ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ...
ବରଗଡ଼,୨୫/୦୮(ବିଜୟ କୁମାର ସାହୁ): ରବିବାର ଦିନ ବରଗଡ ଟାଉନହଲ ଠାରେ ପଶ୍ଚିମ ଓଡିଶା ଧନୁଯାତ୍ରା କଳାକାର ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Ad..
ସମଗ୍ର ପଶ୍ଚିମ ଓଡିଶାରୁ ପ୍ରାୟ ୨୦୦ କଳାକାରଙ୍କ ଯୋଗଦାନରେ ଅନୁଷ୍ଠିତ କାର୍ଯ୍ୟକରମରେ ବରଗଡ ବିଧାୟକ ଅଶ୍ୱିନୀ ସଡଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇଥିବା ବେଳେ ମୁଖ୍ଯବକ୍ତା ଭାବରେ ବରଗଡ ଧନୁଯାତ୍ରା ମସୋତ୍ସବ ପାଳନ କମିଟି ର ସାଧାରଣ ସଂପାଦକ ଶ୍ରୀ ସୁରେସ୍ବର ସତପଥି, ସମ୍ମାନିତ ଅତିଥି ଭାବରେ କନକ ପଧାନ ପ୍ରମୁଖ ଯୋଗଦେଇଥିଲେ ।
Ad..
୨୭ବର୍ଷ ଧରି ବରଗଡ ଧନୁଯାତ୍ରାରେ ଅକୄର ଭୁମିକା ରେ ଅଭିନୟ କରିଥିବା କଳାକାର ଶ୍ରୀ ଲଲିତ ମୋହନ ପଣ୍ତା ଙ୍କୁ କଳାପାଇଁ ଏବଂ ଶ୍ରୀମତୀ ସଂଘମିତ୍ରା ପଟେଲଙ୍କୁ ସମାଜ ସେବାପାଇଁ ସମ୍ମାନିତ କରାଯାଇଥିଲା।
Ad..
ମୁଖ୍ୟ ଅତିଥି ବରଗଡ଼ ବିଧାୟକ ଅଶ୍ୱିନୀ ତାଙ୍କ ଅଭିଭାଷଣ ରେ କଳାକାର ପ୍ରକୄତରେ ଅବହେଲିତ ସେ ନିଜର ଦୁଖକୁ ଚାପିରଖି ଅନ୍ୟକୁ ଖୁସିପ୍ରଦାନ ନିମନ୍ତେ ସମସ୍ତ ଉଦ୍ୟମ କରି କଳା ପ୍ରଦର୍ଶନ କରିବାରେ ଆନନ୍ଦ ପାଏ ବୋଲି ସମ୍ମୋଧନ କରି ମୁଁ ନିଜେ ଜଣେ କଳାକାର ଏବଂ ଧନୁଯାତ୍ରାର ଉନ୍ନତି ସାଧନ ପାଇଁ ପ୍ରତିଶୃତି ଦେଉଛି ବୋଲି...
Ad..
କହିଥିବା ବେଳେ ପଶ୍ଚିମ ଓଡ଼ିଶା କଳାକାର ସଂଘ ପାଇଁ ଏକ କାର୍ଯ୍ୟାଳୟ ନିର୍ମାଣ ପାଇଁ ଉଦ୍ୟମ କରିବି ବୋଲି ପ୍ରତିଶ୍ରୁତି ଦେଇ ଉପସ୍ଥିତ ସମସ୍ତ କଳାକାର ମାନଙ୍କ ପାଇଁ ଏକ ଗୀତ ଗାଇ ମଧ୍ୟ ଶୁଣାଇଥିଲେ । ସମସ୍ତ କଳାକାର ଆନନ୍ଦରେ ନାଚି ଉଠିଥିଲେ ।
Ad..
