ଗୁରୁ ହିଁ ସର୍ବଶ୍ରେଷ୍ଠ ; ଗୁରୁ ଭଗବାନ ସାହୁ ଙ୍କ ୯୫ ତମ ଜନ୍ମୋତ୍ସବ ପାଳିତ...

ଗୁରୁ ହିଁ ସର୍ବଶ୍ରେଷ୍ଠ  ; ଗୁରୁ ଭଗବାନ ସାହୁ ଙ୍କ ୯୫ ତମ ଜନ୍ମୋତ୍ସବ ପାଳିତ...


ବରଗଡ଼/ଧର୍ମଗଡ଼,୦୭/୦୭ : ମାଁ ବସ୍ତରେନ୍ କଳା ପରିଷଦ, ଧର୍ମଗଡ ନିକଟସ୍ଥ ଡୁମେରଗୁଡା ଆନୁକୂଲ୍ୟରେ ପଶ୍ଚିମ ଓଡିଶାର ଭାଷା, କଳା, ସଂସ୍କୃତି ଓ ପରମ୍ପରା ର ପ୍ରଚାରକ, ଲୋକ ମହୋତ୍ସବ ର ସ୍ରଷ୍ଟା, ଶବ୍ଦ ନୃତ୍ୟର ପ୍ରଚାରକ , ଗୋଟିଏ ଦିନରେ ନୂଆଖାଇ ପାଳନ ପଛର ମହାନାୟକ... 

     Ad..


ନାଟ୍ୟ ବ୍ରହ୍ମର୍ଷି ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜନ୍ମ ମହୋତ୍ସବ  ମାଁ ବସ୍ତରେନ୍ କଳା ପରିଷଦ ର ସଭାପତି ରମେଶଚନ୍ଦ୍ର ନାଏକଙ୍କ ସଭାପତିତ୍ବରେ ପାଳନ କରାଯାଇଛି। ଏହି ଜନ୍ମ ମହୋତ୍ସବ ରେ, ଚିତ୍ତରଞ୍ଜନ ବେହେରା, ସରପଞ୍ଚ ପ୍ରତିନିଧି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁ ଙ୍କୁ ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ବ ବୋଲି ବର୍ଣ୍ଣନା କରିଥିଲେ।

      Ad..


ପ୍ରେମ ଲାଲ୍ ନାଏକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୂଖ୍ୟ ବକ୍ତା , ଆର୍ତ୍ତତ୍ରାଣ ନାଏକ,ଗଉନ୍ତିଆ ଡୁମେରଗୁଡା, ସମ୍ମାନୀତ ଅତିଥି, ବିଷ୍ଣୁ ପ୍ରସାଦ ନାଏକ, ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। 

Ad..


ଡୁମେରଗୁଡା ଗ୍ରାମର ପୁରାତନ ନାଟ୍ୟ/ ଯାତ୍ରା କଳାକାର (ଅଭିନେତା) ଦିଲିପ ନାଏକ, ଉପେନ୍ଦ୍ର ନାଏକ, ଗରିବ ହରିପାଲ,ଲମ୍ବୋଦର ସା ପ୍ରମୁଖ ଉପସ୍ଥିତ ଥିଲେ ସମସ୍ତ ଅତିଥି ଦୀପ ପ୍ରଜ୍ବଳନ କରି ଗୁରୁ ଭଗବାନ ସାହୁ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ, ଏବଂ ଉପସ୍ଥିତ କର୍ମକର୍ତ୍ତା ଏବଂ ଗ୍ରାମ ବାସି ଗୁରୁ ଭଗବାନ ସାହୁ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ପ୍ରଦାନ କରି ସମ୍ମାନ ଜଣାଇଥିଲେ।

ମାଁ ବସ୍ତରେନ୍ କଳାପରିଷଦ ର ସଦସ୍ୟ ଶିକ୍ଷାବିତ୍ ଶ୍ରୀ ଅମୂଲ୍ୟ ନାଏକ ସଭାକାର୍ଯ୍ୟ କୁ ପରିଚାଳନା କରିଥିବା ବେଳେ ଗୁରୁ ଭଗବାନ ସାହୁ ଙ୍କ ପ୍ରଚାରକ ଆବାହକ କବି ଅଭିନେତା ଦୀପକ କୁମାର ସୁନାନୀ ଗୁରୁ ଭଗବାନ ସାହୁ କିଭଳି ତାଙ୍କ ଜୀବର ପ୍ରତିଟି ମୂହୁର୍ତ୍ତ କୁ ପଶ୍ଚିମ ଓଡିଶାର ଭାଷା...

କଳା ଓ ସଂସ୍କୃତିର ପ୍ରଚାର କରିବାକୁ ଯାଇ କେତେ ଅପମାନ ଓ ଯାତନା ସହିଛନ୍ତି, ତାରି ଫଳ ସ୍ୱରୂପ ପଶ୍ଚିମ ଓଡିଶାର ଭାଷା କଳା ଓ ସଂସ୍କୃତି ଆଜି ସମଗ୍ର ବିଶ୍ବରେ ସ୍ବତନ୍ତ୍ର ସ୍ଥାନ ରଖି ପାରିଛି ବୋଲି ବକ୍ତବ୍ୟ ମତପ୍ରକାଶ କରିଥିଲେ। 

ଗୁରୁ ଭଗବାନ ସାହୁ ଙ୍କ ଜନ୍ମ ଉତ୍ସବ କୁ ପାଳନ କରି ବା ପାଇଁ ମାଁ ବସ୍ତରେନ୍ କଳାପରିଷଦ, ଡୁମେରଗୁଡା ର ସକ୍ରିୟ ସଦସ୍ୟ ମାନେ ବିକାଶ ନାଏକ, ଆଲେକ୍ସ ନାଏକ, ମୁକେଶ ନାଏକ,ଅଭିମନ୍ୟୁ ହରିପାଲ,ଅନନ୍ତ ବାଗ, ଦିନେଶ ନାଏକ, ଶରତ ପୁଝାରୀ ସମସ୍ତେ ସହଯୋଗ କରିଥିଲେ । ଶେଷରେ ଦେବାର୍ଚ୍ଚନ ସେଠିଆ ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post