ଦେଓମାଲି ପରି ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ନୃସିଂହନାଥ ରୁ ହରିଶଙ୍କର ରାସ୍ତା ତିଆରି ହେଉ...
ବରଗଡ଼,୨୪/୦୭ : ଗନ୍ଧମାର୍ଦ୍ଦନ ପର୍ବତମାଳା ର ଉଭୟ ପଟରେ ଥିବା ଓଡ଼ିଶା ର ବଡ ପର୍ଯ୍ୟଟନ ବରଗଡ଼ ଜିଲ୍ଲା ର ନୃସିଂହନାଥ ଓ ବଲାଙ୍ଗିର ଜିଲ୍ଲା ର ହରିଶଙ୍କର ସ୍ଥାନ ଅଧିକାର କରିଥିବାରୁ ଏହି ଦୁଇ ସ୍ଥାନ କୁ ପର୍ଯଟକ ହଜାର ହଜାର ସଂଖ୍ୟାରେ ଆସନ୍ତି ।
Ad..
ହେଲେ ଗନ୍ଧମାର୍ଦ୍ଦନ ର ପରସ୍ପର ଉଭୟ ପଟରେ ଥିବା ଏହି ଦୁଇ ଜିଲ୍ଲାର ପର୍ଯଟନ ସ୍ଥଳ କୁ ପହଞ୍ଚାଇବାକୁ ବହୁଦୃର ବୁଲିବାକୁ ପଡ଼ିଥାଏ ଯାହାକି ଗୋଟିଏ ପର୍ବତମାଳା ଗନ୍ଧମାର୍ଦ୍ଦନ ର ଅତି ନିକଟରେ ଦୁଇ ତିର୍ଥସ୍ଥାନ ରହିଛି।
Ad..
ନୃସିଂହନାଥ ପୀଠ ରୁ ହରିଶଙ୍କର କୁ ଯିବାକୁ ହେଲେ ଗନ୍ଧମାର୍ଦ୍ଦନ ଚର୍ତୁପାଶ୍ୱର୍ରେ ବୁଲି ଦିର୍ଘ ୬୦ କିମି ରାସ୍ତା ଅତିକ୍ରମ କରିବାକୁ ପଡିଥାଏ। ଅଧିକ ଦୂରରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରୁଥିବାରୁ ଯାତ୍ରୀମାନେ ଗନ୍ଧମାର୍ଦ୍ଦନ ପର୍ବତମାଳା ଚଢି ଅନ୍ଯ ପଟରୁ ଓହ୍ଲାଇବାକୁ ପସନ୍ଦ କରନ୍ତି ଯାହାର ଦୂରତା ମାତ୍ର ୧୮ କିଲୋମିଟର।
Ad..
ଯାତ୍ରୀମାନେ ଦିର୍ଘ ୬୦ କିଲୋମିଟର ବୁଲି ନୃସିଂହନାଥ ପୀଠ ରୁ ହରିଶଙ୍କର ପୀଠ କୁ ଯିବାପାଇଁ ଅନିଚ୍ଛା ପ୍ରକାଶ କରି ପାହାଡ ପର୍ବତ ଚଢ଼ି ୧୮ କିମି ରାସ୍ତା ଯିବାକୁ ପସନ୍ଦ କରୁଛନ୍ତି ଫଳରେ ନାନା ସମସ୍ୟା ସହ ଯାତ୍ରା ବିପଦପୂର୍ଣ୍ଣ ରହୁଛି ଏପରିକି ବାଟବଣା ହେଉଥିବା ର ଘଟଣା...
ଘଟୁଛି ଯାହାକି ଓଡ଼ିଶାର ଦେଓମାଲି ପର୍ବତମାଳା ଭଲି ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ନୃସିଂହନାଥ ପୀଠ ଠାରୁ ହରିଶଙ୍କର ପୀଠ କୁ ରାସ୍ତା ତିଆରି କରାଗଲେ ଯାତ୍ରୀ ଙ୍କ ସୁବିଧା ହେବା ସାଙ୍ଗକୁ ଓଡ଼ିଶା ପର୍ଯ୍ୟଟନର ଉନ୍ନତିକରଣ ଓ ବିକାଶ ହୋଇପାରି ବୋଲି ସାଧାରଣ ଆଲୋଚନା ହେଉଛି।
ଆହୁରି ମଧ୍ୟ ବରଗଡ଼ ଜିଲ୍ଲା ପଦ୍ମପୁର ବୁଡେନ ଥାନା ଛକ ରୁ ବୁଡେନ, ଚାବରିପାଲି,ଭାନପୁର, ତୁର୍ଲା, ନାନ୍ଦୁପଲା ୨୫ କିମି ବଲାଙ୍ଗିର ଜିଲ୍ଲା ହରିଶଙ୍କର କୁ ରାସ୍ତା ତିଆରି କରାଗଲେ ସୁବିଧା ରେ ଓ ସହଜରେ ପର୍ଯଟକ ନୃସିଂହନାଥ ରୁ ହରିଶଙ୍କର ପହଞ୍ଚି ପାରିବେ।
ସରକାର ବଲାଙ୍ଗିର ଜିଲ୍ଲା ର ହରିଶଙ୍କର ଓ ବରଗଡ଼ ଜିଲ୍ଲା ର ନୃସିଂହନାଥ ପର୍ଯ୍ୟଟନ ର ବିକାଶ ପାଇଁ ଗୁରୁତ୍ବ ଦେବାକୁ ଦାବି ହେଉଛି। ବୈଶାଖ ମେଳା ସମୟରେ ଏହି ଗନ୍ଧମାର୍ଦ୍ଦନ ପର୍ବତମାଳା ଉପରେ ଦେଇ ଶ୍ରଧାଳୁ ଓ ପର୍ଯ୍ୟଟକ ମାନେ ହଜାର ହଜାର ସଂଖ୍ୟାରେ ଯିବାଆସିବା କରୁଥିବା ରୁ ବଣ ପାହାଡ଼ ରେ ଚଳାପଥ ରହିଛି ଏହାକୁ ନିତିଦିନିଆ ପକ୍କା ରାସ୍ତା କରିବାପାଇଁ ଦାବି ଉଠିଛି।
Report : Bijay ku sahu
Edited by k.s thakur...





Good proposal. It will fulfill long standing cherished demand of public.
ReplyDelete