ଡୁଡୁମା ଜଳପ୍ରପାତରେ ଭାସିଗଲେ ୟୁଟ୍ୟୁବର...

ଡୁଡୁମା ଜଳପ୍ରପାତରେ ଭାସିଗଲେ ୟୁଟ୍ୟୁବର...


କୋରାପୁଟ,୨୪/୦୮ : ଡୁଡୁମା ଜଳପ୍ରପାତରେ ଅଘଟଣ । କୋରାପୁଟର ଲମତାପୁଟ ବ୍ଲକ୍‌ ମାଛକୁଣ୍ଡ ଜଳପ୍ରପାତ ବୁଲିବାକୁ ଆସିଥିବା ଜଣେ ୟୁଟ୍ୟୁବର୍‌ ଭାସି ଯାଇଛନ୍ତି। ନିଖୋଜ ୟୁଟ୍ୟୁବର୍‌ ବ୍ରହ୍ମପୁର ଅଞ୍ଚଳର ସାଗର ଟୁଡୁ ବୟସ ୨୨ ବୋଲି ସୂଚନା ମିଳିଛି। 

Ad..


ନିଜ ଚ୍ୟାନେଲ୍‌ ନିମନ୍ତେ ଡ୍ରୋନ୍‌ କ୍ୟାମେରାରେ ଭିଡିଓ ରେକର୍ଡ କରିବା ସମୟରେ ମାତ୍ରାଧିକ ବନ୍ୟାଜଳ ତାଙ୍କୁ ଭସାଇ ନେଇଥିବା ସୂଚନା ମିଳିଛି।ସୂଚନା ଯୋଗ୍ୟ, ବ୍ରହ୍ମପୁରର ସାଗର ଟୁଡୁ ଏବଂ କଟକର ଅଭିଜିତ ବେହେରା ସାଙ୍ଗ ହୋଇ କୋରାପୁଟ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲିବାକୁ ଆସିଥିଲେ। 

         Ad..


ଡୁଡୁମା ଜଳପ୍ରପାତ ବୁଲିବାକୁ ଯାଇଥିବା ବେଳେ ଜଳପ୍ରପାତର ମଝିରେ ଛିଡ଼ା ହୋଇଥିଲେ ସାଗର ଟୁଡୁ । ଆଉ ସେପଟେ ଉପର ପାର୍ଶ୍ୱରେ ଦୁହେଁ ଡ୍ରୋନ୍‌ରେ ଭିଡିଓ ରେକର୍ଡ କରୁଥିଲେ।

Ad..


ସେହି ସମୟରେ ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପର ମୁଖ୍ୟ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇଥିଲା । ତେଣୁ ମାଛକୁଣ୍ଡ ଡି.ଡ୍ୟାମ୍‌ର ୭ ନମ୍ବର ଗେଟ୍‌ ଖୋଲିବା ଯୋଗୁଁ ଜଳସ୍ତର ବଢ଼ିଯାଇଥିଲା । 

Ad..


ପାଣି ମାଡି ଆସୁଥିବା ଦେଖି ପର୍ଯ୍ୟଟକ ପାଟି କରିବାରୁ ଅଭିଜତ ବେହେରା ପାଣିରୁ ବାହାରି ଆସିଥିଲେ । କିନ୍ତୁ ସାଗର ଟୁଡୁ ପାଣି ମଝିରେ ପଶିଯାଇଥିଲା। ପ୍ରଖର ସ୍ରୋତରେ ସାଗର ନିଖୋଜ ହୋଇଯାଇଥିବା ଜଣା ପଡିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Ad..






Edited by k.s thakur...

Post a Comment

Previous Post Next Post