ନାରୀଙ୍କୁ ନ୍ୟାୟ ପ୍ରସଙ୍ଗରେ ବିଜେଡି ଅନାସ୍ଥା ଆଣୁ, ଆମେ ସର୍ମଥନ କରିବୁ : ଭକ୍ତ ଚରଣ ଦାସ...

ନାରୀଙ୍କୁ ନ୍ୟାୟ ପ୍ରସଙ୍ଗରେ ବିଜେଡି ଅନାସ୍ଥା ଆଣୁ, ଆମେ ସର୍ମଥନ କରିବୁ : ଭକ୍ତ ଚରଣ ଦାସ...




ଭୁବନେଶ୍ୱର,୨୩।୭ : ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି। ସେମାନେ ନାରୀ ନ୍ୟାୟ ପ୍ରସଙ୍ଗରେ ଆନ୍ଦୋଳନ କରୁଛନ୍ତି। ଯଦି ହୃଦୟରୁ ଆନ୍ଦୋଳନ କରୁଛନ୍ତି, ତେବେ ଆଗାମୀ ବିଧାନସଭା ଅଧିବେଶନରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣନ୍ତୁ। ନହେଲେ ଆମେ ଅନାସ୍ଥା ପ୍ରସ୍ତାବ ଆଣିଲେ ସମର୍ଥନ କରନ୍ତୁ। ବିଜେଡିକୁ ଏଭଳି ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ।

  Ad..


ବୁଧବାର କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଭକ୍ତ କହିଛନ୍ତି,  ଓଡିଶାର ନାରୀ ନିର୍ଯାତନା ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି, ଆମେ ଲଜ୍ଜିତ। ଫକୀର ମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଭତ୍ସନା କରିଛନ୍ତି। 

     Ad..


ପୂର୍ବରୁ ଆମେରିକା ରାଷ୍ଟ୍ରପତି ଓଡିଶାରେ ନାରୀ ନିର୍ଯାତନା ପ୍ରସଙ୍ଗରେ କହି ଓଡିଶାକୁ ଆସିବାକୁ  ମହିଳାଙ୍କୁ ବାରଣ କରିଥିଲେ। ଆଉ କଣ ବାକି ରହିଲା। ଏବେ ତ ଇସ୍ତଫା ଦିଅନ୍ତୁ। ପୂର୍ବରୁ ପିସିସି ଏହି ସମାନ କଥା କହିଥିଲା। 

Ad..


ଆମେ ନାରୀ ନିର୍ଯାତନା ପ୍ରସଙ୍ଗରେ ଲଜ୍ଜିତ ଅନୁଭବ କରୁଛୁ ବୋଲି କହିଥିଲୁ। ସେ ନେଇ ଆମେ ସଭା କଲୁ, ଆନ୍ଦୋଳନ ଓ ସମାବେଶ ବି କଲୁ। ନାରୀ ନିର୍ଯାତନା ନେଇ ଆମେ ସରକାରଙ୍କୁ ସଚେତନ କଲୁ।

ବିଜେଡି ଯଦି ହୃଦୟରୁ ନାରୀ ନ୍ୟାୟ ପ୍ରସଙ୍ଗରେ କିଛି କରିବାକୁ ଚାହୁଁଛି, ତେବେ ଅନାସ୍ଥା ପ୍ରସ୍ତାବ ଆଣୁ। ଆମେ ସମର୍ଥନ କରିବୁ। ନହେଲେ ଆମେ ଆଣିବୁ, ସେମାନେ ସମର୍ଥନ କରନ୍ତୁ। ନାରୀ ନ୍ୟାୟ ମୁଖ୍ୟ ବିରୋଧୀ ଦଳର କାମ, ସେ ଏମିତି କରନ୍ତୁ। ନଚେତ ଅଯଥା ପ୍ରହସନ କରନ୍ତୁ ନାହିଁ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି, ନାରୀ ନିର୍ଯାତନା ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ଆଲୋଚନା ପାଇଁ ରାଜ୍ୟପାଳଙ୍କୁ ଅନୁମତି ମାଗିଛି। ତାଙ୍କୁ ଏ ସମ୍ପର୍କରେ ଭେଟି ଜଣାଇବ। ବର୍ଷେ ହେଲା ମହିଳା କମିଶନ ଗଠନ ହେଲାନି। ସାରା ଦେଶ ଓ ବିଶ୍ୱରେ ଓଡିଶା ନିନ୍ଦିତ ହେବା ପରେ ସେମାନେ ପଦବୀ ଛାଡ଼ି ଦିଅନ୍ତୁ। ଆଉ ଲଜ୍ଜିତ କରାନ୍ତୁ ନାହିଁ ବୋଲି ଶ୍ରୀକାନ୍ତ କହିଛନ୍ତି।

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଏତେ ଦିନ ହେବ ନାରୀ ନ୍ୟାୟ ମାଗୁଥିଲା କଂଗ୍ରେସ। ନାରୀ ନ୍ୟାୟ ନେଇ କଂଗ୍ରେସ ରାଜନୀତି କରୁନଥିଲା। ଏବେ ସୁପ୍ରିମକୋର୍ଟ କହିବା ପରେ ଏହା ସ୍ପଷ୍ଟ ହୋଇଛି ବୋଲି ଜୟଦେବ କହିଛନ୍ତି।

ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି କହିଛନ୍ତି, ବାଲେଶ୍ୱର ଝିଅ ପାଇଁ ଗୁରୁବାର ଆମେ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେବୁ। ବଳଙ୍ଗା ପୀଡିତା ପାଇଁ ପ୍ରାର୍ଥନା କରିବୁ। ଗୁରୁବାର ଗୋଟେ ଆପ ଉନ୍ମୋଚନ ହେବ ବୋଲି ମିନାକ୍ଷୀ କହିଛନ୍ତି। 

ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପସଭାପତି ତାରା ବାହିନୀପତି, ଲାଳାଟେନ୍ଦୁ ମହାପାତ୍ର, ଦେବାଶିଷ ପଟ୍ଟନାୟକ,ମିଡ଼ିଆ ସେଲ ଅଧକ୍ଷ ଅରବିନ୍ଦ ଦାସ, ନିଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।




Edited by k.s thakur...

Post a Comment

Previous Post Next Post