ଏମ୍ସ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା...
ଭୁବନେଶ୍ୱର,୧୩/୦୭: ବାଲେଶ୍ୱର ଏଫଏମରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଗୁରୁତର ଛାତ୍ରୀଙ୍କୁ ଭେଟିବାକୁ ଏମ୍ସରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
Ad..
ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମଧ୍ୟ ରହିଛନ୍ତି । ଉଭୟ ଏମ୍ସରେ ପହଞ୍ଚି ବର୍ଣ୍ଣ ୟୁନିଟ ଆଇସିୟୁକୁ ଯାଇ ପ୍ରଥମେ ପୀଡ଼ିତାଙ୍କ ବାପାଙ୍କୁ ଭେଟିଥିଲେ।
Ad..
ଏହାପରେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଓ ଏମ୍ସର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଆଶୁତୋଷ ବିଶ୍ୱାସ ଏବଂ ଅଧିକ୍ଷକ ଡାକ୍ତର ଦିଲ୍ଲୀପ ପରିଡ଼ାଙ୍କ ସହ ଆଲୋଚନା କରିଥିଲେ ।
Ad..
ଦିଲ୍ଲୀ ଗସ୍ତରୁ ଫେରିବା ପରେ ମୁଖ୍ୟନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ଯେ, ବାଲେଶ୍ଵର ଘଟଣାକୁ ଗୁରୁତର ଭାବେ ନିଆଯାଇଛି । ସରକାରଙ୍କ ତରଫରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ଏମ୍ସ ଯାଇ ଛାତ୍ରୀଙ୍କ ଚିକିତ୍ସା ଅନୁଧ୍ୟାନ କରିବ ଏବଂ କେଉଁ କାରଣରୁ ଏଭଳି ଘଟଣା ଘଟିଲା, ସେଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ତଦନ୍ତ କମିଟି ଗଠନ ହୋଇଛି।
ରିପୋର୍ଟ ଆସିଲେ କାର୍ଯ୍ୟନୁଷ୍ଠାନ ନିଆଯିବ। ଆଗାମୀ ଦିନରେ ଏଭଳି ଘଟଣା କୌଣସି ଶିକ୍ଷାନୁଷ୍ଠାନରେ ନଘଟୁ ସେଥିପାଇଁ ସ୍ୱତନ୍ତ୍ର ଭାବରେ ସରକାର ପ୍ରସଙ୍ଗକୁ ଗୁରୁତର ଭାବେ ନେଇଛନ୍ତି।ଉଚ୍ଚ ସ୍ତରୀୟ ତଦନ୍ତ କରି ଯେମିତି ଆଗୁଆ ପଦକ୍ଷେପ ନେଇ ହେବ ତା ଉପରେ ଗୁରୁତ୍ବ ଦେବେ ସରକାର।
Edited by k.s thakur...
Tags:
AIIMS
Bhubaneswar
cm mohan Majhi
FM college victim
latest news
latest update
odisha daily current affairs
reaction




