୩ ଚୋରଙ୍କୁ କାବୁ କରି ପୁଲିସ ଜିମା ଦେଲେ ଅଟୋ ଚାଳକ...

୩ ଚୋରଙ୍କୁ କାବୁ କରି ପୁଲିସ ଜିମା ଦେଲେ ଅଟୋ ଚାଳକ...


କଣ୍ଟାବାଞ୍ଜି,୧୭/୦୭ : ଆଜି କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ଜଣେ ଯାତ୍ରୀଙ୍କ ଠାରୁ ଟଙ୍କା ଓ ମୋବାଇଲ୍ ଲୁଟିବା ବେଳେ ଷ୍ଟେସନ ଅଟୋ ଚାଳକ ସଙ୍ଘର ସଦସ୍ୟ ୩ ଚୋରଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଛନ୍ତି। ଷ୍ଟେସନ ଅଟୋ ଚାଳକ ସଙ୍ଘର ସଦସ୍ୟ ୩ ଜଣ ଚୋରଙ୍କୁ କାବୁ କରି ରେଳବାଇ ପୁଲିସ କୁ ଜିମା ଦେଇଛନ୍ତି। 

Ad..


ସୂଚନା ଅନୁସାରେ, କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଦିନକୁ ଦିନ ଲୁଟେରାଙ୍କ ପ୍ରାଦୁର୍ଭାବ ବଢୁଛି। ଚୋରମାନେ କେତେବେଳେ ଯାତ୍ରୀଙ୍କ ସୁନା ଚେନ୍ ଝାମ୍ପି ନେଉଛନ୍ତି ତ ଆଉ କେତେବେଳେ ଟଙ୍କା ଓ ମୋବାଇଲ୍ ଛଡ଼ାଇ ନେଉଛନ୍ତି। 

   Ad..


ଆଜି ରେଲୱେ ଷ୍ଟେସନରେ ଜଣେ ଯାତ୍ରୀଙ୍କ ଠାରୁ ଟଙ୍କା ଓ ମୋବାଇଲ୍ ଲୁଟିବା ବେଳେ ଷ୍ଟେସନ ଅଟୋ ଚାଳକ ସଙ୍ଘର ସଦସ୍ୟ ୩ ଚୋରଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଛନ୍ତି। ୩ ଯୁବକଙ୍କୁ ରେଳବାଇ ପୁଲିସ ଜିମା ଦିଆଯାଇଛି। 

Ad..


୩ ଚୋର ମାନଙ୍କ ପରିଚୟ କଣ୍ଟାବାଞ୍ଜି ଆଶ୍ରମ ପଡାର ରାଧେ ସୁନା, ହିମାନ ସୁନା ଏବଂ ରାଇପୁର ଅଞ୍ଚଳର ସେଖ ଗୁଲାମ ମୁସ୍ତାଫା ବୋଲି ଜଣା ପଡିଛି। କିଛି ଦିନ ପୂର୍ବରୁ ଏମାନେ ବରଗଡ଼ ଅଞ୍ଚଳର ଜଣେ ଯାତ୍ରୀଙ୍କ ଠାରୁ ୧୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ଜିଆରପି ଥାନାରେ ଅଭିଯୋଗ ହୋଇଛି। 




Edited by k.s thakur...

Post a Comment

Previous Post Next Post