ତୃତୀୟ ଦିନରେ କଣ୍ଟାବାଞ୍ଜି ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ...
କଣ୍ଟାବାଞ୍ଜି,୧୦/୦୭ : ତୃତୀୟ ଦିନରେ ଓଡିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ଏହି କ୍ରମରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଡ୍ରାଇଭର ମହାସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଆଜି ହେଉଛି ତୃତୀୟ ଦିନ।
Ad..
ସଭାପତି ଗିରିଧାରୀ ଧରୁଆ, ଉପ ସଭାପତି ଶମ୍ଭୁ ତାଣ୍ଡି,ସମ୍ପାଦକ କାର୍ତ୍ତିକ ବରିହା ନେତୃତ୍ୱରେ ସହରର ଆଲିସାନ୍ ହୋଟେଲ ନିକଟ କଡ଼ରେ ଶତାଧିକ ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇଛନ୍ତି।
Ad..
କଣ୍ଟାବାଞ୍ଜି ରୁ ବିଭିନ୍ନ ବ୍ଲକ ଓ ରାଜ୍ୟର ବିଭିନ୍ନ ଜିଲ୍ଲା କୁ ଯିବାଆସିବା କରୁଥିବା ବସ୍ ସେବା ବନ୍ଦ ରହିଛି। ଡ୍ରାଇଭର ମହାସଂଘ ଆନ୍ଦୋଳନ ଡ଼ାକରା ଦିଆଯାଇଥିବାରୁ ଚାରିଚକିଆ ଯାନ ରେ ମଧ୍ୟ ପ୍ରଭାବ ଦେଖାଦେଇଛି।
Ad..
ଏଥିରୁ ସ୍କୁଲ ବସ, ଆମ୍ବୁଲାନ୍ସ ଓ ଅତ୍ୟାବଶ୍ୟକ ଯାନବାହାନ ଗୁଡିକୁ ବାଦ ଦିଆଯାଇଥିବା ସଭାପତି ଗିରିଧାରୀ ଧରୁଆ କହିଛନ୍ତି। ସେପଟେ ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ଜନସାଧାରଣ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ମାଲ ପରିବହନରେ ମଧ୍ୟ ବାଧା ସୃଷ୍ଟି ହେଉଥିବା ଜଣାଯାଇଛି।
ଏହି ଆନ୍ଦୋଳନରେ କଣ୍ଟାବାଞ୍ଜି ଡ୍ରାଇଭର ମହାସଂଘ ସଭାପତି ଗିରିଧାରୀ ଧରୁଆ, ଉପ ସଭାପତି ଶମ୍ଭୁ ତାଣ୍ଡି,ସମ୍ପାଦକ କାର୍ତ୍ତିକ ବରିହା,ସହ ସମ୍ପାଦକ ପ୍ରସାଦ ବାଗ, କୋଷାଧ୍ୟକ୍ଷ ଆର୍ତ ମହାନନ୍ଦ,ନନ୍ଦ ଲାଲ କୁମ୍ଭାର, ଦେବରାଜ ଯାଦବ, ଡାନିଏଲ୍ ନାଗ,ରାଜୁ ଛତ୍ରିଆ,ସୁଦର୍ଶନ ବଗର୍ତ୍ତି ସହ ଅଟୋ ମହସଂଘ୍ ଓ ଡ୍ରାଇଭର ମହାସଂଘ ର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।
ଏହାରି ମଧ୍ୟରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଆଜି ରାତି ସୁଦ୍ଧା ଡ୍ରାଇଭର ସଂଘ ସହିତ ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ।
Edited by k.s thakur...




