ପୁଲିସ ଓ ନିଷିଦ୍ଧ ଉଗ୍ରବାଦୀ ସଂଗଠନ ମଧ୍ୟରେ ଗୁଳି ବିନିମୟ ; ତିନି ଉଗ୍ରବାଦୀ ନିହତ...
ରାଉରକେଲା,୨୬/୦୭ : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୁମଲା ଘାଘରା ଥାନା ସେହଲ ଲଭଡାଗ ଗାଁରେ ପୁଲିସ ଓ ନିଷିଦ୍ଧ ଉଗ୍ରବାଦୀ ସଂଗଠନ ଝାଡ଼ଖଣ୍ଡ ଜନ ମୁକ୍ତି ପରିଷଦ (ଜେଜେଏମପି) ମଧ୍ୟରେ ଗୁଳି ବିନିମୟ ହୋଇଛି l
Ad..
ପୁଲିସ ଏନକାଉଣ୍ଟରରେ ତିନି ଉଗ୍ରବାଦୀ ନିହତ ହୋଇଛନ୍ତି l ସମସ୍ତ ତିନି ଉଗ୍ରବାଦୀଙ୍କ ମୃତଦେହ ଜଙ୍ଗଲରେ ପଡ଼ିରହିଛିl ଘଟଣାସ୍ଥଳରୁ ଏକେ-୪୭ ଓ ଇନସାସ ରାଇଫଲ୍ ଜବତ କରିଛି।
Ad..
ପୁଲିସ କହିଛି ଯେ ମଝିରେ ମଝିରେ ଗୁଳିଚାଳନା ଜାରି ରହିଛି। ମୃତକଙ୍କ ମଧ୍ୟରୁ ଜଣଙ୍କର ପରିଚୟ ଦୀପକ ଲୋହାର ବୋଲି ଜଣା ପଡ଼ିଛି l ଉଗ୍ରବାଦୀମାନଙ୍କୁ ଏବେ ବି ଚିହ୍ନଟ କରାଯାଉଛି। ଗୁମଲା ପୁଲିସ ଗୁପ୍ତ ସୂଚନା ପାଇଥିଲା ଯେ ଘାଘରାର ସେହଲ ଗାଁରେ ଜେଜେଏମପି ଉଗ୍ରବାଦୀମାନେ ଏକ ବଡ଼ ଘଟଣା ଘଟାଇବା ପାଇଁ ଏକାଠି ହେଉଛନ୍ତି।
Ad..
ଏହି ସୂଚନା ଆଧାରରେ, ପୁଲିସ ଦଳ ଗଠନ କରାଯାଇଥିଲା। ପୁଲିସ ଉଗ୍ରବାଦୀମାନଙ୍କୁ ଘେରିଯିବା ପାଇଁ ଜଙ୍ଗଲରେ ପ୍ରବେଶ କରିଥିଲା। ପୁଲିସ ସେହଲ ଗ୍ରାମ ନିକଟରେ ଉଗ୍ରବାଦୀଙ୍କ ଆଡ୍ଡା ଆଡ଼କୁ ଯିବା ମାତ୍ରେ ଉଗ୍ରବାଦୀମାନେ ଜଙ୍ଗଲରେ ପୁଲିସ ଉପରେ ଗୁଳିଚାଳନା ଆରମ୍ଭ କରିଥିଲେ।
ପୁଲିସ ମଧ୍ୟ ପାଲଟା ଜବାବ ଦେଇଥିଲା। ପାଲଟା ଜବାବରେ, ଘଟଣାସ୍ଥଳରେ ତିନି ଜଣ ଉଗ୍ରବାଦୀଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି।
Edited by k.s thakur...
Tags:
3 dead
firing
latest news
latest update
odisha daily current affairs
odisha- jharkhand Jungle
police
rourkela
ugrawadi




