ପଦ୍ମପୁର ପଥୁରୀ ଗାଁ ରେ ଛତୁ କୁ ନେଇ ବଚସା ପରେ ଡବଲ ମର୍ଡର...
ପଦ୍ମପୁର,୨୧/୦୭ : ଛତୁ କୁ ନେଇ କଳହ ରୁ ଟାଙ୍ଗିଆ ରେ ହାଣି ଖୁଡି ଓ ଭଉଣୀ ଙ୍କୁ ହତ୍ୟା କରିଛି ପୁତୁରା। ମିଳିଥିବା ସୂଚନା ଅନୁଯାୟୀ ପଦ୍ମପୁର ଥାନା ପଥୁରୀ ଗାଁ ର ଶଶିଭୂଷଣ ନାଗ (ପୁଚି) ଏବଂ ତାଙ୍କ ଦାଦା ବିଶିକେସନ ନାଗ ଙ୍କ ଭିତରେ ଆଜି ସକାଳୁ ବଚସା ହୋଇଥିଲା।
Ad..
ସୂଚନା ଅନୁଯାୟୀ ବିଶିକେସନ ନିଜ ବାଡ଼ି ରେ ଛତୁ ଚାଷ କରିଥିଲେ ଯାହାକୁ କେହି ତୋଳି ନେଇଥିଲେ। ତେବେ ଏନେଇ ବିଶିକେଶନ ସକାଳୁ କିଏ ନେଲା ବୋଲି ପାଟି କଲା ରୁ ଶଶିଭୂଷଣ ତାଙ୍କୁ ଆରୋପ କରିଥିବା ଭାବି ଦାଦା ଙ୍କ ସହ ବଚସା ହୋଇଥିଲା।
Ad..
ଝଗଡା ବଢିବା ପରେ ଉତ୍ୟକ୍ତ ହୋଇ ଟାଙ୍ଗିଆ ରେ ନିଜ ଦାଦା ଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ବେଳେ ଖୁଡି ବେଲମତି ଓ ଭଉଣୀ ସାବିତ୍ରୀ ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।
Ad..
ତେବେ ଘଟଣା ସ୍ଥଳ ରେ ହିଁ ତାଙ୍କ ଖୁଡି ଓ ଭଉଣୀ ଙ୍କର ମୃତ୍ୟୁ ହୋଇଥିବା ବେଳେ ନିଜେ ଯାଇ ଥାନା ରେ ଆତ୍ମ ସମର୍ପଣ କରିଛନ୍ତି ଅଭିଯୁକ୍ତ। ପଦ୍ମପୁର ପୋଲିସ ଘଟଣା ସ୍ଥଳ ରେ ପହଂଚି ଶବ କୁ ବ୍ୟବଛେଦ୍ୟ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।
Report : Bijay ku sahu
Edited by k.s thakur...