ମୁଖ୍ୟବକ୍ତା ଶ୍ରୀ ସତପଥି କହିଥିଲେ ଯେ ଆମ ବରଗଡ଼ ଧନୁଯାତ୍ରା ନିଆରା ଓ ଏହାର ସ୍ଵତନ୍ତ୍ରତା ରହିଛି।ବରଗଡ଼ ଧନୁଯାତ୍ରା ବିନା ସ୍କ୍ରିପ୍ଟ ବିନା ପାଣ୍ଡୁଲିପି ରେ ଅନୁଷ୍ଠିତ ହେଉଥିବା ରୁ ଏହା ବିଶ୍ବଦରବାରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରୁଛି ,ବରଗଡ ଧନୁଯାତ୍ରାକୁ ଅନୁକରଣ କରି ବର୍ତ୍ତମାନ ପ୍ରାୟ ୩୦୦ ସ୍ଥାନ ରେ ଧନୁଯାତ୍ରା ପାଳନ ହେଲାଣି।
ଯେମିତି ପୁରୀ ରଥଯାତ୍ରା ରୁ ଅନୁପ୍ରାଣିତ ହୋଇ ଆଜି ପ୍ରତି ଗାଁ ରେ ରଥଯାତ୍ରା ହେଉଛି ଠିକ ସେମିତି ଆମ ଧନୁଯାତ୍ରା ମଧ୍ୟ ଆଜି ଗାଁ ମାନଙ୍କୁ ପହଞ୍ଚି ସାରିଛି ଏହା ଆମପାଇଁ ଗର୍ବର କଥା ,ଆପଣ ମାନଙ୍କ କଳାକାର ସଂଘକୁ ଛାଡି ଧନୁଯାତ୍ରା ସମ୍ଭବ ନୁହେଁ କାରଣ ସବୁକଳାକାର ସଂଘରେ ଅଛନ୍ତି ବୋଲି ସଂଘକୁ ପ୍ରସଂସା କରିଥିଲେ ବରଗଡ଼ ଧନୁଯାତ୍ରା ମସୋତ୍ସବ ପାଳନ କମିଟି ର ସମ୍ପାଦକ ସୁରେଶ୍ଵର ଶତପଥି।
ଏହି ଅବସରରେ କଳାକାର ସଂଘ ତରଫରୁ ବିଭିନ୍ନ ଦାବି ନେଇ ବରଗଡ଼ ବିଧାୟକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସଂଘର ଦାବିକୁ ସମ୍ମାନ ଜଣାଇ ବରଗଡ଼ ଧନୁଯାତ୍ରା ମସୋତ୍ସବ ପାଳନ କମିଟି ର ସମ୍ପାଦକ କହିଥିଲେ ଯେ ଧନୁଯାତ୍ରା କମିଟିରେ ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘକୁ ସାମିଲ କରିବା ପାଇଁ ଜିଲ୍ଲାପାଳ ଙ୍କ ସହ କଥାବାର୍ତ୍ତା କରିବି ବୋଲି କହିଥିଲେ।
ସଂଘର ସଭାପତି ଦୟାନିଧି ପଧାନ ସଭାପତିତ୍ବ କରିଥିବା ବେଳେ ସଂପାଦକ ଜଗଦାନନ୍ଦ ମିଶ୍ର,ରବିନ୍ଦ୍ର ଭୋଇ,କଲାକାହ୍ନୁ ଚୌହାନ,ଶୁଶିଲ ମେହେର,ଭୁବନେଶ୍ବର ପଧାନ,ବରୁଣ ସାହୁ,ସମିର ନାଥ,ମଧୁସୁଦନ ପାଣିଗ୍ରାହି,ଗୋପାଲ ପଣ୍ତା,ଝସକେତନ ପଧାନ...
ଗୋଲାପ ଦାଶ,ରମେସ ମେହେର, ନବିନ ସଣ୍ଢ,ସନୟ ମେହେର,ଶିବସଂକର ସୁନା,ସୁଭମ ଘିବିଲା,ବଲବନ୍ତ ଭୋଇ,କୄଷ୍ଣଚନ୍ଦ୍ର ମେହେର,ମାନସ ଦାସ,ଅକ୍ଷୟ ଭୋଇ ପ୍ରଭୄତି ମହାରାଜ କଳାକାର ତଥା ସତାଧିକ ସହଯୋଗି କଳାକାର ଙ୍କ ସହଯୋଗ ରେ ବୈଠକ ଅନୁଷ୍ଠିତ ସୋଇଥିଲା।
Report : Bijay ku sahu
Edited by k.s thakur...






