ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ବନମହୋତ୍ସବ...

ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ବନମହୋତ୍ସବ...


ପଦ୍ମପୁର,୦୧/୦୮ : ବନ ମହୋତ୍ସବ ଉପରେ ଏକ ସଭା କଲେଜର ସମ୍ମେଳନ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

     Ad..


ପ୍ରାରମ୍ଭରେ ପ୍ରଫେସର ଦାଶ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପୁରନ୍ଦର ଦୋରା ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗ ଦେଇ ପରିବେଶକୁ ପ୍ରଦୂଷଣରୁ ରକ୍ଷା କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। 

      Ad..


ବରିଷ୍ଠ ନାଗରିକ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଏବଂ ସମାଜ ସେବୀ ନିରୋଜ ଦୋରା ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇ ପରିବେଶ ନୀତିଶାସ୍ତ୍ର,ବିଶ୍ୱ ଉଷ୍ମତା ଇତ୍ୟାଦି ଉପରେ ଆଲୋକପାତ କରିଥିଲେ। 

Ad..


ପ୍ରକୃତି ବନ୍ଧୁ ମିନାକେତନ ସାହୁ ମୁଖ୍ୟ ବକ୍ତା ଭାବରେ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଏକବିଂଶ ଶତାବ୍ଦୀରେ ପରିବେଶ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରି ବିଭିନ୍ନ ପରିବେଶଗତ ସମସ୍ୟାବଳୀ ଉପରେ ବକ୍ତବ୍ୟ ରଖିଥିଲେ। 

Ad..


ଏହି ବୈଠକ ପରେ କଲେଜରେ ଅତିଥି, ଅଧ୍ୟକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏନ . ସି.ସି.ଇକୋ କ୍ଲବ, ରେଡକ୍ରସ ଏବଂ ଏନ. ଏସ.ଏସ. ଟିମ୍ ସହାୟତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡଃ ସରୋଜ କୁମାର ନାଏକ ସଭା ପରିଚାଳନା କରିଥିଲେ ଏବଂ ଶ୍ରୀମତୀ ବୁନି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। 

କଲେଜର ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।  ଏହି କାର୍ଯକ୍ରମରେ ମହାବିଦ୍ୟାଳୟର ତାରା ପ୍ରସାଦ ଶତପଥୀ, ପ୍ରମୋଦ କୁମାର ତ୍ରିପାଠୀ, ନବକୃଷ୍ଣ ମିଶ୍ର, ପ୍ରଭାତ କୁମାର ମହାପାତ୍ର , ସନ୍ତୋଷ କୁମାର ମିଶ୍ର, ପ୍ରମୋଦ କୁମାର ତ୍ରିପାଠୀ...

ସଞ୍ଜୟ ତିଗା, ଜୟ କୁମାର ଭୁଏ, ଭୁବନେଶ୍ୱର ବରିହା, ତାପିନି ପଣ୍ଡା, ଝୁନୁ ପରିଡ଼ା, ବୁନୀ ସାହୁ, ବାଳ ଗୋପାଳ ମେହେର, ମୋନାଲିସା ସ୍ୱାଇଁ, ଶର୍ମିଲା ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷକବୃନ୍ଦ ତଥା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ



Report : Bijay ku sahu 

Edited by k.s thakur...

Post a Comment

Previous Post Next Post