ବ୍ରିଜ୍‌ ଉପରେ ୩ ଟ୍ରକ୍‌ ଧକ୍କା, ଜାତୀୟ ରାଜପଥ ବନ୍ଦ...

ବ୍ରିଜ୍‌ ଉପରେ ୩ ଟ୍ରକ୍‌ ଧକ୍କା, ଜାତୀୟ ରାଜପଥ ବନ୍ଦ...


ଲୋଇସିଂହା,୧୯/୦୭ : ବଲାଙ୍ଗୀର-ସମ୍ବଲପୁର ଜାତୀୟ ରାଜପଥ ନଂ ୨୬ର ଫାସଡ଼ ସୁକତେଲ ବ୍ରିଜ୍‌ ନିକଟରେ ଏକ ସଡ଼କ ଦୁର୍ଘଟଣା ହୋଇଛି।

      Ad..


ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଟ୍ୟାଙ୍କର ଓ ଗୋଟିଏ ଟ୍ରକ୍‌ ପରସ୍ପର ଭିତରେ ପିଟି ହୋଇଛନ୍ତି। ବ୍ରିଜ୍‌ ଉପରେ ତିନୋଟି ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଫସି ରହିଥିବାରୁ, ସେହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। 

      Ad..


ଦୀର୍ଘ ୬ ଘଣ୍ଟା ହେଲା ରାସ୍ତାରେ ଗାଡି ଚଳାଚଳ କରିପାରିନାହ। ସେପଟେ କୌଣସି ଲୋକ ଆହତ ହୋଇ ନ ଥିବା ଜଣାପଡ଼ିଛି। ଲୋଇସିଂହା ପୋଲିସ କ୍ରେନ୍‌ ସହାୟତାରେ ରାସ୍ତାରୁ ଟ୍ରକ୍‌ ହଟାଇବାକୁ ଚେଷ୍ଟା ଜାରି ରଖିଛି।

Ad..




Edited by k.s thakur...


Post a Comment

Previous Post Next Post