ମ ଶ୍ରୀ ଶ୍ରୀ ରାମଜନ୍ମ ଭୂମି ଆନ୍ଦୋଳନ ରୁ ଦୁର୍ଗାଷ୍ଟମୀ ଦିନ ଆଶ୍ୱିନ ଶୁକ୍ଳ ଅଷ୍ଟମୀ ବିକ୍ରମ ସମ୍ବତ ୨୦୪୧ ରୁ ହୋଇଥିଲା। ପୂଜ୍ୟ ଦିଦିମା ସାଧ୍ନୀ ଋତୁମ୍ଭରାଜୀ ଏହାର ପ୍ରଥମ ସଂଯୋଜିକା ଥିଲେ ।
ଦୁର୍ଗା ବାହିନୀ ପ୍ରତିଦିନ ପ୍ରତି ଚାଲୁଥିବା ଶକ୍ତି ସାଧନାକେନ୍ଦ୍ର ଏବଂ ସାପ୍ତାହିକ ମିଳନ କେନ୍ଦ୍ର ଦ୍ବାରା ନିଜର ସଙ୍ଗଠନକୁ ପରିପୁଷ୍ଟ କରିଥାଏ। ସେବା ଓ ସଂସ୍କାରର ଅନେକ ରଚନାତ୍ମକ କାର୍ଯ୍ୟ କରିବା ସହିତ ହିନ୍ଦୁତ୍ଵ ଏବଂ ମହିଳା ମାନଙ୍କ ସମ୍ବନ୍ଧିତ ବିଷୟ ଉପରେ ପ୍ରବଳ ଜନଆନ୍ଦୋଳନ ବ୍ରି ଚଳାଇଥାଏ।ଏହିପରି ମତୃଶକ୍ତି ସାପ୍ତାହିକ ସତସଙ୍ଗ ଦ୍ବାରା ମହିଳାମାନଙ୍କ ମଧ୍ୟରେ ହିନ୍ଦୁ ସଂଗଠନ ଏବଂ ଜାଗରଣର କାର୍ଯ୍ୟ ମଧ୍ୟ କରିଥାଏ ।
ବର୍ତ୍ତମାନ ସମୟରେ ସାରା ଦେଶରେ ପ୍ରାୟ ୪୫୦୦ ସ୍ଥାନରେ ଦୁର୍ଗା ବାହିନୀ କାମ କରୁଅଛି । ୧୮୩୪ ଟି ପ୍ରତିଦିନ ଚାଲୁଥିବା ଶକ୍ତି ସାଧନା କେନ୍ଦ୍ର ଅଛି ଏବଂ ୨୫୨ ଟି ସ୍ଥାନରେ 'ବାଲ ସଂସ୍କାର କେନ୍ଦ୍ର ଚାଲୁ ଅଛି।ଏହିପରି ମାତୃଶକ୍ତି ୭୫୦୦ ରୁ ଅଧିକ ସ୍ଥାନରେ କାମ କରୁଅଛି ଏବଂ ୨୨୪୨ ସ୍ଥାନରେ ସତସଙ୍ଗ ଚାଲୁ ରଖୁଛି ।
ବିଶ୍ବହିନ୍ଦୁ ପରିଷଦ ରାମ ଜନ୍ମଭୂମି ନିଧ୍ ସଂଗ୍ରହ, ଅକ୍ଷତ ବଣ୍ଟନ ମନ୍ଦିର ନିର୍ମାଣ, ପ୍ରତିଷ୍ଠା ରାମ ସେତୁ ରକ୍ଷା, ବୁଢ଼ା ଅମରନାଥ ଯାତ୍ରା, ସ୍କୁଲ ଚଳାଇବା ଇତ୍ୟାଦି ମହାନ କାର୍ଯ୍ୟ କରି ଆସୁଅଛି।
Edited by k.s thakur...






