ଏକ ଟଙ୍କିଆ ସଂଗୀତ ବିଦ୍ୟାଳୟ ପଦମପୁର ର ଦ୍ବିବାର୍ଷିକ ଉତ୍ସବ ପାଳନ...

ଏକ ଟଙ୍କିଆ ସଂଗୀତ ବିଦ୍ୟାଳୟ ପଦମପୁର ର ଦ୍ବିବାର୍ଷିକ ଉତ୍ସବ ପାଳନ...


ବରଗଡ଼,୨୫/୦୭(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ୍ ହଲ୍ ଠାରେ ଏକ ଟଙ୍କିଆ ସଂଗୀତ ବିଦ୍ୟାଳୟ ର ଦ୍ବିବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । 

Ad..


ବୋଡା ସମ୍ବର ଅଂଚଳ ର ଲୋକଗୀତ , ନୃତ୍ୟ କଳାକାର, ସଂସ୍କୃତି, ପରମ୍ପରାର ଗବେଷଣା ସହ ସଂଗୀତ କୁ ବଞ୍ଚାଇ ରଖିବା କୁ ଉଦ୍ୟମ କରୁଥିବା ଏହି ଏକ ଟଙ୍କିଆ ବିଦ୍ୟାଳୟ ବାର୍ଷିକ ଉତ୍ସବ ର ଉଦ୍ଯାପନୀ ସନ୍ଧ୍ୟା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି...

Ad..


ଭାବରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦାନ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ, ସାଂସଦ ପ୍ରଦୀପ ପୁରୋହିତ, ଟାଉନ୍ କ୍ଲବ ସଭାପତି ଯୁବନେତା ପ୍ରିତେଶ ବହିଦାର ଯୋଗଦେଇଥିଲେ।

Ad.. 


ସଂଗୀତ ବିଦ୍ୟାଳୟ ର ପ୍ରତିଷ୍ଠାତା ସଂଗୀତଜ୍ଞ ସୁରେନ୍ଦ୍ର ସାହୁ ଉପସ୍ଥିତ  ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଦହିତା କଲେଜର ଅଧ୍ୟାପକ ଶୁଶାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। 

Ad..


ଅତିଥି ଙ୍କ ଦ୍ବାରା ବିଶିଷ୍ଟ କଳାକାର ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀ ଛାତ୍ରୀ ମାନଙ୍କୁ ଅତିଥି ମାନେ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ।

Ad..






Report : Bijay ku sahu

Edited by k.s thakur...

Post a Comment

Previous Post Next Post