ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରିବାକୁ ପ୍ରକ୍ରିୟା ଆରମ୍ଭ ; ଆସନ୍ତା ୬ ତାରିଖ ଦିନ ଜଳ ନିଷ୍କାସନ...

ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରିବାକୁ ପ୍ରକ୍ରିୟା ଆରମ୍ଭ ; ଆସନ୍ତା ୬ ତାରିଖ ଦିନ ଜଳ ନିଷ୍କାସନ...


ସମ୍ବଲପୁର,୦୩/୦୭ : ମହାନଦୀର ଉପରମୁଣ୍ଡରେ ପ୍ରବଳ ବିଗତ କିଛି ହେଲା ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିଛି। ଜନଜୀବନ ଅସ୍ତବ୍ୟସ୍ତ ହେଉପଡ଼ିଛି। ଛତିଶଗଡ଼ରେ କିଛି ଦିନ ହେଲା ଲଗାଣ ବର୍ଷା ହେଉଥିବାରୁ ମହାନଦୀକୁ ବର୍ଷା ଜଳ ପ୍ରବେଶ କରୁଛି।

      Ad..


ବନ୍ୟା ଜଳ ପ୍ରବେଶ କାରଣରୁ ହୀରାକୁଦ ଜଳଭଣ୍ଡାରର ପାଣିସ୍ତର ବଢ଼ିବଢ଼ି ଚାଲିଛି। ହୀରାକୁଦଳ ଜଳଭଣ୍ଡାରରେ ଜଳଧାରଣ କ୍ଷମତା ଆଗାମୀ ଦିନେଦୁଇ ଦିନରେ ଆବଶ୍ୟକତା ଠାରୁ ଅଧିକ ହୋଇଯାଇପାରେ। 

Ad..


ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଆସନ୍ତା ୬ ତାରିଖ ଦିନ ହୀରାକୁଦରୁ ଜଳ ନିଷ୍କାସନ କରାଯିବ।  

Ad..


ଆସନ୍ତା ୬ ତାରିଖ ଦିନ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହେବ ନିଷ୍କାସନ କରାଯିବ। ହୀରାକୁଦ ଜଲଭଣ୍ଡାରରୁ ଆବଶ୍ୟକତା ଅନୁସାରେ ଗୋଟିଏ ପରେ ଗୋଟିଏ ଗେଟ୍‌ ଖୋଳାଯିବ। ଏହା ପୂର୍ବରୁ ପୂଜାର୍ଚ୍ଚନା କରାଯିବ। 


ହୀରାକୁଦ ଜଲଭଣ୍ଡାର କର୍ତ୍ତୃପକ୍ଷ ଏଥି ପାଇଁ ମହାନଦୀ କୂଳରେ ଥିବା ୧୨ଟି ଜ଼ିଲ୍ଲାର ଜ଼ିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ଗେଟ୍‌ ଖୋଲିବା ସମୟରେ ମହାନଦୀ ଭିତରକୁ କେହି ଯେପରି ନଯିବେ, ସେଥିପାଇଁ ସତର୍କ କରାଯାଇଛି। 

ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆସନ୍ତା ୬ ତାରିଖ ସକାଳ ୧୦ଟା ସମୟରେ ପୂଜାର୍ଚ୍ଚନା ସରିଲା ପରେ ଗେଟ୍‌ ଖୋଲାଯିବ। ତେବେ ପୂଜାର୍ଚ୍ଚନା ପରେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୭ ନମ୍ବର ଗେଟ୍‌ ଦେଇ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ହୀରାକୁଦ ଜଲଭଣ୍ଡାରର ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।





Edited by k.s thakur...

Post a Comment

Previous Post Next Post