ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ ନିମନ୍ତେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ...

ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ ନିମନ୍ତେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ...


(ଜିଲ୍ଲାର ୩୫୯୯୧୨ ଜଣ ହିତାଧିକାରୀ ପାଇଲେ ସୁଭଦ୍ରା ଟଙ୍କା)

ବରଗଡ଼,୦୯/୦୮ : ମହିଳା ସଶକ୍ତିକରଣ ନିମନ୍ତେ ଓଡିଶା ସରକାରଙ୍କ ଯୁଗାନ୍ତକାରୀ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି  ପ୍ରଦାନ ନିମନ୍ତେ କୋରାପୁଟ ଜିଲ୍ଲାର ଜୟପୁର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ...

Ad..


ରାଜ୍ୟର ଏକ କୋଟିରୁ ଉର୍ଦ୍ଧ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ଯଦୁମଣି ଓଡିଟୋରିୟମ ଠାରେ ଆୟୋଜିତ...

   Ad..


ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ତଥା ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ  ଡ଼. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁଭଦ୍ରା ହିତାଧିକାରୀଙ୍କୁ ଉତ୍ସାହିତ କରିବା ସହ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Ad..


ମାନ୍ୟବର ମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଯେ, ମୋହନ ସରକାର ଦେଇଥିବା ସମସ୍ତ ପ୍ରତିଶୃତି ପୂରଣ କରୁଛି। ମହିଳାଙ୍କ ଅଶାର କିରଣ ସାଜିଥିବା "ସୁଭଦ୍ରା ଯୋଜନା” ଅନେକ ମହିଳାଙ୍କ ଜୀବନରେ ପ୍ରଗତି ଓ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରି ଅନେକ ମହିଳାଙ୍କ ଜୀବନରେ ପ୍ରଗତି ଓ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ସଫଳ ହୋଇଛି

Ad..


ଏହା ସେମାନଙ୍କର ପରିବାରକୁ ଆର୍ଥିକ ଶକ୍ତି ଦେବା ସହିତ ସେମାନଙ୍କୁ ଉଦ୍ୟମୀ ମହିଳା ଭାବେ ଗଢି ତୋଳିବାରେ ବଳ ଯୋଗାଇଛି । ଆମ ସରକାର ଆସିବାର ପ୍ରାୟ ଏକ ବର୍ଷ ମଧ୍ୟରେ ମହିଳା ସଶକ୍ତିକରଣକୁ ଏକ ନୂତନ ଦିଗନ୍ତ ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହାର ଉଦାହରଣ ହେଉଛି, ‘ଲକ୍ଷପତି ଦିଦି’। 

ସୁଭଦ୍ରା ମାଧ୍ୟମରେ ଆମେ କେବଳ ଆର୍ଥିକ ସ୍ୱାଧୀନତା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରୁନାହୁଁ ବରଂ ଶିକ୍ଷା, ଦକ୍ଷତା, ଏବଂ ରୋଜଗାରର ସୁଯୋଗ ମଧ୍ୟରେ ଥିବା ବ୍ୟବଧାନକୁ ମଧ୍ୟ ଦୂର କରୁଛୁ । 

ସୁଭଦ୍ରା ଯୋଜନାରେ ପ୍ରଦାନ କରାଯାଉଥିବା ସହାୟତାକୁ ପୁଞ୍ଜି ଭାବେ ବ୍ୟବହାର କରି ଆଜି ରାଜ୍ୟର ଲକ୍ଷ ଲକ୍ଷ ମା’ ଓ ଭଉଣୀମାନେ ଛୋଟ ବଡ ବ୍ୟବସାୟ ଆରମ୍ଭ କରି ନିଜ ପରିବାରର ଆର୍ଥିକ ସ୍ଥିତିକୁ ବଦଳାଇ ପାରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡତିଆଙ୍କ ସମେତ ମାନ୍ୟବର ବିଧାୟକ ଭଟଲି ଶ୍ରୀ ଇରାଶିଷ ଆଚାର୍ଯ୍ୟ, ମାନ୍ୟବର ବିଧାୟକ, ଅତାବିରା ଶ୍ରୀ ନିହାର ରଞ୍ଜନ ମହାନନ୍ଦ ଏବଂ ମାନ୍ୟବର ବିଧାୟକ, ବରଗଡ ଶ୍ରୀ ଅଶ୍ଵିନୀ କୁମାର ଷଡଙ୍ଗୀ ସମ୍ମାନିତ ଅତିଥି  ଭାବେ ଉପସ୍ଥିତ ରହି ଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳତାକୁ କହିବା ସହ ଆର୍ଥିକ ଅଭାବରୁ ଯେଉଁ ମା’ ମାନେ ନିଜ ସ୍ୱପ୍ନକୁ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି, ସେମାନଙ୍କ ପାଇଁ ଆଶାର କିରଣ ସାଜିଛି ‘ସୁଭଦ୍ରା’। 

