ନୂଆଁଖାଇ ଉପଲକ୍ଷେ ମୁକ୍ତି ଲାଭ କଲା ପ୍ରଶାସକ ଙ୍କ କଣ୍ଠରେ "ଆମର ପରବ ନୂଆଁ ଖାଇ"...

ନୂଆଁଖାଇ ଉପଲକ୍ଷେ ମୁକ୍ତି ଲାଭ କଲା ପ୍ରଶାସକ ଙ୍କ କଣ୍ଠରେ "ଆମର ପରବ ନୂଆଁ ଖାଇ"...


ବରଗଡ଼,୨୯/୦୮(ବିଜୟ କୁମାର ସାହୁ): ବରଗଡ଼ ଜର୍ଜ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ଛାତ୍ର ରାଜ୍ୟ ସରକାର ଙ୍କ ଗୃହ ଓ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଙ୍କ ଦ୍ଵାରା ନୂଆଁଖାଇ ଉପଲକ୍ଷେ "ଆମର ପରବ୍ ନୂଆଁ ଖାଇ" ଗୀତ ମୁକ୍ତି ଲାଭ କରିଛି।

    Ad..


ଏଥିରେ ସେ ନିଜେ କଣ୍ଠ ଦାନ କରି ଥିବା ବେଳେ ତାହା ବେଶ ଜନାଦୃତ ହେଉଛି ।ତେବେ ଜର୍ଜ ହାଇସ୍କୁଲ ରେ ପଢୁଥିବା ସମୟ ରୁ ସଙ୍ଗୀତ ପ୍ରତି ତାଙ୍କ ରୁଚି ରହିଥିବା ସେ ଉଲ୍ଲେଖ କରିଛନ୍ତି ।

Ad..


ଜଣେ ଦକ୍ଷ ପ୍ରଶାସକ ଭାବେ ତାଙ୍କର ସୁଖ୍ୟାତି ରହିଥିବା ଏବେ  "ଆମର ପରବ ନୂଆଁଖାଇ" ଗୀତ ଗାଇ ସେ କଳା ଜଗତ ରେ ମଧ୍ୟ ଜଣେ କଳାକାର ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । 

    Ad..


ଏହି ଗୀତ ରେ ତାଙ୍କ ସହପାଠୀ ବରଗଡ଼ ର ଜଣା ଶୁଣା କଣ୍ଠ ଶିଳ୍ପୀ ତଥା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ କାଳୀଚରଣ ବାଗ ରଚନା କରିଥିବା ବେଳେ ଅନ୍ୟ ତମ ସହପାଠୀ ରାଜ୍ୟ କଳାକାର ମହାସଂଘ ର ସଭାପତି ଚୈତନ୍ୟ ପାଇକ ସଙ୍ଗୀତ ନିର୍ଦ୍ଦେଶନା ଓ  ନୃତ୍ୟ ନିର୍ଦ୍ଦେଶକ...

Ad..


ରାଜେଶ ବାରିକ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ।ଶ୍ରୀ ସାହୁ ଙ୍କ ସହିତ ଶ୍ରୀ ବାଗ ମଧ୍ୟ ଏହି ଗୀତ ଗାଇଛନ୍ତି । ପୂର୍ବରୁ ଶ୍ରୀ ସାହୁ ଅନେକ ଗୀତ ରେ କଣ୍ଠ ଦାନ କରିଥିବା ବେଳେ ନୂଆଁ ଖାଇ ଉପଲକ୍ଷେ "ଆମର୍ ପରବ ନୂଆଁଖାଇ" ଗୀତ ଟି ବେଶ ଜନାଦୃତ ହେଉଥିବା ପରିଲକ୍ଷିତ ହୋଇଛି ।

Ad..



Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post