ଏକ ଟଙ୍କିଆ ସଂଗୀତ ବିଦ୍ୟାଳୟ ତରଫରୁ ଗବେଷଣାଧର୍ମୀ ଆଲୋଚନାଚକ୍ର...
ବରଗଡ଼,୨୪/୦୮(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ୍ ହଲ୍ ଠାରେ ଏକ ଟଙ୍କିଆ ସଂଗୀତ ବିଦ୍ୟାଳୟ ର ଦ୍ବିବାର୍ଷିକ ଉଛ୍ଛବ ପାଳନ ଅବସରରେ ଲୋକ କଳାକାର, ସଂସ୍କୃତି, ପରମ୍ପରା ଓ ବୁଢ଼ା ସମ୍ବର ଇତିହାସ ଓ ଗବେଷଣା ଉପରେ ବିଭିନ୍ନ ଗବେଷକ ଙ୍କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
Ad..
ଏହି କାର୍ଯ୍ୟକ୍ରମ ରେ ବୁଢ଼ା ସମ୍ବର ଐତିହାସିକ ଡ଼କ୍ଟର ଭକ୍ତ ପୁରନ ସାହୁ, ତନ୍ତ୍ର ଗବେଷକ ସାଲେଗ୍ରାମ ହୋତା, ସଂସ୍କୃତି ଗବେଷକ ଉତ୍ପନ୍ନ ଭୋଇ, ପ୍ରମୁଖ ଆଲୋଚନା ରେ ଯୋଗଦାନ ଦେଇ ନିଜ ନିଜ ଗବେଷଣା ଓ ବିଭିନ୍ନ ଗବେଷଣା ମୂଳକ ତଥ୍ୟ ଉପସ୍ଥାପନ କରି ଆଲୋଚନା ଚକ୍ର ରେ ଯୋଗଦାନ ଦେଇଥିଲେ।
Ad..
ଅବସର ପ୍ରାପ୍ତ ଅଧ୍ୟାପକ କେଶ ରଞ୍ଜନ ପ୍ରଧାନ ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ବେଳେ ନାଟ୍ୟକାର ତଥା ସମାଲୋଚକ ଅଶୋକ ବହିଦାର ସମୀକ୍ଷା କରିଥିଲେ।
Ad..
ଏହି ଅବସରରେ ଐତିହାସିକ ତଥା ଗବେଷକ ଡକ୍ଟର ଭକ୍ତ ପୁରଣ ସାହୁ ଙ୍କ ଗବେଷଣାଧର୍ମି ପୁସ୍ତକ ବୋଡାସମ୍ବର ଇତିହାସ ପ୍ରଥମ ଭାଗ ର ତୃତୀୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା।
Ad..
ସଂଗୀତ ବିଦ୍ୟାଳୟ ର ପ୍ରତିଷ୍ଠାତା ସଂଗୀତଜ୍ଞ ସୁରେନ୍ଦ୍ର ସାହୁ ଉଦଘାଟନୀ ପ୍ରଥମ ଅଧିବେଶନ ର ଧନ୍ୟବାଦ ଅର୍ପଣ କରିଥିଲେ।
Ad..
Report : Bijay ku sahu
Edited by k.s thakur...






