ଗଙ୍ଗାଧର ମେହେର ଙ୍କ ସ୍ମୃତି ବହନ କରେ କର୍ମ ଭୂମି ପଦ୍ମପୁର...

ଗଙ୍ଗାଧର ମେହେର ଙ୍କ ସ୍ମୃତି ବହନ କରେ କର୍ମ ଭୂମି ପଦ୍ମପୁର...


ପଦ୍ମପୁର,୦୯/୦୮ : ଜେଉଁ କବିଙ୍କୁ ନେଇ ଗର୍ବିତ ସାରା ଓଡିଶା ଜାହାଙ୍କ ରଚନା ଓଡିଆ ସାହିତ୍ୟ କୁ କରିଛି ରୁଦ୍ଧିମନ୍ତ ସେହି ଯୋଗ ଜନ୍ମା କବି ହେଉଛନ୍ତି ସ୍ୱଭାବ କବି ଗଙ୍ଗାଧର ମେହେର। 

      Ad..


ଓଡିଆ ସାହିତ୍ୟ ଯୁଗରେ ରିତି ସାହିତ୍ୟ ଏବଂ ଆଧୁନିକ ସାହିତ୍ୟ ପାଇଁ ସେ ପାଲଟି ଥିଲେ ଏକ ସୁବର୍ଣ ସେତୁ ବନ୍ଧ । ଏବଂ ତାଙ୍କରି କଲମ ମୁନ ରୁ ରଚନା ହୋଇଛି କେତେ ଯେ କାଳ ଜୟି କାବ୍ୟ କାବ୍ୟାଂଶ । 

    Ad..


ହେଲେ ଜନ୍ମ ଭୂମି ଛଡା ନିଜର କର୍ମଭୂମି ଭାବରେ ପଦ୍ମପୁର କୁ ମଧ୍ୟ ସେ କରିଛନ୍ତି ଶୋଭା ମଣ୍ଡିତ । ଏବଂ ଆଜି ବି କବିଙ୍କର ସ୍ମୃତି କୁ ସାଉଁଟି ରଖିଛି କର୍ମଭୂମି ପଦ୍ମପୁର ।

Ad..


’’ମୁଁ ତ ଅମୃତ ସାଗର ବିନ୍ଦୁ ନଭେ ଉଠି ଥିଲି ତେଜି ସିନ୍ଧୁ, ଖସି ମିଶିଛି ଅମୃତ ଧାରେ ଗତି କରୁଛି ସେ ଅକୁପାରେ, ପଥେ ଶୁଖିଗଲେ ପାପ ତାପରେ ଅମୃତମୟ ଅମୃତରୟ ସହିତ ମିଶିବି ସାଗରେ ।’’ 

Ad..


୧୮୬୨ ମସିହା ଶ୍ରାବଣ ପୁର୍ଣିମା ଦିନ ବରପାଲି ର ଏକ ଭୂଲିଆ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ହେଲେ ଏହି ଶିଶୁଟି ଜେ ଦିନେ ଓଡିଆ ସାହିତ୍ୟ ଙ୍କୁ ନିଜ କଲମ ମୁନରେ ଏକ ନୁଆ ପରିଚୟ ଦେବ ତାହା ଥିଲା ଅଗୋଚର। ହେଲେ ବିଧିର ବିଧାନ ପଙ୍କ ରୁ ପଦ୍ମ ଫୁଟିଲା ଭଳି ଚଳ ଚଂଚଳ ହେଇ ଉଠିଥିଲା ପ୍ରକୃତି କବି ଙ୍କର କଲମ ଏବଂ ଜୋଡି ଦେଇଥିଲା ଓଡିଆ ସାହିତ୍ୟ ରେ ଏକ ନୁତନ ଅଧ୍ୟାୟ। 

ବାଗ ଦେବୀ ସରଶ୍ୱତୀ ଙ୍କର ବର ପୁତ୍ର ଭାବରେ ମଧ୍ୟ ପରିଚିତ ଥିଲେ କବି ଗଙ୍ଗାଧର । ତପସ୍ୱିନୀ, ରସ ରତ୍ନାକର, କବିତା କଲ୍ଲୋଳ, ପ୍ରଣୟ ବଲ୍ହରୀ, କିଚକ ବଦ୍ଧ, ଇନ୍ଦୁମତୀ, ଅର୍ଘ୍ୟ ଥାଳି, ଅହଲ୍ୟା ସ୍ତବ ଭଳି ରଚିଯାଛନ୍ତି ବହୁ କାଳଜୟି କବିତା । ତାଙ୍କର ଜନ୍ମ ଭୂମି ଛଡା ତାଙ୍କର କର୍ମମୟ ଜିବନ ମଧ୍ୟ ଥିଲା ଏକ ଅନ୍ୟୁନ୍ୟ ଅଧ୍ୟାୟ।

