ଅଂଚଳ ମହାବିଦ୍ୟାଳୟ ରେ ନିବେଶକ ସଚେତନତା ଉପରେ ସେମିନାର...
ପଦ୍ମପୁର,୧୮/୦୭ : ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶ ଙ୍କ ସଭାପତିତ୍ୱରେ ସେବୀ (SEBI)ନିୟନ୍ତ୍ରିତ ନେସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ସିକ୍ୟୁରିଟି ମାର୍କେଟସ୍(NISM) ଆନୁକୁଲ୍ୟରେ..
Ad..
ମହାବିଦ୍ୟାଳୟ ର ଆଇ.କ୍ଯୁ.ଏ.ସି. ଓ ବାଣିଜ୍ୟ ବିଭାଗ ଦ୍ୱାରା"ଯୁବ ନାଗରିକ ଙ୍କ ସକାଶେ ଆର୍ଥିକ ଶିକ୍ଷା"ଶୀର୍ଷକ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି।ଅଧ୍ୟକ୍ଷ ପ୍ରଫେସର ଦାଶ ତାଙ୍କ ସ୍ୱାଗତ ଭାଷଣ ରେ ଆର୍ଥିକ ସମ୍ବଳ ର ସଦୁପଯୋଗ ନିମିତ୍ତ ବର୍ତ୍ତମାନ ଆମ ସମସ୍ତଙ୍କ ପାଇଁ ଆର୍ଥିକ ସାକ୍ଷରତା ଅତ୍ୟନ୍ତ ଜରୁରୀ ବୋଲି ମନ୍ତବ୍ୟ ରଖିଥିଲେ।
Ad..
ଆଇ.କ୍ଯୁ.ଏ.ସି. ସଂଯୋଜକ ତଥା ବାଣିଜ୍ୟ ବିଭାଗ ମୁଖ୍ୟ ଶ୍ରୀ ନବକୃଷ୍ଣ ମିଶ୍ର ଅତିଥି ପରଚୟ ସହ ଏହି ସେମିନାର ର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ଜାତୀୟ ଷ୍ଟକ ବିନିମୟ (NSE) ଓ ସେବୀ (SEBI)ସ୍ୱୀକୃତ ପ୍ରଶିକ୍ଷକ ଡ. ଜୟ କିଶନ ମେହେର ରିଶୋର୍ସ ପାର୍ଶନ ଭାବେ ଯୋଗ ଦେଇ ଯୁବ ନାଗରିକ ଙ୍କ ପାଇଁ ଆର୍ଥିକ ସାକ୍ଷରତା...
Ad..
ଉପରେ ସନ୍ଦର୍ଭ ଉପସ୍ଥାପନ କରି ଆର୍ଥିକ ଯୋଜନା,ସୁପରିଚାଳନା,ସଙ୍କଟ ପ୍ରବନ୍ଧନ ଇତ୍ୟାଦି ସଫଳ ନିବେଶ ପାଇଁ ଜରୁରୀ ବୋଲି କହିବା ସହ ଗୁରୁତ୍ୱପୂର୍ଣ ସୂଚନା ପ୍ରଦାନ କରିଥିଲେ। ଇଂରାଜୀ ଅଧ୍ୟାପକ ତଶୋବନ୍ତ ବାରିକ,ବ୍ରଜ କୁମ୍ଭାର, ଜଗବନ୍ଧୁ ସୁରୁଜାଲ ମଞ୍ଚାସୀନ ଥିଲେ।
ପରିଶେଷରେ ଅର୍ଥନୀତି ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରମୋଦ କୁମାର ପାଣଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରାଧ୍ୟାପିକା ତାପିନୀ ପଣ୍ଡା,ପ୍ରାଧ୍ୟାପିକା ଝୂନୁ ପରିଡ଼ା, ଡ଼ ସରୋଜ କୁମାର ନାଏକ, ଅଧ୍ୟାପକ ମିଥୁନ ମେହେର,ଅଧ୍ୟାପିକା ଲିପ୍ସା ଚନ୍ଦ୍ରାକର ପ୍ରମୁଖ ଙ୍କ ସହ ବାଣିଜ୍ୟ,ଅର୍ଥନୀତି ଓ ଅନ୍ୟାନ୍ୟ ବିଭାଗର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...




