ସରସ୍ବତୀ ମହିଳା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବାର୍ଷିକ ଅଧିବେଶନ ପାଇଁ ପ୍ରସ୍ତୁତି ବୈଠକ...
ବରଗଡ଼ /ବରପାଲି,୨୧/୦୭ : ଶ୍ରୀମତୀ ସୁମନା ଦାଶ ଙ୍କ ସଭାପତିତ୍ୱ ରେ ଆଜି ସରସ୍ବତୀ ମହିଳା ବରିଷ୍ଠ ନାଗରିକ ସଂଘ, ବରପାଲି ରେ ଏକ ପ୍ରସ୍ତୁତି ବୈଠକ ସରସ୍ବତୀ ସଂଘ, କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି।
Ad..
ଏହି କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘ ର ଉପଦେଷ୍ଟା ଶ୍ରୀ ରକ୍ଷାକାରୀ ବିଶି ଯୋଗ ଦେଇ ମାର୍ଗଦର୍ଶନ କରିଥିଲେ। ସରସ୍ବତୀ ମହିଳା ବରିଷ୍ଠ ନାଗରିକ ସଂଘ ପାଇଁ କାର୍ଯ୍ୟାଳୟ, ପୋଲିସ ପରିଚୟ ପତ୍ର, ବୃକ୍ଷ ରୋପଣ...
Ad..
ନାରୀ ସ୍ୱାସ୍ଥ୍ୟ ସଚେତନତା ଶିବିର ଉପରେ ଆଲୋଚନା ହୋଇ ଆଗାମୀ ଅକ୍ଟୋବର ପ୍ରଥମ ସପ୍ତାହ ରେ ସଂଘ ର ସାଧାରଣ ବୈଠକ ପାଇଁ ପ୍ରସ୍ତୁତ ରହିବାକୁ ସଭାପତି ଅନୁରୋଧ କରିଥିଲେ।
Ad..
ଅନଲାଇନ ମାଧ୍ୟମରେ ଜିଲ୍ଲା ସଂଗଠନ ସମ୍ପାଦକ ଶ୍ରୀ କେଦାର ମିଶ୍ର ସଂଗଠନ ର ପଞ୍ଜିକରଣ ଓ ଆଗାମୀ ଫେବୃଆରୀ ୨୦୨୬ ସର୍ବ ଭାରତୀୟ ସଭାରେ ମହିଳା ସଂଘ ର ଦାଇତ୍ୱ ଉପରେ ମାର୍ଗଦର୍ଶନ କରି ସଂଗଠନ କୁ ବିଶ୍ୱ ସ୍ତରୀୟ ମହିଳା ବରିଷ୍ଠ ନାଗରିକ ସଂଗଠନ ରୂପେ ଗଢ଼ି ସମାଜ ପାଇଁ କାମ କରିବାକୁ ଆହ୍ୱାନ ଦେଇଥିଲେ।
ଏହି ବୈଠକ ରେ ମହିଳା ବରିଷ୍ଠ ନାଗରିକ ସଂଗଠନର ଶ୍ରୀମତୀ ଘରଯୁଗୀ ଗର୍ତିଆ, ଅଞ୍ଜଳି ପ୍ରଧାନ, ଅଯୋଧ୍ୟା ଦାଶ, ଲୀଳାବତୀ ତ୍ରିପାଠୀ, ବେଦମତୀ ପରିଡା, ସ୍ନିଗ୍ଧା ଦେବତା,ଯଶୋବନ୍ତି ମେହେର, ଶ୍ରୀମତୀ ଖଟୁଆ ପ୍ରମୁଖ ଯୋଗଦେଇ ଆଲୋଚନା ରେ ଭାଗ ନେଇ ଥିଲେ।
Report : Bijay ku sahu
Edited by k.s thakur...




