ଆନ୍ତଃରାଜ୍ୟ ବନ୍ଧୁକ ବେପାରୀ ଗ୍ୟାଙ୍ଗ ଗିରଫ, ୫ଟି ବନ୍ଧୁକ ଓ ୧୩ଟି ଗୁଳି ଜବତ...

ଆନ୍ତଃରାଜ୍ୟ ବନ୍ଧୁକ ବେପାରୀ ଗ୍ୟାଙ୍ଗ ଗିରଫ, ୫ଟି ବନ୍ଧୁକ ଓ ୧୩ଟି ଗୁଳି ଜବତ...


କଟକ, ୨୬/୦୭ : କଟକ ପୁଲିସକୁ ବଡ଼ ସଫଳତା। ୬ ଜଣିଆ ଆନ୍ତଃରାଜ୍ୟ ବନ୍ଧୁକ ବେପାରୀ ଗ୍ୟାଙ୍ଗକୁ ଧରିଲା ମାଲଗୋଦାମ ଥାନା ପୁଲିସ ଓ ସ୍ପେସିଆଲ୍ ସ୍କ୍ଵାଡ୍। ଅଭିଯୁକ୍ତଙ୍କ ଠାରୁ ୫ଟି ବନ୍ଧୁକ ଓ ୧୩ଟି ଗୁଳି ଜବତ କରାଯାଇଛି। 

Ad..


ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସିପି ଏସ୍. ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, କିଛି ଦିନ ହେବ କଟକ ସହରରେ ବେଆଇନ ବନ୍ଧୁକ କାରବାର ଚାଲୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। 

   Ad..


ଏହାପରେ ସ୍ପେସିଆଲ ସ୍କ୍ୱାଡ୍ ଓ ମାଲଗୋଦାମ ପୁଲିସ ବିଭିନ୍ନ ସ୍ଥାନରେ ଛନଭିନ୍ ଚଳାଇଥିଲା। ଏହି ସମୟରେ ଜଣେ ବନ୍ଧୁକ ଯୋଗାଡ଼ିଆ ହାବୁଡ଼ରେ ପଡ଼ିଥିଲା। ତାଠାରୁ କିଛି ବନ୍ଧୁକ ଓ ଗୁଳି ଜବତ କରାଯାଇଥିଲା। 

Ad..


ଉକ୍ତ ବ୍ୟକ୍ତିଙ୍କୁ ଜେରା କରିବା ସମୟରେ ବନ୍ଧୁକ ବେପାରୀ ଗ୍ୟାଙ୍ଗ ବିଷୟରେ ଜଣାପଡ଼ିଥିଲା। ପୁଲିସ ଚଢାଉ କରି ଏବେ ଆନ୍ତଃ ରାଜ୍ୟ ବନ୍ଧୁକ ବେପାରୀ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି। 

ସେମାନଙ୍କ ନିକଟରୁ ୫ ବନ୍ଧୁକ, ୧୩ ଗୁଳି ଓ ୪ଟି ବାଇକ୍ ଜବତ କରାଯାଇଛି। ଏହି ଗ୍ୟାଙ୍ଗର ମୁଖ୍ୟ ୨୦୧୯ରେ ପୁଲିସ ହାତରେ ଧରା ପଡ଼ିଥିବା ଡିସିପି ଖିଲାରି ରିଷିକେଶ ଦ୍ୟାନଦେଓ ସୂଚନା ଦେଇଛନ୍ତି। 




Edited by k.s thakur...

Post a Comment

Previous Post Next Post