ସମ୍ବଲପୁରୀ ଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ...
ପଦ୍ମପୁର,୨୮/୦୭ :- ପଦ୍ମପୁର ବୁଡ଼ସମ୍ବର ଅଞ୍ଚଳର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ' ସିରଜିନା ' ତରଫରୁ ଆଗାମୀ ଅଗଷ୍ଟ ୧ ତାରିଖ ତଥା ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ଓ ଶ୍ରୀଧର ପ୍ରଧାନ ଙ୍କ ଜନ୍ମ ଜୟନ୍ତୀ କୁ ' ସମ୍ବଲପୁରୀ ଦିନ ' ଭାବରେ ପାଳନ କରିବା ପାଇଁ ଅନୁଷ୍ଠାନର ସଭାପତି ଆଇନଜୀବୀ ଶ୍ରୀଯୁକ୍ତ ଆଦିତ୍ୟ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।
Ad..
ଏହି ବୈଠକରେ ସମ୍ପାଦକ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି ଚଳିତ ବର୍ଷ ପାଳନ ହେବାକୁ ଯାଉଥିବା 'ସମ୍ବଲପୁରୀ' ଦିନ ର ରୂପରେଖ ଉପରେ ସମ୍ପୂର୍ଣ ବିବରଣୀ ପ୍ରଦାନ କରିଥିଲେ ସମ୍ପାଦକଙ୍କ ସୂଚନାନୁସାରେ ଚଳିତ ବର୍ଷ ସ୍ଥାନୀୟ କବି,କଳାକାରଙ୍କ ପ୍ରତିଭାକୁ ଉପସ୍ଥାପିତ କରିବା ପାଇଁ ସୁଯୋଗ ଦିଆଯିବ।
Ad..
ଚଳିତ ବର୍ଷ ପ୍ରଥମକରି ସମ୍ବଲପୁରୀ ଫେସନ ସୋ ' ସମ୍ବଲପୁରୀ ବାବୁ,ନନୀ ' କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଉପସ୍ଥିତ ପୂର୍ବତନ ସଭାପତି ଶ୍ରୀଯୁକ୍ତ ସଞ୍ଜୟ ବହିଦାର ସମ୍ବଲପୁରୀ ଭାଷାର ବୈଶିଷ୍ଟ୍ୟ କୁ ଆଲୋକପାତ କରିଥିଲେ।
Ad..
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ପ୍ରତାପ ନାଥ,ଡାକ୍ତର ଅଜିତ କୁମାର ମେହେର, କିଶୋର ପାତ୍ର, ଭୋଜରାଜ ବୁଡେକ, କୁଞ୍ଜବିହାରୀ ସରାଫ,ଅଧ୍ୟାପକ ପୌଲସ୍ତ୍ୟ ସାହା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପ ସଭାପତି ଶ୍ରୀଯୁକ୍ତ ଆନନ୍ଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
Report.: Bijay ku sahu
Edited by k.s thakur...




