ଆସନ୍ତା ୨୦ରେ ସ୍ପେସାଲ୍‌ ଓଟିଇଟି, ୭୫ ହଜାର ଶିକ୍ଷକ ଦେବେ ପରୀକ୍ଷା...

ଆସନ୍ତା ୨୦ରେ ସ୍ପେସାଲ୍‌ ଓଟିଇଟି, ୭୫ ହଜାର ଶିକ୍ଷକ ଦେବେ ପରୀକ୍ଷା...


କଟକ, ୦୪/୦୭: ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍‌ ଓଟିଇଟି) ଆସନ୍ତା ୨୦ ତାରିଖରେ ହେବ । ଏହି ପରୀକ୍ଷା ଲାଗି ଏଥର ରେକର୍ଡ ୭୫ ହଜାର  ୪୦୩ ହଜାର ଶିକ୍ଷକଶିକ୍ଷୟିତ୍ରୀ ଆବେଦନ କରିଛନ୍ତି । 

     Ad..


ପୂର୍ବ ବର୍ଷ ଅପେକ୍ଷା  ଏଥର ବହୁ ଅଧିକ ଆବେଦନକାରୀ ଥିବାରୁ ପରୀକ୍ଷା ପରିଚାଳନା ବୋର୍ଡ  ପାଇଁ ଆହ୍ୱାନମୂଳକ ହେବ ବୋଲି କୁହାଯାଉଛି । ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ  ସ୍ପେସାଲ୍‌ ଓଟିଇଟି ନିଜ ବ୍ଲକ ଅଞ୍ଚଳରେ  ଥିବା ବିଦ୍ୟାଳୟଗୁଡ଼ିକରେ ହେଲେ  ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା  ରହିବ ନାହିଁ ବୋଲି ଆଶଙ୍କା ଥିବାରୁ  କେବଳ ଜିଲ୍ଲା ମୁଖ୍ୟାଳୟରେ ହିଁ ପରୀକ୍ଷା କେନ୍ଦ୍ର କରାଯାଇଛି । 

     Ad..


୩୦ ଜିଲ୍ଲାରେ  ମୋଟ୍‌ ୧୯୩ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯିବ । ପରୀକ୍ଷାରେ କପି କରି ଯଦି କୌଣସି ଶିକ୍ଷକ ଧରାପଡ଼ିବେ, ତାଙ୍କ  ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି । ତେଣୁ ଓଟିଇଟି ଆବେଦନକାରୀମାନେ ପରୀକ୍ଷା ଦେବା  ବେଳେ ସତର୍କତା ଅବଲମ୍ବନ କରିବାକୁ ବୋର୍ଡ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି ।  

    Ad..


ପ୍ରଶ୍ନପତ୍ର ବିଭ୍ରାଟ ରୋକିବା ଲାଗି ବୋର୍ଡ କାର୍ଯ୍ୟାଳୟରୁ ପ୍ରଶ୍ନ ଡିଜି ଲକରରେ  ସମସ୍ତ କେନ୍ଦ୍ରକୁ ପଠାଯିବ । କପି ନିୟନ୍ତ୍ରଣ ଲାଗି ସେଣ୍ଟରଗୁଡ଼ିକରେ ସିସିଟିଭି  କ୍ୟାମେରା ବନ୍ଦୋବସ୍ତ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।  

୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଓଟିଇଟି  ସାର୍ଟିଫିକେଟ୍‌ ନଥିଲେ ପଦୋନ୍ନତି ମିଳିବ ନାହିଁ ବୋଲି ଗଣଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଥିବାରୁ ବହୁ ବରିଷ୍ଠ ଶିକ୍ଷକ ପରୀକ୍ଷା ଦେବାକୁ  ବାଧ୍ୟ ହୋଇଛନ୍ତି। 

ପୂର୍ବରୁ ଯେତେଥର ଓଟିଇଟି ଦେବା ପାଇଁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ସେଥିରେ ୭ରୁ ୧୦ହଜାର ଶିକ୍ଷକ  ଆବେଦନ କରୁଥିଲେ । ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ  ପରେ ଆବେଦନକାରୀଙ୍କ ସଂଖ୍ୟା ୭୫ ହଜାର ପାର ହୋଇଛି।




Edited by k.s thakur...

Post a Comment

Previous Post Next Post