କାରରେ ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରୁପା, ୨ ଅଟକ...
ସମ୍ବଲପୁର,୧୦/୦୭ :-ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୁପା । କାରର ସିକ୍ରେଟ ଚାମ୍ବରରୁ ଖୋଜୁଥିଲେ ଗଞ୍ଜେଇ, ମିଳିଲା ୧୧୦ କେଜିର ରୁପା ଇଟା। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୨୧ ଲକ୍ଷରୁ ଅଧିକ ହେବ।
Ad..
ସମ୍ବଲପୁର ଅବକାରୀ ବିଭାଗ ରେଙ୍ଗାଲି ଝୁରିପଡା ଛକରେ ଚୋରା ଗଞ୍ଜେଇ ଧରିବା ପାଇଁ ଜଗି ରହିଥିଲା। ଏକ କାର ଯାଉଥିବା ବେଳେ ସନ୍ଦେହ ହେବାରୁ ଅବକାରୀ ବିଭାଗ ଗାଡି ଯାଞ୍ଚ କରିଥିଲା ।
Ad..
କାରର ସିକ୍ରେଟ ଚାମ୍ବରରୁ ବିପୁଳ ପରିମାଣର ରୁପା ଜବତ କରିଛି। ଏହି ରୁପା ମହାରାଷ୍ଟ୍ର ଗାଡ଼ିରେ ରାଞ୍ଚିକୁ ଚାଲାଣ କରାଯାଉଥିଲା। ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି।
Ad..
ଉକ୍ତ ରୁପାର କୌଣସି ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରି ନଥିଲେ। ଅଧିକ ତଦନ୍ତ ପାଇଁ ପରେ ଉକ୍ତ ବ୍ୟକ୍ତିଙ୍କୁ ଜିଏସଟି ବିଭାଗକୁ ହସ୍ତାନ୍ତର କରାଯାଇଛି।
Edited by k.s thakur...