ସରକାରଙ୍କ ଲକ୍ଷ୍ୟ ସେହି ସମସ୍ତ ମହିଳାଙ୍କୁ ସଶକ୍ତ କରି ଆତ୍ମନିର୍ଭର କରିବା ଓ ଆତ୍ମନିର୍ଭର ଭାରତ ଗଢିବାରେ ସାମିଲ ହେବା। ଏହି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ମା’ ମାନେ ନିଜ ନିଜ ଛୋଟ ବଡ ବ୍ୟବସାୟ ଆରମ୍ଭ କରିପାରିଛନ୍ତି, ଆଉ କିଛି ଅଧିକ ପୁଞ୍ଜି ବିନିଯୋଗ କରି ନିଜ ନିଜର କ୍ଷୁଦ୍ର ବ୍ୟବସାୟକୁ ବୃଦ୍ଧି କରିଛନ୍ତି ବୋଲି ନିଜ ନିଜ ଅଭିଭାଷଣରେ କହିଛନ୍ତି। 

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୁଭଦ୍ରା ଭଉଣୀମାନେ  ମାନ୍ୟବର ମନ୍ତ୍ରୀ ଏବଂ ସମସ୍ତ ବିଧାୟକଙ୍କ ହାତରେ ସୁଭଦ୍ରା ରାକ୍ଷୀ ବାନ୍ଧି ଏହି ସମାରୋହକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିବା ବେଳେ ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟ ସ୍ତରରେ ସୁଭଦ୍ରା ଯୋଜନା ଆଧାରିତ ପ୍ରବନ୍ଧ ଲିଖନ...

ଚିତ୍ରାଙ୍କନ ଏବଂ କୁଇଜ ପ୍ରତିଯୋଗିତାର ୩୨ ଜଣ କୃତି ଛାତ୍ରଛାତ୍ରୀଙ୍କ ସମେତ ବିଷୟ ବସ୍ତୁ ଭିତ୍ତିକ ସାଂସ୍କୃତିକ ବିଚିତ୍ରାରେ ଭାଗ ନେଇଥିବା କୁନି କଳାକାରଙ୍କୁ ମାନ୍ୟବର ମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ ଏବଂ ଆଭାସୀ ମାଧ୍ୟମରେ ସମସ୍ତେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ  ଜଡିତ ଥିଲେ ।

ସୂଚନାଯୋଗ୍ୟକୀ ଆଜି ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ସର୍ବୋମୋଟ ୩, ୫୯, ୯୧୨ ଜଣ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ସୁଭଦ୍ରା ଟଙ୍କା  ଆସିଛି। 

ସେଥି ମଧ୍ୟରୁ ଅମ୍ବାଭୋନା ବ୍ଲକର ୧୬୮୮୦ ଜଣ ସୁଭଦ୍ରା ହିତାଧିକାରୀ ଥିବା ବେଳେ ଅତାବିରା ବ୍ଲକରୁ ୩୩୧୮୧, ବରଗଡ଼ ବ୍ଳକରୁ ୩୯୬୯୨ ଜଣ, ବରପାଲିରୁ ୨୬୭୮୬ ଜଣ, ଭଟଲିରୁ ୨୩୬୩୫,ଭେଡେନରୁ ୩୧୩୬୫ ଜଣ, ବିଜେପୁରରୁ  ୨୪୭୪୮ ଜଣ, ଗାଇସିଲେଟ ବ୍ଲକରୁ ୨୨୫୮୯ ଜଣ, ଝାରବନ୍ଧରୁ ୧୮୯୫୩ ଜଣ...

ପଦମପୁରରୁ ୨୯୦୬୩ ଜଣ, ପାଇକମାଲରୁ ୨୯୦୦୬ ଜଣ, ସୋହେଲା ବ୍ଲକରୁ ୩୫୪୪୯ ଜଣ, ଅତାବିରା ଏନଏସିରୁ ୩୪୫୪ ଜଣ, ବରପାଲି ଏନଏସିରୁ ୪୪୯୫ ଜଣ, ବରଗଡ ପୌରାଞ୍ଚଳରୁ ୧୪୮୦୫ ଜଣ, ବିଜେପୁର ଏନଏସିରୁ ୨୫୫୧ ଜଣ ଏବଂ ପଦମପୁର ଏନଏସିରୁ ୩୨୬୧ ଜଣ ହିତାଧିକାରୀ ଅଛନ୍ତି।

କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ପ୍ରମୁଖ ମଂଚାସୀନ ଥିଲେ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ନେପାକ ଧନ୍ୟବାଦ ଦେଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post