ଦିବଂଗତ ଛାତ୍ରୀ ସୌମ୍ୟାଶ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା ଆମ୍ ଆଦମୀ ପାର୍ଟି...
ବରଗଡ,୧୮/୦୭ : ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଙ୍କ ଆତ୍ମହୁତି ଓ ପରେ ମୃତ୍ୟୁ ଘଟଣା କୁ ନେଇ ସାରା ରାଜ୍ୟରେ ତୁମ୍ବି ତୋଫାନ...
Ad..
ଚାଲିଥିବା ବେଳେ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛି ବରଗଡ ଆମ୍ ଆଦମୀ ପାର୍ଟି। ବରଗଡ ଗାନ୍ଧୀ ଛକ ଠାରେ ଆପ୍ କାର୍ଯ୍ୟକର୍ତ୍ତା ମାନେ କ୍ୟାଣ୍ଡେଲ ଜଳାଇ, ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ।
Ad..
ରାଜ୍ୟ ସମ୍ପାଦକ ଭବାନୀ ସାହୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିବା ସହ ଦୋଷୀ ମାନଙ୍କୁ କଡ଼ା ଦଣ୍ଡବିଧାନ କରିବାକୁ ଦାବୀ କରିଥିଲେ।
Ad..
ଅନ୍ୟମାନଙ୍କ ମଧ୍ୟରେ ନାରୀ ନେତ୍ରୀ ମାରିୟମ ବାର୍ଲା, ଅସିତ ସାହୁ, ମିଲୁ ନାଗ, ନିଖିଳ ପାଣିଗ୍ରାହୀ, ଦେବେନ୍ଦ୍ର ପ୍ରଧାନ ସୁଶାନ୍ତ ଦାଶ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...
Tags:
AAP
Bargarh
FM college victim
latest news
latest update
odisha daily current affairs
soumyashree bishi




