ମୃତ ଛାତ୍ରୀ ସୌମ୍ୟାଶ୍ରୀ ର ଜୀବନ ଫେରାଇବ କିଏ ?ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାର ଙ୍କୁ ଜବାବ ମାଗିଲା ବିଜେଡି...

ମୃତ ଛାତ୍ରୀ ସୌମ୍ୟାଶ୍ରୀ ର ଜୀବନ ଫେରାଇବ କିଏ ?ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାର ଙ୍କୁ ଜବାବ ମାଗିଲା ବିଜେଡି...


ବରଗଡ଼ ୧୫/୦୭ : ଅଳ୍ପ ଦିନ ମଧ୍ୟରେ ବହୁ ଚର୍ଚ୍ଚିତ ବାଲେଶ୍ଵର ଏଫ୍ ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ମାମଲା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆତ୍ମ ଘୋଷିତ ଲୋକଙ୍କ ସରକାର ବୋଲାଉଥିବା ରାଜ୍ୟ ବିଜେପି ସରକାର ସାଧାରଣ ଜନତା ଙ୍କୁ କିପରି ସୁରକ୍ଷା ଦେଉଛନ୍ତି ତାର ନଗ୍ନ ଚିତ୍ର ଆଜି ସାରା ଭାରତ ବର୍ଷ ରେ ଓଡ଼ିଶା କୁ ଲଜ୍ଜିତ କରିଛି ।

Ad..


ଏହି ଘଟଣା  ରାଜ୍ୟ ସରକାର ଙ୍କ ଅପାରଗତା ଓ ପାରିବା ପଣିଆ କୁ  ପଦା ରେ ପକାଇ ଦେଇଛି । ମହିଳା ଙ୍କୁ ସୁରକ୍ଷା ଦେବାରେ ଏହି ସରକାର  ବିଫଳ ହୋଇ ଥିବା ବେଳେ ଦିନ କୁ ଦିନ ରାଜ୍ୟ ରେ ମହିଳା ଙ୍କ ଜୀବନ ବିପନ୍ନ ହେବାରେ ଲାଗିଛି।

   Ad..


ଏଫ୍ ଏମ କଲେଜ ର  ପୀଡିତା ଛାତ୍ରୀ ସୌମ୍ୟା ଶ୍ରୀ ନ୍ୟାୟ ଭିକ୍ଷା କରି ସ୍ଥାନୀୟ ବିଜେପି ବିଧାୟକ,  ସାଂସଦ ପ୍ରତାପ ଷଡ଼ଙ୍ଗୀ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ପ୍ରମୁଖ ଙ୍କୁ  ଜଣେ ଅଧ୍ୟାପକ ଙ୍କ ଦ୍ଵାରା ଯୌନ ଶୋଷଣ ର ସେ ଶିକାର ହେଉଥିବା ଉଲ୍ଲେଖ କରି ନ୍ୟାୟ ଭିକ୍ଷା କରି ଆକୁଳ ନିବେଦନ କରିବା ସତ୍ବେ...

Ad..


ସରକାର ନିଦା ବିଷ୍ଣୁ ସାଜି ଉକ୍ତ ଛାତ୍ରୀ ର ଅଭିଯୋଗ କୁ ଅଣ ଦେଖା କରି ତାକୁ ମୃତ୍ୟୁ ମୁଁହ କୁ ଠେଲି ଦେବା ଘଟଣା ସମଗ୍ର ରାଜ୍ୟ ଓ ଦେଶ ବାସୀ ଙ୍କୁ ସ୍ତବ୍ଧ କରି ଦେଇଛି ବୋଲି  ବରଗଡ଼ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। 

ସ୍ଥାନୀୟ ଗାନ୍ଧୀ ଛକ ଠାରେ ବିଜେଡି ପକ୍ଷରୁ ରାଜ୍ୟ ସରକାର ଙ୍କ ବିରୋଧ ରେ ବିକ୍ଷୋଭ ପ୍ରଦର୍ଶନ ସମୟ ରେ  ଅପାରଗ  ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ  ସୂର୍ଯ୍ୟ ବଂଶୀ ସୁରଜ ଙ୍କ  କୁଶ ପୁତ୍ତଳିକା ଦାହ କରିଛି। 

ଏହି ଅବସର ରେ ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ମହାପାତ୍ର,  ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ପୌରାଧ୍ୟକ୍ଷ କଳ୍ପନା ମାଝୀ ,ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ,ଟାଉନ ବିଜେଡି ସଭାପତି କିଶୋର ମିଶ୍ର,ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ,ଛାତ୍ର ନେତା କରନ ସିକନ୍ଦର,ଉମା ଚରଣ ରାଉତ, ପିକୁନ ମହାନ୍ତି,ଅକ୍ରୁର ବାରିକ,ସୁନି ତି ପଣ୍ଡା..

ଜ୍ୟୋତ୍ସ୍ନା ପାଇକ ରାଜୁ ଦାଶ,ରୋଷନ୍ ପ୍ରଧାନ , ବେଦ ମତି ସେଟ୍,ତୁଷାର ସ୍ୱାଇଁ,ଅନିଲ ଦଳାଇ,ରବି ସାହୁ ,ରୋହିତ ବାରିକ ଅବିନାଶ ମଲ୍ଲିକ ,ଅନୁପ ସତପଥି କବିତା ବେହେରା, ବେଲାର ମେହେର ,ସୁରୁ ପ୍ରଧାନ ଅବିନାଶ ମଲ୍ଲିକ,ଅଶ୍ଵିନୀ ସରାଫ, ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ବିଜେପି ସରକାର ର ଶାସନ ବ୍ୟବସ୍ଥା କୁ କଟୁ ସମାଲୋଚନା...

କରିବା ସହ ସାଧାରଣ ଜନତା ଙ୍କୁ ଏ ସରକାର ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ଶାସନ ରେ ରହିବା ର ନୈତିକ ଅଧିକାର  ନାହିଁ ବୋଲି ଉଲ୍ଲେଖ କରି ଯେଉଁ ଶାସନ ବ୍ୟବସ୍ଥା ର ଉଦାସୀନତା ଓ ଅପାରଗତା ପାଇଁ ଛାତ୍ରୀ ସୌମ୍ୟାଶ୍ରୀ ର ଜୀବନ ଚାଲିଗଲା। ତେଣୁ ଉକ୍ତ ବ୍ୟବସ୍ଥା ରେ ମୃତ ସୌମ୍ୟାଶ୍ରୀ ର ଜୀବନ ଫେରାଇବ କିଏ ? ବୋଲି ରାଜ୍ୟ ବିଜେପି ସରକାର ଙ୍କୁ ବିଜେଡି ନେତ୍ରୁ ମଣ୍ଡଳୀ  ପ୍ରଶ୍ନ କରିଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post