ପାଇକମାଳରେ ସରକାରୀ ଜାଗାରେ ଥିବା ଘର ଭାଙ୍ଗିଲା ପ୍ରଶାସନ...

ପାଇକମାଳରେ ସରକାରୀ ଜାଗାରେ ଥିବା ଘର ଭାଙ୍ଗିଲା ପ୍ରଶାସନ...


ପାଇକମାଲ,୨୦/୦୮(ବିଜୟ କୁମାର ସାହୁ): ପାଇକମାଲରେ ବହୁ ପ୍ରତିକ୍ଷିତ ଘର ଭଙ୍ଗା କାର୍ଯ୍ୟକ୍ରମର ଅନ୍ତ ଘଟିଛି । ବୁଧବାର ସକାଳ ୧୦ ଟା ରୁ ପାଇକମାଲ ସଡ଼କପଡ଼ା ରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ନୃସିଂହପଡ଼ା ଯାଏ ଘର ଭଙ୍ଗା କାର୍ଯ୍ୟକ୍ରମ ଚାଲିଥିଲା। 

Ad..


ଏଥିରେ ଝାରବନ୍ଧ ତହସିଲଦାର ଅଲେଖ ଘୁଟା ମାଜିଷ୍ଟ୍ରେଟ ଚାର୍ଜ ରେ ଥିବା ବେଳେ ପାଇକମାଳ ତହସିଲଦାର ସିନ୍ଧୁସୂତା ପାତ୍ର , ପାଇକମାଲ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ,ପୋଲିସ ଫୋର୍ସ ,ଅଗ୍ନିଶମ ବାହିନୀ...

Ad..


ପାଇକମାଲ ତହସିଲ ର ଅଧୀନରେ ଥିବା ସମସ୍ତ ଆରଆଇ ଓ ଅମିନ ଅଂଶ ଗ୍ରହଣ କରିଥିଲେ । ପ୍ରଶାସନ ତରଫରୁ ସରକାରୀ ଜାଗାରେ ତିଆରି ହୋଇଥିବା ଘର ମାଲିକ ଙ୍କୁ ତିନିଥର ଘର ଭଙ୍ଗା ନୋଟିସ ଦେବାପରେ ଆଜି ଘର ଭଙ୍ଗା ଯାଇଥିଲା । 

   Ad..


ଅଧିକାଂଶ ଘର ମାଲିକ ନିଜେ ପ୍ରଶାସନ ତରଫରୁ ଚିହ୍ନିତ କରାଯାଇଥିବା ସରକାରୀ ଯାଗା କୁ ଆଗରୁ ଭାଙ୍ଗି ଦେଇଥିଲେ। ପାଖାପାଖି ଏକ ବର୍ଷ ହେବ ଅଧାପନ୍ତରିଆ ହୋଇ ପଡ଼ିଥିବା ସଡ଼କପଡ଼ା ରାସ୍ତାଟି ଘର ଭଙ୍ଗା ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। 

Ad..


ଘର ଭଙ୍ଗିବା ସମୟରେ କେହି ଘର ମାଲିକ ଆପତ୍ତି କରି ନଥିବାରୁ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ ବୋଲି ପାଇକମାଳ ତହସିଲଦାର ସିନ୍ଧୁସୂତ ପାତ୍ର ଓ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ କହିଛନ୍ତି ।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post