ନନ୍ଦିଘୋଷ ରଥ ନିକଟରେ ଠେଲାପେଲା ଘଟଣା : ୩ ଜଣଙ୍କ ଭାଙ୍ଗିଲା ଗୋଡ଼...

ନନ୍ଦିଘୋଷ ରଥ ନିକଟରେ ଠେଲାପେଲା ଘଟଣା : ୩ ଜଣଙ୍କ ଭାଙ୍ଗିଲା ଗୋଡ଼...


ପୁରୀ,୦୬/୦୭ : ବାହୁଡ଼ାଯାତ୍ରା ବେଳେ ନନ୍ଦିଘୋଷ ରଥ ନିକଟରେ ଦୁଇଟି ସ୍ଥାନରେ ଆଜି ଠେଲାପେଲା ହୋଇଥିଲା। ଏଥିରେ ପ୍ରାୟ ୧୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ଗୋଡ଼ ଭାଙ୍ଗିଯାଇଛି। 

     Ad..


ଆହତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ସାକ୍ଷୀଗୋପାଳର ସୁଜିତ ଦାସ କହିଛନ୍ତି ଯେ ସେ ନନ୍ଦିଘୋଷ ରଥ ଆଗରେ ଥିଲେ। ଗହଳିରେ ଜଣେ ଯୁବତୀ ତଳେ ପଡ଼ିଯିବାରୁ ସେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଲୋକଭିଡ଼ ମାଡ଼ିଆସି ତାଙ୍କ ଉପରେ ଚଢ଼ି ଚାଲିଯାଇଥିଲେ। 

Ad..


ଏଥିରେ ତାଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ ଯୁବତୀ ଜଣକ ମଧ୍ୟ ସଂଜ୍ଞାହୀନ ହୋଇ ଯାଇଥିଲେ। ସେହିପରି ସନ୍ଧ୍ୟା ୬ଟାରେ ଗଞ୍ଜାମ ଜିଲ୍ଲା ଆସ୍କାର ଲମ୍ବୋଦର ପୃଷ୍ଟି ସପରିବାର ପୁରୀକୁ ବାହୁଡ଼ାଯାତ୍ରା ଦେଖିବାକୁ ଆସିଥିଲେ। ସେମାନେ ଡାକ୍ତରଖାନା ଛକରେ ଥିବା ବେଳେ ଗହଳିରେ ସେ ତାଙ୍କ ପରିବାରଠାରୁ ଅଲଗା ହୋଇ ଯାଇଥିଲେ। 

Ad..


ଏହି ସମୟରେ ନନ୍ଦିଘୋଷ ରଥରେ ଥିବା ଗହଳି ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। ନିକଟରେ ଏକ ଖାଲ ଥିବାରୁ ସେଠାରେ ଲମ୍ବୋଦରଙ୍କ ଗୋଡ଼ ମୋଡ଼ି ହୋଇଯିବାରୁ ସେ ତଳେ ପଡ଼ିଯାଇଥିଲେ। 

ତାଙ୍କ ଉପରେ ପ୍ରାୟ ୧୫ ଜଣ ଭକ୍ତ ଚଢ଼ିଯିବାରୁ ଲମ୍ବୋଦରଙ୍କ ବାମ ଗୋଡ଼ ଭାଙ୍ଗିଯାଇଛି। ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ସେହିପରି ଠେଲାପେଲାରେ କୋଲକାତାର ସୁଜିତ ସରକାରଙ୍କ ଗୋଡ଼ ଭାଙ୍ଗିଯାଇଛି।



Edited by k.s thakur...



Post a Comment

Previous Post Next Post