୧୯୧୪ ରୁ ୧୯୨୦ ଜାଏଁ ପଦ୍ମପୁର ବା ତତ କାଳିନ ରାଜ ବେଡାସମ୍ବର ଜମିଦାର ଙ୍କ ଦରବାର ରେ ମୋହରିର ଭାବରେ ପଦାସିନ ଥିଲେ କବି ଗଙ୍ଗଧାର । ଏବଂ ଏହି ସମୟରେ ତାଙ୍କର ସାହିତ୍ୟ ରଚନା କୁ ମିଳିତିଲା ନବ ଗଗନ ର ଚେତନା। 

 ପଦ୍ମପୁର ରେ ଥିବା ବର୍ତମାନ ର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଥିଲା ତାଙ୍କ ପାଇଁ ସେ ସମୟରେ ସାହିତ୍ୟ ସାଧନା ର କେନ୍ଦ୍ର ଏହି ବିଦ୍ୟାଳୟ କୋଠରି ର ପ୍ରାଙ୍ଗଣ ଏବଂ ବୃକ୍ଷ ଆଜି ମଧ୍ୟ ତାଙ୍କ ସମୃତି ବହନ କରିଥାଏ । ଏହି ସମୟରେ ସେ ତାଙ୍କର ପ୍ରସିଦ୍ଧ କାବ୍ୟ ତପସ୍ୱିନି ରଚନା କରିଥିଲେ । 

ତତକାଳିନ ପଦ୍ମପୁର ଜମିଦାର କବିଙ୍କର ରଚନା ରେ ମୁଗ୍ଧ ହୋଇ ତାଙ୍କୁ କୃଷକ ଙ୍କ ମାର୍ଗଦର୍ଶନ ପାଇଁ ଏକ କବିତା ଲେଖିବା ପାଇଁ ଅନୁରୋଧ କରିଥିଲେ ଜାହା କବି ଙ୍କ କଲମ ରୁ କୃଷକ ସଙ୍ଗିତ ରୁପରେ ସ୍ୱରୂପ ପାଇଥିଲା । 

ଏବଂ କବିଙ୍କ ଏହି ରଚନା ମାନ ରୁ ଖୁସି ହୋଇ କବିଙ୍କ ସମ୍ମାନ ରେ କବିବରପର ନାମ ରେ ଏକ ଗ୍ରାମ ର ନମ କରଣ କରିବା ସହ ତେଣ୍ଡାପଦର ନାମକ ଏକ ଗ୍ରାମ ଭେଟି ଦେଇଥିଲେ ପଦ୍ମପୁର ଜମିଦାର । 

ନିଜର କର୍ମଭୁମି କୁ ଇତିହାସ ରେ ଗୌରବ ମଣ୍ଡିତ କରିଥିବା ପ୍ରକୃତି କବିଙ୍କର ସମୃତିରେ ରାଜ ବଡୋସମ୍ବର ଉଚ୍ଚ ବିଦ୍ୟାଳୟ ନିକରେ ହିଁ କବି ଗଙ୍ଗାଧର ଙ୍କ ପ୍ରତି ମୂର୍ତି ସ୍ତାପନ କରିବା ସହ ବହୁ ଧୁମ ଧାମ ରେ ପ୍ରତି ବର୍ଷ ମେହେର ସମାଜ ଏବଂ ମେହେର କବି ସ୍ମୃତି ପରିଷଦ ଆନୁକୁଲ୍ୟରେ ବିଦ୍ୟାଳୟ ପରିସରରେ କବିଙ୍କର ଜୟନ୍ତି ପାଳନ କରାଯାଏ।

କବିଙ୍କ ଆର୍ବିଭାବ ରେ ଜେତିକି ଗୌରବାନ୍ୱିତ ଜନ୍ମ ଭୁମି ସେତିକି ହିଁ ସ୍ମୃତି ଏବଂ କବିଙ୍କ ପାଇଁ ସମ୍ମାନ ସାଉଁଟି ରଖିଛି ତାଙ୍କର କର୍ମଭୂମି ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post